Posted inଖେଳ

୯ ବର୍ଷ ବୟସରେ ପଣ୍ଟିଂଙ୍କ ବ୍ୟାଟିଂ ଦେଖି ଭୟରେ ନିୟମ ବଦଳାଇ ଦେଇଥିଲା ସ୍କୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱରେ ଦେଶକୁ ୨ଥର ବିଶ୍ୱ ଚାମ୍ପିୟନ କରାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଣ୍ଟିଂଙ୍କ ନେତୃତ୍ୱଶୈଳୀ ଯେଉଁଭଳି ଉଚ୍ଚକୋଟୀର ବ୍ୟାଟିଂ ଦକ୍ଷତା ମଧ୍ୟ ସେହିଭଳି ଆହୁରି ଭଲ ଥିଲା। ପଣ୍ଟିଂଙ୍କ ବ୍ୟାଟିଂ ଦକ୍ଷତା ପିଲାଦିନରୁ ହିଁ ପରିସ୍ପୁଟିତ ହୋଇଥିଲା। ସେ ସ୍କୁଲରେ ଖେଳୁଥିବାବେଳେ ପ୍ରତିପକ୍ଷ ବୋଲରଙ୍କୁ ନିର୍ଘାତ ପ୍ରହାର କରୁଥିଲେ। ପଣ୍ଟିଂଙ୍କ ବ୍ୟାଟିଂରେ ଭୟଭୀତ ହୋଇ ତାସମାନିଆ ଷ୍ଟେଟ୍‌ ସ୍କୁଲ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ କରାଯାଇଥିଲା।


ପଣ୍ଟିଂଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା ସେହି ସିଜନ ସାରା ସେ କେବେ ହେଲେ ଆଉଟ୍‌ ହୋଇ ନ ଥିଲେ। ଏହି କାରଣରୁ ତାସମାନିଆ ଷ୍ଟେଟ୍‌ ସ୍କୁଲ କ୍ରିକେଟ୍‌ରେ ଏକ ନୂଆ ନିୟମ ପ୍ରଣୟନ କରାଯାଇଥିଲା। ଯେଉଁ ବ୍ୟାଟ୍ସମ୍ୟାନ ୩୦ ରନ୍‌ କରିବ ଏହାପରେ ସେ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିବ। ଏକ ସାକ୍ଷାତ୍‌କାର ଅବସରରେ ଏହି ମହାନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କହିଛନ୍ତି, ‘ସ୍କୁଲ କ୍ରିକେଟ୍‌ର ପ୍ରଥମ ସିଜନରେ ମୁଁ ଆଉଟ୍‌ ହୋଇ ନ ଥିଲି। ଏହି କାରଣରୁ ପରବର୍ତ୍ତୀ ବର୍ଷ ଖେଳ ନିୟମରେ ପରିବର୍ତ୍ତନ କରାଯାଇଥିଲା। ନୂତନ ନିୟମ ଅନୁଯାୟୀ ଯେଉଁ ବ୍ୟାଟ୍ସମ୍ୟାନ ୩୦ ରନ୍‌ ସଂଗ୍ରହ କରିବ ସେ ରିଟାୟାର୍ଡ ହର୍ଟ ହୋଇ ଫେରିବ। କିନ୍ତୁ ମୁଁ ଅଧିକ ସମୟ କ୍ରିଜରେ ରହିବା ଲାଗି ଓଭରର ପ୍ରଥମ ୫ଟି ବଲରେ ରନ୍‌ ସଂଗ୍ରହ କରୁ ନ ଥିଲି। କିନ୍ତୁ ଅନ୍ତିମ ବଲରେ ଏକ ରନ ନେଇ ନନ୍‌ ଷ୍ଟ୍ରାଇକ ପାର୍ଶ୍ୱକୁ ଯାଇ ପୁଣି ପରବର୍ତ୍ତୀ ଓଭର ବ୍ୟାଟିଂ କରୁଥିଲି। ଯେତେବେଳେ ନନ୍‌ ଷ୍ଟ୍ରାଇକ ପାର୍ଶ୍ୱ ଅମ୍ପାୟରଙ୍କ ନିକଟକୁ ଯାଉଥିଲି ମୋ ସ୍କୋର ବୁଝି ନେଉଥିଲି। ୨୯ ରନ ହୋଇ ଯାଇଥିଲେ ୪ କିମ୍ବା ୬ ମାରି ଦେଉଥିଲି।’ ପଣ୍ଟିଂ ଅଷ୍ଟ୍ରେଲିଆ ପକ୍ଷରୁ ୧୬୮ ଟେଷ୍ଟ ଓ ୩୭୫ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୩,୩୭୮ ଓ ୧୩,୭୦୪ ରନ କରିଛନ୍ତି। ଉଭୟ ଫର୍ମାଟ୍‌ରେ ତାଙ୍କ ନାମରେ ୭୧ ଶତକ ଲିପିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଲିଗ୍‌ ମ୍ୟାଚ୍‌ ଜିତି ଶୀର୍ଷରେ ରହିବାକୁ ଚାହିଁବ ଚେନ୍ନାଇ

