କୋହିନୁର ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ

ପୁରୀ ଅଫିସ,୧୩।୯:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋହିନୁର ହୀରାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ଏହିକ୍ରମରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି। ପଞ୍ଜାବର ତତ୍କାଳୀନ ରାଜା ରଣଜିତ୍‌ ସିଂ ତାଙ୍କ ଇଚ୍ଛାପତ୍ରରେ କୋହିନୁରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା କଥା ଉଲ୍ଲେଖ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ତାହା ବ୍ରିଟିଶ ଶାସକଙ୍କ ହାତକୁ ଚାଲିଯାଇଥିଲା। କୋହିନୁରକୁ ଫେରାଇ ଆଣିବାକୁ ଉଭୟ ରାଜନୈତିକ ଓ କୂଟନୈତିକ ସ୍ତରରେ ଉଦ୍ୟମ କରାଯିବା ସହ ରାଷ୍ଟ୍ରପତି ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ନିବେଦନ କରାଯାଇଛି।
ଶ୍ରୀଜଗନ୍ନାଥ ସେନାର ଆବାହକ ପଟ୍ଟନାୟକ କହିଛନ୍ତି, ତତ୍କାଳୀନ ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌ଙ୍କ ପତ୍ର ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛୁ। ବ୍ରିଟେନ୍‌ ସରକାର ଚାହିଁଲେ ଦୁର୍ଲଭ କୋହିନୁର ହୀରା ଫେରିପାରିବ ବୋଲି ରାଣୀ ସେତେବେଳେ ପତ୍ର ଯୋଗେ କହିଥିଲେ। ରାଷ୍ଟ୍ରପତି ଏନେଇ ପଦକ୍ଷେପ ନିଅନ୍ତୁ ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ନ୍ତୁ। ପ୍ରଧାନମନ୍ତ୍ରୀ ଚାହିଁଲେ କୋହିନୁର ହୀରା ସ୍ବଦେଶ ଫେରିବା ଆଶା ଉଜ୍ଜୀବିତ ହେବ। ବ୍ରିଟେନ୍‌ ସରକାରଙ୍କୁ କୁଟନୈତିକ ସ୍ତରରେ ଭାରତ ଏନେଇ ପ୍ରଶ୍ନ କରୁ। ବ୍ରିଟେନ୍‌ କୋହିନୁର ଦେବାକୁ ରାଜି ନ ହେଲେ ଭାରତ ସରକାର ଏହି ମାମଲାକୁ ଅନ୍ତର୍ଜାତୀୟ ଅଦାଲତ ପର୍ଯ୍ୟନ୍ତ ନିଅନ୍ତୁ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ପଞ୍ଜାବର ରାଜା ରଣଜିତ ସିଂ ଆଫଗାନିସ୍ତାନର ରାଜା ନାଜିର ଶାହାଙ୍କୁ ହରାଇ କୋହିନୁର ହୀରାକୁ ଆଣିଥିଲେ। ଏହାପରେ ସେ ଏକ ଇଚ୍ଛାପତ୍ର ମାଧ୍ୟମରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଅର୍ପଣ କରିବା ପାଇଁ ଲେଖିଥିବା ତାଙ୍କ କୌଳିକ ପଣ୍ଡା କଳିଯୁଗ ପ୍ରତିହାରୀଙ୍କଠାରୁ ସୂଚନା ମିଳିଛି। ରାଜ୍ୟ ଗ୍ରନ୍ଥାଗାରରେ ମଧ୍ୟ ଏହି ଉଇଲ ସଂରକ୍ଷିତ ଅଛି। ବ୍ରିଟିଶ ସରକାରଙ୍କ ସମୟରେ ଲର୍ଡ ଡେଲ୍‌ ହାଉସ୍‌ ଛଳନା କରି ଏହାକୁ ଲୁଟି ନେଇଥିଲେ। ଏଣୁ ଭାରତ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ କୋହିନୁରକୁ ଫେରାଇ ଆଣିବାକୁ ପ୍ରୟାସ କରନ୍ତୁ। ଚତୁର୍ଦ୍ଦଶ ଶତାଦ୍ଦୀରେ ଗୋଲକୋଣ୍ଡା ଖଣିରୁ କୋହିନୁର ହୀରା ମିଳିବା ପରେ ଏହା ଅନେକ ବିଦେଶୀ ଶାସକଙ୍କ ହାତରେ ଲାଗିଛି। ୧୯୪୭ ମସିହା ପରଠୁ ୫ରୁ ୬ଥର ଭାରତ ପକ୍ଷରୁ ବ୍ରିଟିଶ ସରକାରଙ୍କୁ କୋହିନୁର ହୀରା ଫେରାଇ ଦେବା ପାଇଁ ଦାବି କରାଯାଇଛି। ହେଲେ ତାହା ସ୍ବଦେଶ ଫେରିପାରିନାହିଁ। ତେବେ ପୁଣି ଏହି ଦାବିକୁ ବ୍ୟବସ୍ଥିତ ଭାବେ ଉପଯୁକ୍ତ ଫୋରମ୍‌ରେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି କୂଟନୀତିଜ୍ଞ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ପୋଷଣ କରିଛନ୍ତି। ବ୍ରିଟେନ୍‌ର ନୂଆ ରାଜା ଚାର୍ଲସ -୩ଙ୍କର ନିମାପଡ଼ାର ହରିପୁର ସହିତ ସାଂସ୍କୃତିକ ସମ୍ପର୍କ ରହିଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏ ନେଇ ଉଦ୍ୟମ କଲେ କୋହିନୁର ସ୍ବଦେଶ ଫେରିପାରନ୍ତା ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି। ବ୍ରିଟେନ୍‌କୁ ଠିକ ଭାବେ ବୁଝାଇ ପାରିଲେ କୋହିନୁର ଫେରିବା ନେଇ ବାଟ ଫିଟନ୍ତା ଏବଂ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୂଟନୈତିକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମତ ଦେଇଛନ୍ତି। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ସେ ଏହି ପ୍ରସଙ୍ଗକୁ ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବେ। ରାଜ୍ୟ ସରକାରଙ୍କ ଆନ୍ତରିକତା ଥିଲେ, ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖନ୍ତୁ। ତାହାହେଲେ କେନ୍ଦ୍ର ସରକାର କୂଟନୈତିକ ଆଲୋଚନା ପାଇଁ ପଦକ୍ଷେପ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri