Posted inUncategorized

ସ୍ବରାଜ ଆଶ୍ରମରେ

ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଫେରି (୧୯୧୫) ଭାରତବର୍ଷର ଭୂଗୋଳ, ଇତିହାସ, ସମାଜ ବ୍ୟବସ୍ଥା, ଅର୍ଥନୀତି ଓ ଧାର୍ମିକ ଚେତନା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ଆରମ୍ଭ କରିଦେଲେ ଦେଶ ଭ୍ରମଣ। ଦେଶର ବିଭିନ୍ନ ଅଞ୍ଚଳ ବୁଲି ଦୈନ୍ୟକ୍ଳିଷ୍ଟ ଜନତାଙ୍କ ଜୀବନ ଧାରାକୁ ଅନୁଧ୍ୟାନ କରିଥିଲେ ଏବଂ ତାହା ତାଙ୍କ ସମ୍ବେଦନଶୀଳ ପ୍ରାଣକୁ ଏଭଳି ପ୍ରଭାବିତ କରିଥିଲା ଯେ ସେ ଦରିଦ୍ର, ଦୁର୍ବଳ ଓ ଅସହାୟ ମଣିଷର ଜୀବନ ଧାରାକୁ ଆଦରି ନେଇଥିଲେ ନିଜ ଅନ୍ତରାତ୍ମାର ଆହ୍ବାନରେ। ଏହି ଅବସରରେ ସେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶାର ଦାରିଦ୍ର୍ୟ ସମ୍ପର୍କରେ ଅବଗତ ହେଲେ ଏବଂ ତାଙ୍କର ପ୍ରାଣ ବ୍ୟାକୁଳ ହେଲା ଓଡ଼ିଶା ଆସିବା ପାଇଁ। ଓଡ଼ିଶା ଆସିବା ପରେ ଏଠାକାର ଦାରିଦ୍ର୍ୟ ତାଙ୍କୁ ଯେତିକି ମର୍ମାହତ କଲା, ଓଡ଼ିଶା ଓ ଓଡ଼ିଆଙ୍କ ସହିତ ସେତିକି ନିବିଡ଼ ହେଲା ତାଙ୍କର ଆବେଗିକ ସମ୍ପର୍କ। ଗାନ୍ଧିଜୀ ନିଜେ ଲେଖିଛନ୍ତି- ସାରା ଭାରତବର୍ଷରେ ମୋର ସବୁଠାରୁ ପ୍ରିୟସ୍ଥାନ ଓଡ଼ିଶା। ଓଡ଼ିଶାର ବଢ଼ି, ମରୁଡ଼ି ଓ ଦାରିଦ୍ର୍ୟର କରୁଣ କାହାଣୀ ସମ୍ପର୍କରେ ଅବଗତ ହେଲାପରେ ମୁଁ ଅନୁଭବ କରେ କି ଓଡ଼ିଶାର ସେବା ମୋ ପାଇଁ ଭାରତର ସେବା। ବାସ୍ତବରେ ଦାରିଦ୍ର୍ୟ ଦୂରୀକରଣ ଓ ଅନ୍ୟ ଅନେକ ପ୍ରସଙ୍ଗରେ ବିପର୍ଯ୍ୟୟପ୍ରବଣ ଓଡ଼ିଶା ଥିଲା ଗାନ୍ଧୀ ଚିନ୍ତନର ଏକ ପ୍ରୟୋଗଶାଳା। ଉତ୍ସର୍ଗୀକୃତ ସେବା ଲାଗି ଏକ ପ୍ରେରଣାର ଉତ୍ସ। ତେଣୁ ତାଙ୍କ ସମ୍ବେଦନଶୀଳ ପ୍ରାଣ ବ୍ୟାକୁଳତା ନେଇ ସେ ଓଡ଼ିଶା ଆସିଥିଲେ ବାରମ୍ବାର।
ଗାନ୍ଧିଜୀଙ୍କୁ ବେଶି ବ୍ୟଥିତ କରିଥିଲା ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ବିଗାଡି ଦେଇଥିବା ଲଗାତର (୧୯୧୮ ଓ ୧୯୧୯)ମରୁଡ଼ି। ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଶାବାସୀଙ୍କ ସାହାଯ୍ୟ କାମନା କରି ସେ ଅନେକ ଲେଖା ପ୍ରକାଶ କରିଥିଲେ ‘ନବ ଜୀବନ’ ଓ ‘ୟଙ୍ଗ ଇଣ୍ଡିଆ’ରେ। ସେତେବେଳେ ତାଙ୍କ ଅନୁରୋଧ କ୍ରମେ ଠକ୍କରବାପା (ଅମୃତଲାଲ ଠକ୍କର) ଆସି ଓଡ଼ିଶାରେ ଅବସ୍ଥାନ କରୁଥିଲେ ଏବଂ ବାହାରୁ ଚାନ୍ଦା ସଂଗ୍ରହ କରି ମରୁଡ଼ି ପ୍ରପୀଡ଼ିତଙ୍କୁ ରିଲିଫ ଯୋଗାଇବା ଥିଲା ତାଙ୍କର ଦାୟିତ୍ୱ। ଠକ୍କରବାପା ଓଡ଼ିଶାର ମରୁଡ଼ି ସମ୍ପର୍କରେ ଗାନ୍ଧିଜୀଙ୍କ ପାଖକୁ ଯେଉଁ ରିପୋର୍ଟ ପଠାଇଲେ, ତାହା ପଢ଼ି ସମ୍ପୂର୍ଣ୍ଣ ବିଚଳିତ ହୋଇ ପଡିଥିଲେ ଗାନ୍ଧିଜୀ। ରିପୋର୍ଟରେ ଲେଖାଥିଲା ଓଡ଼ିଶାର ଦୁଇଟି ଦୁଃଖ- ଦୁର୍ଭିକ୍ଷ ଓ ବନ୍ୟା। ଗତ ଛଅମାସ ମଧ୍ୟରେ ଏଠାରେ ୧୫ ଶହ ଲୋକ ମଲେଣି ଅନାହାରରେ। ଗାନ୍ଧିଜୀ ମରୁଡ଼ିର ବାସ୍ତବ ସ୍ଥିତି ଆକଳନ କରି ଓଡ଼ିଶା ଆସିବା ପାଇଁ ବ୍ୟଗ୍ର ହୋଇପଡିଲେ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଏକଥା ଜଣାଇ ଦେଲେ ଜାତୀୟ କଂଗ୍ରେସର ନାଗପୁର (୧୯୨୦) ଅଧବେଶନରେ। ଓଡ଼ିଶାରେ ଏହି ଖବର ପହଞ୍ଚିବା ମାତ୍ରେ ଚାରିଆଡ଼େ ଖେଳିଗଲା ଖୁସିର ଲହରି। ଗାନ୍ଧିଜୀଙ୍କ ଆସିବା ବାଟକୁ ଉତ୍କଣ୍ଠାର ସହ ଚାହିଁରହିଲେ ଓଡ଼ିଶାବାସୀ।
ସେଦିନ ଥିଲା ୧୯୨୧ମସିହା ମାର୍ଚ୍ଚ ୨୩ ତାରିଖ ଦୋଳ ପୂର୍ଣ୍ଣିମା। ସକାଳ ହେବା ଆଗରୁ ପୁରୀ ଏକ୍ସପ୍ରେସ୍‌ ଯୋଗେ କଟକ ରେଳ ଷ୍ଟେଶନରେ ପହଞ୍ଚିଗଲେ ଗାନ୍ଧିଜୀ। ସେତେବେଳକୁ ଜନସମୁଦ୍ରରେ ପରିଣତ ହୋଇସାରିଥିଲା କଟକ ରେଳଷ୍ଟେଶନ। ଗାନ୍ଧିଜୀଙ୍କୁ ଦେଖିବା ପାଇଁ ପୂର୍ବଦିନ ରାତିରୁ ଷ୍ଟେଶନରେ ଆରମ୍ଭ ହୋଇଯାଇଥିଲା ଭିଡ଼। ଦିନକ ଆଗରୁ ଚୁଡ଼ା ଚାଉଳ ବାନ୍ଧି ସୁଦୂର ଗାଁ ଗଣ୍ଡାରୁ ପାଦରେ ଚାଲି ଚାଲି ଆସି କଟକରେ ପହଞ୍ଚି ଯାଇଥିଲେ ଶହ ଶହ ଲୋକ। ନଈକୂଳ, ଗଛମୂଳ, କାହା ପିଣ୍ଢା ଏପରିକି ଖୋଲା ପଡ଼ିଆରେ ଲୋକେ ଭୋକ ଉପାସରେ ପଡିରହିଥିଲେ ଗାନ୍ଧିଜୀଙ୍କୁ ଟିକେ ଦର୍ଶନ କରିବା ପାଇଁ। ପ୍ରଦେଶ କଂଗ୍ରେସ କମିଟିର ପ୍ରାୟ ସବୁ ତୁଙ୍ଗନେତା ଅପେକ୍ଷା କରିରହିଥିଲେ ଗାନ୍ଧିଜୀଙ୍କୁ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ।
ରେଳ ପହଞ୍ଚିବା ମାତ୍ରେ ମହାତ୍ମା ଗାନ୍ଧୀ କି ଜୟ, ଭାରତ ମାତା କି ଜୟ ଆଦି ଧ୍ବନିରେ ପ୍ରକମ୍ପିତ ହେଲା ଗଗନ ପବନ। ଏହି ବିରାଟ ଜନ ସମାଗମକୁ ନିୟନ୍ତ୍ରଣ କରିବା ପାଇଁ ଜଗି ରହିଥିଲେ କଂଗ୍ରେସ ନେତା ଯଦୁମଣି ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରାୟ ପାଞ୍ଚଶହ ସ୍ବେଚ୍ଛାସେବୀ । ମାତ୍ର ସମୁଦ୍ର ଲହରି ପରି ମାଡିଆସୁଥିବା ଜନସ୍ରୋତକୁ ନିୟନ୍ତ୍ରଣ କରିବା ଥିଲା ସେମାନଙ୍କ ସାଧ୍ୟ ବାହାରେ।
ତୃତୀୟ ଶ୍ରେଣୀ ରେଳ ଡବାର ଦ୍ବାର ଖୋଲିବା ମାତ୍ରେ ତଳକୁ ଓହ୍ଲାଇ ଆସିଲେ ଗାନ୍ଧିଜୀ, କସ୍ତୁରବା ଓ ଅନ୍ୟମାନେ। ପ୍ରଥମେ ଫୁଲମାଳ ଦେଇ ସ୍ବାଗତ କଲେ ଉତ୍କଳମଣି ଗୋପବନ୍ଧୁ। ଷ୍ଟେଶନ ବାହାରେ ଅପେକ୍ଷା କରିଥିବା ମୋଟର ଗାଡି ପର୍ଯ୍ୟନ୍ତ ଗାନ୍ଧିଜୀଙ୍କୁ ପାଛୋଟି ନେବାପାଇଁ ପ୍ରୟାସ ଆରମ୍ଭ କରି ଦେଲେ କଂଗ୍ରେସ ନେତାମାନେ। ମାତ୍ର ଜନ ପଟୁଆର ଭେଦ କରି ଷ୍ଟେଶନ ବାହାରକୁ ଯିବା ସମ୍ଭବ ନ ହେବାରୁ ଗାନ୍ଧିଜୀଙ୍କୁ ପ୍ରଥମେ ବିଶ୍ରାମାଗାର ପର୍ଯ୍ୟନ୍ତ ନିଆଗଲା ବହୁ କଷ୍ଟରେ। କିଛି ସମୟ ଅପେକ୍ଷା କରିବା ସତ୍ତ୍ବେ ଜନ ଗହଳି କମିବା ପରିବର୍ତ୍ତେ ବଢ଼ିବା ଦେଖି ଚିନ୍ତାରେ ପଡ଼ିଲେ ଗୋପବନ୍ଧୁ ଓ ଅନ୍ୟ କଂଗ୍ରେସ ନେତାମାନେ। ଶେଷରେ ବାଧ୍ୟହୋଇ ଗାନ୍ଧିଜୀଙ୍କୁ ଗାଡି ପର୍ଯ୍ୟନ୍ତ ନିଆଗଲା ଘେର ଭିତରେ ରଖି। ଶଙ୍ଖ, ଘଣ୍ଟ, ଖୋଳ କରତାଳ ଧ୍ବନିରେ ଉଛୁଳିଉଠିଲା ପରିବେଶ। ଗାନ୍ଧିଜୀଙ୍କ ପାଇଁ ଆୟୋଜିତ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ ୭୨ ସଂକୀର୍ତ୍ତନ ଦଳ। ବିରାଟ ଜନ ପଟୁଆର ଭିତରେ ଗାନ୍ଧିଜୀଙ୍କ ସୁସଜ୍ଜିତ ଗାଡି ଧୀରେ ଧୀରେ ଆଗକୁ ବଢ଼ିଲା ସ୍ବରାଜ ଆଶ୍ରମ ଅଭିମୁଖେ। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଘରଗୁଡ଼ିକରୁ ହୁଳହୁଳି ଧ୍ବନି ସହିତ ଗାଡି ଉପରେ ବୃଷ୍ଟି ହେଉଥିଲା ଫୁଲ। ଯେତେ ଚେଷ୍ଟା କଲେ ବି ରାସ୍ତାର ଜନଗହଳି ଠେଲି ଦ୍ରୁତ ଗତିରେ ଯାଇପାରୁ ନ ଥିଲା ଗାଡ଼ି। ଯାହା ଫଳରେ ଷ୍ଟେଶନରୁ ବାହାରି ଆଶ୍ରମରେ ପହଞ୍ଚିବା ପାଇଁ ଗାଡ଼ିକୁ ଲାଗିଗଲା ଦୁଇଘଣ୍ଟାରୁ ଅଧିକ ସମୟ। କେବଳ ରାସ୍ତାରେ ନୁହେଁ, ଗାନ୍ଧୀ ଦେବତାଙ୍କୁ ଦର୍ଶନ କରି ତାଙ୍କ ପାଦଧୂଳି ନେବାପାଇଁ ଆଶ୍ରମ ପରିସରକୁ ମଧ୍ୟ ଛୁଟିଥିଲା ହଜାର ହଜାର ଲୋକଙ୍କ ସୁଅ। ସ୍ତ୍ରୀ, ପୁରୁଷ, ବାଳିକା, ବାଳକ ଆଦି ଯିଏ ଦର୍ଶନ ସୁଯୋଗ ପାଉଥିଲେ ସେମାନେ ନିଜକୁ ଧନ୍ୟ ମନେକରି ଫେରି ଯାଉଥିଲେ ପରମ ତୃପ୍ତିରେ। ମାତ୍ର ଯେତିକି ଲୋକ ଦର୍ଶନ ସାରି ଫେରୁଥିଲେ ତାହାଠାରୁ ବେଶି ସଂଖ୍ୟାରେ ଛୁଟି ଆସୁଥିଲେ ନୂଆ ଦର୍ଶନାର୍ଥୀ। ଏମିତି ଏକ ବାତାବରଣ ଭିତରେ ସ୍ବରାଜ ଆଶ୍ରମରେ ପାଦ ଥାପିଲେ ଗାନ୍ଧିଜୀ। ଆଶ୍ରମରେ ନିତ୍ୟକର୍ମ ଓ ପ୍ରାତଃ ଭୋଜନ ସାରି ସେ ସାମାନ୍ୟ ବିଶ୍ରାମ ନେଇସାରିବା ପର୍ଯ୍ୟନ୍ତ ବି ବାହାରେ ଥମି ନ ଥିଲା ଭିଡ଼।
-ମହାପାତ୍ର ଅନୁରାଗ ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୭୦୦୮୬୮୨୨୮୫


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାରୁ…

ବ୍ରହ୍ମପୁର,୩୦ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତଲାଲ ପଣ୍ଡା ବୁଧବାର ଜଣେ ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦…

ଭୂମିକମ୍ପ ପରେ ମାଡ଼ି ଆସୁଛି ସମୁଦ୍ର

ଟୋକିଓ,୨୦।୪: ଜାପାନରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର ଜାପାନର ଉପକୂଳରେ ଏହି…

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୧୬ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଚେନ୍ନାଇ,୧୯ା୪: ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି ୟୁନିଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ…

ଟ୍ରମ୍ପଙ୍କ ଚାଇନା ଗସ୍ତ ପୂର୍ବରୁ ବଡ଼ ଗେମ୍‌ ଖେଳିଲେ ପୁଟିନ୍‌, ବେଜିଂକୁ ପଠାଇଲେ ‘ଚାଣକ୍ୟ’, ଜାଣନ୍ତୁ ସେ କିଏ…

ବେଜିଂ,୧୪।୪: ଦୁଇ ସପ୍ତାହ ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ରେ ଚାଇନା ଗସ୍ତ କରିବେ। ଠିକ୍‌ ଏହି ସମୟରେ ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri