ରାଜ୍ୟରେ ହେବ କି ମେଣ୍ଟ ସରକାର: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କାହିଁକି କହିଲେ…

ଭୁବନେଶ୍ୱର,୧।୩: ଆଗାମୀ ନିର୍ବାଚନରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଶୁକ୍ରବାର ରାଜ୍ୟ ଭାଜପା ସହ ପ୍ରଭାରୀ ଲତା ଉସେଣ୍ଡି ମେଣ୍ଟ ଚର୍ଚ୍ଚାକୁ ନେଇ ବୁଲେଇ ବଙ୍କେଇ କହିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷେ ବିଜେଡି ବିଧାୟକ ନୃସିଂହ ସାହୁ ମଧ୍ୟ ଦିନକ ପୂର୍ବରୁ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ସେ କହିଥିଲେ, ମେଣ୍ଟର ଆବଶ୍ୟକତା ନାହିଁ ବିଜେଡି ଏକାକୀ ଲଢ଼ିବ ।  ଅନ୍ୟପକ୍ଷେ ବିଜେଡି-ଭାଜପା ମେଣ୍ଟ ହେଲେ କଂଗ୍ରେସକୁ ଫାଇଦା ହେବ ବୋଲି ଆତ୍ମ ବିଶାସ ରଖିଛନ୍ତି କଂଗ୍ରେସ ନେତା ।