ଦୁବାଇ,୭।୧୦: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପଞ୍ଜାବ କିଙ୍ଗସକୁ ଭେଟୁଛି। ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ ରାହୁଲ ଟସ...

ରୋଡ୍ରିଗୁଏଜ୍‌ ମହମ୍ମଡାନ ସ୍ପୋର୍ଟିଂର ମୁଖ୍ୟ କୋଚ୍‌

କୋଲକାତା, ୨୫ା୧୦ (ପି.ଟି.)- ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଆସନ୍ତା ଆଇ-ଲିଗ୍‌ ସିଜନ ପାଇଁ ସ୍ପେନର ଜୋସ୍‌ କାର୍ଲୋସ ରୋଡ୍ରଗୁଏଜ୍‌ଙ୍କୁ ସେମାନଙ୍କ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି...

ବୁମରାଙ୍କୁ କେମିତି ଖେଳିବେ ଡାହାଣହାତୀ ବ୍ୟାଟ୍ସମ୍ୟାନ

ସାଉଥମ୍ପ୍‌ଟନ, ୬।୬(ପି.ଟି.)- ଭାରତୀୟ ପେସର ଯଶପ୍ରୀତ୍‌ ବୁମରାଙ୍କ ସମ୍ମୁଖୀନ ହେବା ଯେକୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ପକ୍ଷେ କଷ୍ଟକର ହେଉଛି। ଏଥିଲାଗି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସନ୍‌...

ଆଇପିଏଲ୍‌ ନିଲାମ: ଚକିତ କରିଥିବା ଖେଳାଳି

ମାଡ୍ରାସ, ୧୯ା୨(ପି.ଟି.)-ଗୁରୁବାର ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମରେ ବହୁ ଖେଳାଳି ଅପ୍ରତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ପିନ...

ପରାଜୟରେ ମୋଦି ନିରାଶ

ନୂଆଦିଲ୍ଲୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ୍‌ରେ ବୁଧବାର ଭାରତୀୟ ଦଳ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ...

ଫେଲ୍‌ ମାରିଲେ କୋହଲି

ଲଣ୍ଡନ,୧୫ ।୮: ଦୁଇ ଓପନର ରୋହିତ ଶର୍ମା (୨୧) ଓ ଲୋକେଶ ରାହୁଲ (୫) ବିଫଳ ହେବା ପରେ ସବୁ କିଛି ନିର୍ଭର କରୁଥିଲା ଅଧିନାୟକ...

୪୮ତମ ଜନ୍ମଦିନ ପାଳିଲେ: କରୋନା ମୁକ୍ତ ସଚିନ ପ୍ଲାଜ୍‌ମା ଦାନ କରିବେ

ମୁମ୍ବାଇ, ୨୫।୪(ପି.ଟି.)-  ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର ଶନିବାର ନିଜ ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ କୋଭିଡ୍‌-୧୯ରୁ ସୁସ୍ଥ...

ପତିକ୍ରିୟା ରଖିବାକୁ ମନା କଲେ ଗାଙ୍ଗୁଲି

କୋଲକାତା,୧୬।୧୨: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହେବାର ଗୋଟିଏ ଦିନ ପରେ ପତିକ୍ରିୟା ରଖିବାକୁ ମନା କରି...

Advertisement
Archives

Model This Week