କୋହିନୁର ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ

ପୁରୀ ଅଫିସ,୧୩।୯:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋହିନୁର ହୀରାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ଏହିକ୍ରମରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି। ପଞ୍ଜାବର ତତ୍କାଳୀନ ରାଜା ରଣଜିତ୍‌ ସିଂ ତାଙ୍କ ଇଚ୍ଛାପତ୍ରରେ କୋହିନୁରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା କଥା ଉଲ୍ଲେଖ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ତାହା ବ୍ରିଟିଶ ଶାସକଙ୍କ ହାତକୁ ଚାଲିଯାଇଥିଲା। କୋହିନୁରକୁ ଫେରାଇ ଆଣିବାକୁ ଉଭୟ ରାଜନୈତିକ ଓ କୂଟନୈତିକ ସ୍ତରରେ ଉଦ୍ୟମ କରାଯିବା ସହ ରାଷ୍ଟ୍ରପତି ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ନିବେଦନ କରାଯାଇଛି।
ଶ୍ରୀଜଗନ୍ନାଥ ସେନାର ଆବାହକ ପଟ୍ଟନାୟକ କହିଛନ୍ତି, ତତ୍କାଳୀନ ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌ଙ୍କ ପତ୍ର ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛୁ। ବ୍ରିଟେନ୍‌ ସରକାର ଚାହିଁଲେ ଦୁର୍ଲଭ କୋହିନୁର ହୀରା ଫେରିପାରିବ ବୋଲି ରାଣୀ ସେତେବେଳେ ପତ୍ର ଯୋଗେ କହିଥିଲେ। ରାଷ୍ଟ୍ରପତି ଏନେଇ ପଦକ୍ଷେପ ନିଅନ୍ତୁ ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ନ୍ତୁ। ପ୍ରଧାନମନ୍ତ୍ରୀ ଚାହିଁଲେ କୋହିନୁର ହୀରା ସ୍ବଦେଶ ଫେରିବା ଆଶା ଉଜ୍ଜୀବିତ ହେବ। ବ୍ରିଟେନ୍‌ ସରକାରଙ୍କୁ କୁଟନୈତିକ ସ୍ତରରେ ଭାରତ ଏନେଇ ପ୍ରଶ୍ନ କରୁ। ବ୍ରିଟେନ୍‌ କୋହିନୁର ଦେବାକୁ ରାଜି ନ ହେଲେ ଭାରତ ସରକାର ଏହି ମାମଲାକୁ ଅନ୍ତର୍ଜାତୀୟ ଅଦାଲତ ପର୍ଯ୍ୟନ୍ତ ନିଅନ୍ତୁ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ପଞ୍ଜାବର ରାଜା ରଣଜିତ ସିଂ ଆଫଗାନିସ୍ତାନର ରାଜା ନାଜିର ଶାହାଙ୍କୁ ହରାଇ କୋହିନୁର ହୀରାକୁ ଆଣିଥିଲେ। ଏହାପରେ ସେ ଏକ ଇଚ୍ଛାପତ୍ର ମାଧ୍ୟମରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଅର୍ପଣ କରିବା ପାଇଁ ଲେଖିଥିବା ତାଙ୍କ କୌଳିକ ପଣ୍ଡା କଳିଯୁଗ ପ୍ରତିହାରୀଙ୍କଠାରୁ ସୂଚନା ମିଳିଛି। ରାଜ୍ୟ ଗ୍ରନ୍ଥାଗାରରେ ମଧ୍ୟ ଏହି ଉଇଲ ସଂରକ୍ଷିତ ଅଛି। ବ୍ରିଟିଶ ସରକାରଙ୍କ ସମୟରେ ଲର୍ଡ ଡେଲ୍‌ ହାଉସ୍‌ ଛଳନା କରି ଏହାକୁ ଲୁଟି ନେଇଥିଲେ। ଏଣୁ ଭାରତ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ କୋହିନୁରକୁ ଫେରାଇ ଆଣିବାକୁ ପ୍ରୟାସ କରନ୍ତୁ। ଚତୁର୍ଦ୍ଦଶ ଶତାଦ୍ଦୀରେ ଗୋଲକୋଣ୍ଡା ଖଣିରୁ କୋହିନୁର ହୀରା ମିଳିବା ପରେ ଏହା ଅନେକ ବିଦେଶୀ ଶାସକଙ୍କ ହାତରେ ଲାଗିଛି। ୧୯୪୭ ମସିହା ପରଠୁ ୫ରୁ ୬ଥର ଭାରତ ପକ୍ଷରୁ ବ୍ରିଟିଶ ସରକାରଙ୍କୁ କୋହିନୁର ହୀରା ଫେରାଇ ଦେବା ପାଇଁ ଦାବି କରାଯାଇଛି। ହେଲେ ତାହା ସ୍ବଦେଶ ଫେରିପାରିନାହିଁ। ତେବେ ପୁଣି ଏହି ଦାବିକୁ ବ୍ୟବସ୍ଥିତ ଭାବେ ଉପଯୁକ୍ତ ଫୋରମ୍‌ରେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି କୂଟନୀତିଜ୍ଞ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ପୋଷଣ କରିଛନ୍ତି। ବ୍ରିଟେନ୍‌ର ନୂଆ ରାଜା ଚାର୍ଲସ -୩ଙ୍କର ନିମାପଡ଼ାର ହରିପୁର ସହିତ ସାଂସ୍କୃତିକ ସମ୍ପର୍କ ରହିଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏ ନେଇ ଉଦ୍ୟମ କଲେ କୋହିନୁର ସ୍ବଦେଶ ଫେରିପାରନ୍ତା ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି। ବ୍ରିଟେନ୍‌କୁ ଠିକ ଭାବେ ବୁଝାଇ ପାରିଲେ କୋହିନୁର ଫେରିବା ନେଇ ବାଟ ଫିଟନ୍ତା ଏବଂ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୂଟନୈତିକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମତ ଦେଇଛନ୍ତି। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ସେ ଏହି ପ୍ରସଙ୍ଗକୁ ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବେ। ରାଜ୍ୟ ସରକାରଙ୍କ ଆନ୍ତରିକତା ଥିଲେ, ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖନ୍ତୁ। ତାହାହେଲେ କେନ୍ଦ୍ର ସରକାର କୂଟନୈତିକ ଆଲୋଚନା ପାଇଁ ପଦକ୍ଷେପ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?