Advertisement
Posted inଭଦ୍ରକ

ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ, ୨୦।୧୨: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପକ୍ଷ ଅପରପକ୍ଷଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଶନିବାର ଅଭିଯୋଗକାରୀଙ୍କ ସମେତ ପରିବାର ଲୋକେ ନ୍ୟାୟ ପାଇଁ ଭଦ୍ରକ ଜିଲା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଧୁଷୁରୀ ଥାନା ଅଧୀନ ପଙ୍ଗଟା ଗ୍ରାମର ନେତ୍ରମଣି ଶଙ୍ଖୁଆ ସପରିବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ପୂର୍ବଶତ୍ରୁତାକୁ ନେଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ପରିବାର ସହ ଗଣ୍ଡଗୋଳ ଘଟିଥିଲା। ବାଛୁରୀ ଗଛ ଖାଇବାରୁ ଗତ ୧୪ ତାରିଖରେ ତାଙ୍କ ନାତୁଣୀ ସୁଜାତାଙ୍କୁ ପ୍ରତିପକ୍ଷ ଲୁହାରଡ଼ରେ ଆକ୍ରମଣ କରିଥିଲେ। ଏନେଇ ସୁଜାତାଙ୍କ ଅଭିଯୋଗ କ୍ରମେ ପୋଲିସ ୩ ଜଣଙ୍କ ନଁାରେ ମାମଲା (ନଂ.୨୯୬/୨୧) ରୁଜୁ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପରେ ଅଭିଯୁକ୍ତମାନେ ପୁଣି ତାଙ୍କ ପୁଅ ପ୍ରଶାନ୍ତ ଶଙ୍ଖୁଆ ଓ ବୋହୂ ଅନିତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅନିତା କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନେତ୍ରମଣି ଓ ତାଙ୍କ ପରିବାର ଲୋକେ ଏସ୍‌ପି ଚରଣ ସିଂ ମୀନାଙ୍କ ନିକଟରେ ଦାବି କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱରଞ୍ଜନ କେରକେଟା ଘଟଣାର ନିରପେକ୍ଷ ତଦନ୍ତ କରି ପଦକ୍ଷେପ ନେବେ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସର ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା: ଅଭିଯୁକ୍ତ ବାପ ଗିରଫ

ଭଦ୍ରକ ଅଫିସ, ୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନୂଆକଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଟୁବୁ ମୁଣ୍ଡା ନାମକ...

ବନ୍ଧୁକ ଦେଖାଇ ଯୁବକ ଗିରଫ

ପଦ୍ମପୁର,୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଶୁଙ୍ଗୁଡା ଗ୍ରାମର ପାରିବାରିକ କଳହକୁ ନେଇ ଜଣେ ଯୁବକ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ହତ୍ୟା...

ଆଖଣ୍ଡଳମଣିରେ ଅସମ୍ଭାଳ ଭିଡ଼: ମହିଳାଙ୍କ ପାଇଁ ନ ଥିଲା ବ୍ୟବସ୍ଥା

ଆରଡ଼ି,୨୫।୭(ଡି.ଏନ.ଏ.): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି...

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ବାମୀ

ଭଦ୍ରକ ଅଫିସ,୨୭ା୨: ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀଙ୍କ ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଆସି ସ୍ବାମୀ ନିଆଁରେ ପୋଡ଼ି...

ରହଣିଆରେ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା

ଭଦ୍ରକ ଅଫିସ, ୨୨।୧୧- ଭଦ୍ରକ ପୌରପାଳିକାର ଚରମ୍ପା ୨ ନମ୍ବର ୱାର୍ଡ ବରାଳପୋଖରୀ ରହଣିଆ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର...

ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ

ଭଦ୍ରକ ଅଫିସ,୨୯।୬: ଭଦ୍ରକ ସହର ପାନ୍ଥନିବାସରେ ବୁଧବାର ଓଡ଼ିଶା ବିଧାନ ସଭା ଗୃହ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ କମିଟିର ଅଧ୍ୟକ୍ଷ ବିଧାୟକ...

ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ

ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍‌ ପରେ ଚାଉଳ ମିଳିବା...

ରାତିରେ ଦୁର୍ବୃତ୍ତ ତାଡ଼ିଲେ ଏଟିଏମ୍‌

ପଦ୍ମପୁର,୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ବଜାରରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗିଥିଲେ...

Advertisement
Archives

Model This Week