ମାତ୍ର ୧୬ ବର୍ଷ ବୟସରେ ସଲମାନଙ୍କୁ ହୃଦୟ ଦେଇ ବସିଥିଲେ ଏହି ପାକିସ୍ତାନ ଅଭିନେତ୍ରୀ, ବିବାହ ପାଇଁ ଦେଶ ଛାଡି ଆସିଥିଲେ ମୁମ୍ବାଇ

ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି ପୁଣି ଚର୍ଚ୍ଚାରେ ଅଛନ୍ତି। ୧୯୯୧ରେ ସେ ମୁମ୍ବାଇ ବଲିଉଡର ଭେଟେରାନ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ନିଜ ଦେଶରୁ ମୁମ୍ବାଇ ଆସିଥିଲେ। ସୋମି ଅଲିଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲ।ସେ କେବଳ ମୁମ୍ବାଇ ଆସି ସଲମାନ ଖାନଙ୍କ ନିକଟତର ହୋଇ ନ ଥିଲେ ବରଂ ତାଙ୍କ ସହ ଫିଲ୍ମ ମଧ୍ୟ କରିଥିଲେ। ଯଦିଓ ସଲମାନ ଖାନ ଏବଂ ସୋମି ଅଲିଙ୍କ ଫିଲ୍ମ କେବେ ରିଲିଜ ହୋଇ ନ ଥିଲା, କିନ୍ତୁ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ସୋମି ନିକଟରେ ଏକ ସାକ୍ଷାତକାରରେ, ତାଙ୍କ ବ୍ୟକ୍ତିଗତ ଜୀବନ ବ୍ୟତୀତ, ଚଳଚ୍ଚିତ୍ର କ୍ୟାରିୟର ବିଷୟରେ ବହୁତ କଥା ହୋଇଥିଲେ।ଏହା ବ୍ୟତୀତ ସେ ସଲମାନ ଖାନଙ୍କ ସହ ଥିବା ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ। ଭାରତ ଆସିବା ପରେ ସୋମି ଅଲି କହିଛନ୍ତି, ମୁଁ ୧୬ ବର୍ଷ ବୟସରେ ସଲମାନ ଖାନଙ୍କ ଫିଲ୍ମ ମେନ ପ୍ୟାର କିୟା ଦେଖିଥିଲି ଏବଂ ମୋତେ ଅନୁଭବ ହୋଇଥିଲା ଯେ ମୋତେ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡିବ। ଅଭିନେତ୍ରୀ ଆହୁରି କହିଛନ୍ତି, ମୁଁ ମା’ଙ୍କୁ କହିଥିଲି ଯେ ମୁଁ କାଲି ଭାରତ ଯାଉଛି। ମୁମ୍ବାଇ ଯିବା ପାଇଁ ମା’ଙ୍କ ଆଗରେ ବହୁତ୍‌ ଜିଦ କଲି। ମୁମ୍ବାଇରେ ଆମର ଜଣେ ସମ୍ପର୍କୀୟ ଥିଲେ। ମାତାପିତାଙ୍କୁ ସେମାନଙ୍କୁ ଭେଟିବା ଏବଂ ତାଜମହଲ ଦେଖିବା ପାଇଁ ଏକ ବାହାନା କରି ଭାରତ ଯିବାକୁ ପ୍ରବର୍ତ୍ତାଇଲି। ତା’ପରେ ମୁଁ ପାକିସ୍ତାନରେ କିଛି ଦିନ ରହିବା ପରେ ମୁମ୍ବାଇରେ ପହଞ୍ଚିଲି। ସୋମି ଅଲି କହିଛନ୍ତି ଯେ ମୁମ୍ବାଇ ଆସିବା ପରେ ସେ ଫଟୋଗ୍ରାଫର ଗୌତମ ରାଜଧ୍ୟାକଙ୍କୁ ତାଙ୍କ ପୋର୍ଟଫୋଲିଓ ପ୍ରସ୍ତୁତ କରି ପ୍ରଯୋଜନା ସଂସ୍ଥା ପାଖକୁ ଯିବା ଆରମ୍ଭ କରିଥିଲି। ଏହି ସମୟରେ ସଲମାନଙ୍କ ନଜର ମୋ ଉପରେ ପଡିଥିଲା। ସେ ଫିଲ୍ମ ବୁଲନ୍ଦ ପାଇଁ ମୋତେ ଅଡିଶନ ଦେବାକୁ କହିଥିଲେ। ଅଡିଶନ ଦେଇଥିଲି କିନ୍ତୁ ଫିଲ୍ମ ରିଲିଜ୍‌ ହୋଇପାରି ନ ଥିଲା ବୋଲି ସୋମି କହିଛନ୍ତି। ଏହାପରେ ସୋମିଙ୍କୁ ଅନେକ ବଲିଉଡ୍‌ ଫିଲ୍ମ ପାଇଁ ଅଫର୍‌ ଆସିଥିଲା। ସଲମାନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ମଧ୍ୟ ଚର୍ଚ୍ଚା ହୋଇଥିଲା। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ୧୯୯୯ରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ସୋମି ଆମେରିକା ଯାଇ ସେଠାରେ ପାଠ ପଢିଥିଲେ। ସେଠାରେ ନୋ ମୋର୍‌ ଟିୟର୍ସ ନାମରେ ଏକ ଏନଜିଓ ଗଢି ଶାରିରିକ ନିର୍ଯାତନା ପାଉଥିବା ମହିଳାଙ୍କୁ ସୋମି ସାହାଯ୍ୟର ହାତ ବଢାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri