ରାତି ପାହିଲେ ପରିବେଶ ଚିନ୍ତା

ବନ୍ତ, ୭।୧୨ (ଡି.ଏନ.ଏ.)-ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ଯାଆନ୍ତି। ଦୁଇଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫା କରିବା ପରେ ବିଶ୍ରାମ ନିଅନ୍ତି। ସେହିପରି ସନ୍ଧ୍ୟା ପୂର୍ବରୁ ମଧ୍ୟ ଏସବୁ ସ୍ଥାନକୁ ସଫା କରିଥାନ୍ତି। ସଫେଇ କରିବା ପରେ ଅଳିଆ ଆବର୍ଜନା ସବୁ ଗୋଟିଏ ସ୍ଥାନରେ ରଖି ନିଅଁା ଲଗାଇ ପୋଡ଼ି ଦିଅନ୍ତି। ରାତି ପାହିଲା ମାତ୍ରେ ତାଙ୍କୁ ପରିବେଶ ଚିନ୍ତା। ଏହାଦ୍ୱାରା ପରିବେଶ ସଫାସୁତୁରା ରହିଥାଏ ଓ ଏଥିରୁ ତାଙ୍କୁ ଆତ୍ମସନ୍ତୋଷ ମିଳେ ବୋଲି କହନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ଭଣ୍ଡାରଗଢ଼ିଆ ଗ୍ରାମର ଗୋପୀନାଥ ଲେଙ୍କା(୪୮)।
ସେ ୫ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆର୍ଥତ୍କ ଅଭାବ ଯୋଗୁ ଅଧିକ ପାଠ ପଢ଼ି ପାରି ନ ଥିଲେ। ଗଁା ଗହଳିରେ ରୋଷେଇ କାର୍ଯ୍ୟ ଶିଖିଥିଲେ। ପରେ ଭଦ୍ରକର ଏକ କ୍ୟାଟେରିଂ ସଂସ୍ଥାରେ ଦୀର୍ଘ ୩୨ବର୍ଷ ଧରି ଚାକିରି କରି ଯାହା ପାଉଥିଲେ ସେଥିରୁ ପରିବାର ଚଳାଉଥିଲେ। ଘରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଗତ ୩ ବର୍ଷ ହେବ କୌଣସି କାରଣରୁ କ୍ୟାଟେରି ସଂସ୍ଥା ଛାଡ଼ିବା ପରେ ଏବେ ସଫେଇ କାର୍ଯ୍ୟରେ ଲାଗିଛନ୍ତି। ପ୍ରତିଦିନ ସକାଳୁ ଆସି ନିଳୋକ ବଜାରକୁ ପ୍ରଥମେ ସଫା କରିବା ପରେ ହାଇସ୍କୁଲ ପରିସର ଓ ରାସ୍ତାଘାଟ ସଫେଇ କରିଥାନ୍ତି। ଏଥିରୁ ତାଙ୍କୁ କିଛି ପାରିଶ୍ରମିକ ମିଳୁ ନ ଥିଲେ ମଧ୍ୟ ସେ ସଫେଇ କରି ଖୁସି ପାଉଥିବା କହିଛନ୍ତି। ତାଙ୍କର ଏହି କାମ ଯୋଗୁ ବଜାର ଅଞ୍ଚଳ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଛି। ଏଭଳି ମହତ୍‌ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରନ୍ତି। ତେବେ ତାଙ୍କର ଜମିବାଡ଼ି କହିଲେ ୫ ଗୁଣ୍ଠ ହେବ। ସରକାରୀ ସହାୟତା ଭାବେ କେବଳ ରାଶନ ସାମଗ୍ରୀ ପାଇଆସୁଛନ୍ତି। ଏହାରି ଭିତରେ ବଜାର ଦୋକାନୀଙ୍କର କାମଧନ୍ଦା କରି ସ୍ବଳ୍ପ ଅର୍ଥ ଉପାର୍ଜନ କରୁଛନ୍ତି। ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ତଥାପି ସେ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି କାମ କରିଚାଲିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri