ମୁନ ମିଶନ ଯୋଗ ଯୋଗୁ ଚନ୍ଦ୍ରପୃଷ୍ଠରେ ପଡି ରହିଛି ୨୦୦ଟନ୍‌ ଆବର୍ଜନା, ୧୦୦ ବ୍ୟାଗ ମାନବ ମଳ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୭।୮: ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରାୟାନ ୩। ଚନ୍ଦ୍ରାବତରଣ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସେମାନଙ୍କ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ରକେଟ୍‌ ନୁହେଁ ମାନବ ରକେଟ୍‌ ମଧ୍ୟ ୧୯୫୦ରୁ ମହାକାଶକୁ ଛଡାଯାଇଛି। ସେହି ବର୍ଷ ଋଷିଆର ପ୍ରଥମ ରକେଟ୍‌ ଲୁନା ୧ ଚନ୍ଦ୍ର ନିକଟକୁ ଯାଇଥିଲା। ମଣିଷ ଚନ୍ଦ୍ରପୃଷ୍ଠକୁ ଯିବା ସହ ମହାକାଶ ଭିତ୍ତିକ ବହୁ ଅଜଣା କଥା ଆମ ନିକଟକୁ ପଠାଉଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଚନ୍ଦ୍ରପୃଷ୍ଠକୁ ଯାଇ ମଣିଷ ସେଠାରେ ଆବର୍ଜନା ବଢାଇବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨ ଜଣ ମହାକାଶଚାରୀ ଏବଂ ଅନେକ ମିଶନ ଚନ୍ଦ୍ରକୁ ପଠାଯାଇଛି। ମଣିଷ (ମହାକାଶଚାରୀ) ଫେରି ଆସିଥିଲେ ମଧ୍ୟ ସେଠାରେ ଅଳିଆ ଆବର୍ଜନା କରି ଦେଇଥିଲେ। ଚନ୍ଦ୍ରରେ ମାନବ ମଳ, ପାଉଁଶ, ଫଟୋ ଫ୍ରେମ, ଗଲ୍ଫ ବଲ ସହିତ ପ୍ରାୟ ୨୦୦ ଟନ ଆବର୍ଜନା ଜମା ହୋଇଥିବା ଜାଣିବାକୁ ମିଳିଛି।

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନିଲ ଆର୍ମଷ୍ଟ୍ରଙ୍ଗ ଏବଂ ଏଡୱିନ ‘ବଜ’ ଆଲଡ୍ରିନ ଥିଲେ। ଚନ୍ଦ୍ରରେ ଫେରିବାବେଳେ ସେ ମହାକାଶଯାନର ଅନାବଶ୍ୟକ ଜିନିଷଗୁଡ଼ିକୁ ଚନ୍ଦ୍ରରେ ଛାଡିଥିଲେ। ଆମେରିକାର ଫ୍ଲାଗ ଟ୍ୟୁବ, ଟିଭି କ୍ୟାମେରା ଏବଂ ଚନ୍ଦ୍ରରୁ ଧୂଳି ଏବଂ ପଥର ଉଠାଇବା ପାଇଁ ବ୍ୟବହୃତ ସମସ୍ତ ଉପକରଣ ସେଠାରେ ଛାଡି ଦେଇଥିଲେ। ଏହା ପରେ ଆପୋଲୋ ମିଶନରେ ପ୍ରାୟ ୪ ଲକ୍ଷ ପାଉଣ୍ଡ ଆବର୍ଜନା ଛାଡି ଦିଆଯାଇଥିଲା। ତେବେ ୭୩ବର୍ଷରେ ପ୍ରାୟ ୧୨ଥର ମାନବ ମିଶନ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୧୦୦ ବ୍ୟାଗ ମାନବ ମଳ ଏଠାରେ ଛାଡି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri