କାଲିମେଳାରେ ଡିଜେଲ ୧୦୦ ଟଙ୍କା ଟପିଲା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୬: ଦିନକର ବିରତି ପରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ର ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୨୯ ପଇସା ବଢ଼ିଥିବା ବେଳେ ଡିଜେଲ ୩୨ପଇସା ବୃଦ୍ଧି ଘଟିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୯୭.୧୬ ଟଙ୍କା ଏବଂ ଡିଜେଲ ୯୫.୧୧ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ପେଟ୍ରୋଲ ଲିଟର ପିଛା ୯୭.୪୯ ଟଙ୍କା ଏବଂ ଡିଜେଲ ୯୫.୪୨ ଟଙ୍କାରେ ଖାଉଟି କ୍ରୟ କରୁଥିବା ଜଣାପଡିଛି।
ଅନ୍ୟପକ୍ଷରେ ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ଥିବାବେଳେ ଡିଜେଲ ଦର ମଧ୍ୟ ୧୦୦ଟଙ୍କା ନିକଟବର୍ତ୍ତିରେ ବିକ୍ରି କରାଯାଉଛି। ହେଲେ ମାଲକାନଗିରି ଜିଲ୍ଲାର କାଲିମେଳାରେ ପ୍ରଥମ ଥର ପାଇଁ ଡିଜେଲ ଲିଟର ପିଛା ୧୦୦.୯୧ ଟଙ୍କା ଟପି ଯାଇଥିବା ସ୍ଥାନୀୟ ପେଟ୍ରୋଲିୟମ ଡିଲର ସୂଚନା ଦେଇଛନ୍ତି। ଗତ ଏପ୍ରିଲ ୧୫ରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସାମାନ୍ୟ ହ୍ରାସ ହୋଇଥିଲା। ଏହା ପର ଠାରୁ ଅଦ୍ୟାବଧି ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଗତ ୨ ମାସ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୬.୦୪ ଟଙ୍କା ଏବଂ ଡିଜେଲ ୭.୧୩ ଟଙ୍କା ବୃଦ୍ଧି ଘଟିଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ୨୯ ପଇସା ଏବଂ ଡିଜେଲ ୩୦ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୬.୪୧ ଟଙ୍କା ଏବଂ ଡିଜେଲ ୮୭.୨୮ ଟଙ୍କାରେ ପହଞ୍ଚତ୍ଛି। ମେ ୪ ପରଠାରୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬.୦୧ ଟଙ୍କା ଏବଂ ଡିଜେଲରେ ୬.୫୫ ଟଙ୍କା ବୃଦ୍ଧି ଘଟିଲାଣି। ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୯୭.୬୯ ଟଙ୍କା, ୯୬.୩୪ ଟଙ୍କା ଏବଂ ୧୦୨.୫୮ ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ଏହିସବୁ ମେଟ୍ରୋ ସହରରେ ଡିଜେଲ ଦର ୯୧.୯୨ ଟଙ୍କା, ୯୦.୧୨ ଟଙ୍କା ଏବଂ ୯୪.୭୦ ଟଙ୍କା ଛୁଇଁଥିବା ଜଣାପଡିଛି।
ଓଡିଶା ସମେତ ଆନ୍ଧ୍ରପ୍ରଦେଶ,ତେଲଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଏବଂ ଲଦାଖ ଭଳି କେନ୍ଦ୍ର ଶାସିତ ଅଞ୍ଚଳରେ ତେଲ ଦର ରେର୍କଡ ସ୍ତରରେ ପହଞ୍ଚତ୍ଛି। ମହାମାରୀ ସମୟରେ ରାଜସ୍ଥାନର ଗଙ୍ଗାନଗର ଅଞ୍ଚଳରେ ପେଟ୍ରୋଲ ୧୦୭ ଟଙ୍କା ଉପରେ ବିକ୍ରି ହେଉଥିବା ବେଳେ ଡିଜେଲ ମଧ୍ୟ ୧୦୦ ଟଙ୍କା ଟପି ଯାଇଥିବା ସୂଚନା ମିଳିଛି।
କରୋନା ମହାମାରୀ ଭଳି ମାନ୍ଧାବସ୍ଥା ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ଖାଉଟିଙ୍କ ଉପରେ ବେଶ ପ୍ରଭାବ ପକାଇଛି। ଏଭଳି ସମୟରେ ତେଲ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବର୍ଦ୍ଧିତ ଟିକସ ହ୍ରାସ ନପାଇବା ଯୋଗୁ ଏହାର ପ୍ରଭାବ ତୈଳ ବଜାର ଉପରେ ପଡୁଛି। ଗୋଟିଏ ପଟରେ ତୈଳ ଦର ବୃଦ୍ଧି ଅପରପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚ ରହିବା ଯୋଗୁ ସବୁବର୍ଗର ଲୋକ ଅତିରିକ୍ତ ଖର୍ଚ୍ଚନ୍ତା ହେଉଛନ୍ତି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri