ବହୁତ ରୋଜଗାର କରନ୍ତି; ହେଲେ ସ୍ବଭାବରେ ଭାରି ଖର୍ଚ୍ଚି ଏହି ରାଶିର ଲୋକେ; ଏହି କ୍ଷେତ୍ରରେ ପାଇଥାନ୍ତି ସଫଳତା

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଲୋକଙ୍କ ସ୍ବଭାବ ଭିନ୍ନ । ସେମାନଙ୍କର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ। ଆଜି ରାଶିର ଆଲୋଚନାରେ କର୍କଟ ରାଶି ବିଷୟରେ ଆଲୋଚନା କରିବା। ଏହି ରାଶିର ସ୍ବାମୀ ଗ୍ରହ ଚନ୍ଦ୍ର। ଚନ୍ଦ୍ରମା ପ୍ରଭାବରୁ ଏହି ରାଶିର ଲୋକମାନେ ଚଞ୍ଚଳ, ଶାନ୍ତ, ଭାବୁକ ଏବଂ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ ନିଜ ଆଖପାଖରେ ପରିବାର ଭଳି ପରିବେଶ କରି ରଖିଥାନ୍ତି। ସ୍ବଭାବରେ ଏମାନେ ମିଳାପି ହୋଇଥାନ୍ତି। ଆସନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିଭଳି:

-କର୍କଟ ରାଶି ଜାତକଧାରୀ କଳାତ୍ମକ ଏବଂ ରଚନାତ୍ମକ ହୋଇଥାନ୍ତି। ଏମାନେ ନିଜ ମାଟିକୁ ବହୁତ ଭଲପାଇଥାନ୍ତି। ବହୁତ ଶୀଘ୍ର ଏମାନେ ରାଗି ଯାଇଥାନ୍ତି। ହେଲେ ସେମାନେ ଶୀଘ୍ର ଶାନ୍ତ ବି ହୋଇଯାଇଥାନ୍ତି। କର୍ମସ୍ଥାନରେ ଏମାନଙ୍କ ପ୍ରଦର୍ଶନ ବହୁତ ରଚନାତ୍ମକ ହୋଇଥାଏ। ମାନସମ୍ମାନ ବିଷୟରେ ଏମାନେ ବହୁତ ଭାବିଥାନ୍ତି। ବେଶ୍‌ ମେଳାପୀ ହୋଇଥିବାରୁ ଏମାନେ କାହାକୁ ବି ପ୍ରେମରେ ପକାଇଦେଇଥାନ୍ତି। କାମ କରିବାର ଶୈଳୀ ଯୋଗୁ ଏମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି।

– କର୍କଟ ରାଶି ବ୍ୟକ୍ତିଙ୍କ ସ୍ବଭାବ ବହୁତ ଭିନ୍ନ। ନିଜଠାରୁ ଅଲଗା ବ୍ୟକ୍ତିତ୍ୱ ଥିବା ଲୋକଙ୍କ ସହ ଏମାନେ ପ୍ରେମ ସମ୍ପର୍କ ଆଗକୁ ବଢ଼ାଇବାକୁ ଚାହିଁଥାନ୍ତି। ଦେଖିବାକୁ ଏମାନେ ବହୁତ ଆକର୍ଷକ ମଧ୍ୟ। ହେଲେ ରାଗି ଏବଂ ଚଞ୍ଚଳତାକୁ ନେଇ ଏମାନଙ୍କର ଅନେକଥର କ୍ଷତି ମଧ୍ୟ ହୋଇଥାଏ। ମହତ୍ୱାକାଂକ୍ଷୀ ନ ହେଲେ ବି ଏମାନେ ଉପରକୁ ଉଠିବାକୁ ପସନ୍ଦ କରିଥାନ୍ତି। ଶାନ୍ତ ପାରିବାରିକ ଜୀବନ ଏମାନଙ୍କୁ ବହୁତ ପସନ୍ଦ। ତାଙ୍କୁ ବୁଝିବା ଭଳି ଜୀବନସାଥୀଟିଏ ସେ ଖୋଜିଥାନ୍ତି। ଏପରିକି ସେ ଜୀବନସାଥୀଙ୍କ ପ୍ରତି ସଚ୍ଚୋଟ ରହିଥାନ୍ତି।

-କର୍କଟ ରାଶିର ବ୍ୟକ୍ତି ନିଜ ଘର ତଥା ପରିବାରକୁ ସୁବିଧା ସମ୍ପନ୍ନ କରିବା ପାଇଁ ସବୁ ଚେଷ୍ଟା କରିଥାନ୍ତି। ଏମାନେ ବିଶ୍ୱାସୀ ହୋଇଥାନ୍ତି। ପ୍ରତିଟି କାମକୁ ଏମାନେ ମନଦେଇ କରିଥାନ୍ତି। ମେଡିକାଲ, ମ୍ୟାନେଜମେଣ୍ଟ, ରାଜନୀତି ଏବଂ ମିଡିଆରେ ଏମାନେ ନିଜର ନାମ କମାନ୍ତି। ସମୟ ସହ ଏମାନଙ୍କର ଆର୍ଥିକ ସ୍ଥିତି ଭଲ ହେବାରେ ଲାଗିଥାଏ। ପଇସା ଆସିବା ସହ ଏମାନେ ଖର୍ଚ୍ଚି ସ୍ବଭାବର ହୋଇଥିବାରୁ ଟଙ୍କା ଶୀଘ୍ର ଖର୍ଚ୍ଚ କରିଦେଇଥାନ୍ତି। ହେଲେ ଟଙ୍କାରେ ଏମାନେ ନିବେଶ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri