ଗିରଫ ହେଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଥିବା ପୁରୀ ଜିଲା ନିମାପଡ଼ା ସବ୍‌ଡିଭିଜନ୍‌ର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେ ତାଙ୍କ ଆୟ ଠାରୁ ୩୩୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେହୁରୀଙ୍କ କାର୍ଯ୍ୟାଳୟ ଓ ପୈତୃକ ଗୃହ ସମେତ ୭ଟି ସ୍ଥାନରେ ମଙ୍ଗଳବାର କଟକ ଡିଭିଜନ୍‌ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ତାଙ୍କର ୩. ୫୪ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଏଥିମଧ୍ୟରେ ୨୮ଟି ପ୍ଲଟ୍‌, ନଗଦ ୧.୬୨ ଲକ୍ଷ ଟଙ୍କା, ଏକ ତିନି ମହଲା କୋଠା, ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଡିପୋଜିଟ୍‌, ଏକ ଚାରିଚକିଆ ଗାଡ଼ି, ସୁନାଗହଣା, ୨ଟି ବାଇକ୍‌ ପ୍ରଭୃତି ରହିଛି। ସେହିପରି ତାଙ୍କ ବାସଭବନ ଓ କାର୍ଯ୍ୟାଳୟରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା।
ସୂଚନା ଅନୁଯାୟୀ, ଢେଙ୍କାନାଳ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ବିଭାଗର ୫ ଡିଏସ୍‌ପିଙ୍କ ନେତୃତ୍ୱରେ ୧୨ ଇନ୍ସପେକ୍ଟର ଏବଂ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ୭ଜଣିଆ ଟିମ୍‌  ଏକକାଳୀନ ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲାର ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। କେବଳ ଢେଙ୍କାନାଳରେ ୨୧ ଓ ଭୁବନେଶ୍ୱରରେ ୭ଟି ପ୍ଲଟ ଠାବ କରାଯାଇଥିଲା। ସେଲ୍‌ ଡିଡ୍‌ ଅନୁଯାୟୀ ଏସବୁର ଆନୁମାନିକ ମୂଲ୍ୟ ୧.୪୫ କୋଟି ଆକଳନ ହୋଇଛି। ତେବେ ପ୍ଲଟ୍‌ଗୁଡ଼ିକ ଅଣ୍ଡର ଭାଲ୍ୟୁଏଶନରେ ରେଜିଷ୍ଟ୍ରେଶନ କରାଯାଇଥିବାରୁ ପ୍ରକୃତ ମୂଲ୍ୟ ବହୁ ଅଧିକ ହେବ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଭିଆଇଏମ୍‌-୪୪୨ସ୍ଥିତ ପ୍ଲଟ ନଂ. ୦୪/୬୩୦୭ରେ ଥିବା ତିନିମହଲା କୋଠାର ମୂଲ୍ୟ ପ୍ରାୟ ୯୨ ଲକ୍ଷ, କଳାରାହାଙ୍ଗ ଓ ଆଇଗିଣିଆରେ ୧୨.୩୪ ଲକ୍ଷର ଦୁଇଟି ଘର, ଢେଙ୍କାନାଳ ସହରର ପ୍ଲଟ ନଂ. ୧୯୭୦/୩୯୫ ଏବଂ ୩୪୯୬/୧୧୦୩୧ରେ ଥିବା ଦୁଇଟି ଏକମହଲା କୋଠାର ମୂଲ୍ୟ ପ୍ରାୟ ୨୦.୭୭ ଲକ୍ଷ ଟଙ୍କା, ଢ଼େଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ଗୁଣଦେଈରେ ଥିବା ୧୨ ଲକ୍ଷ ଟଙ୍କାର ଏକମହଲା କୋଠା, ୧୧ଲକ୍ଷ ଟଙ୍କାର ମହିନ୍ଦ୍ରା ରେନୋ ଲାଗୁନ୍‌ ଗାଡ଼ି ସମେତ ୧୨.୧୮ ଲକ୍ଷ ଟଙ୍କାର ସୁନା ଓ ଆସବାବପତ୍ର ଠାବ ହୋଇଛି। ଏହା ବ୍ୟତୀତ ଭୁବନେଶ୍ୱର ଶୈଳଶ୍ରୀ ବିହାର ଫ୍ଲାଟ୍‌ ନଂ. ଏ/୨୦୯ରେ ଭଡ଼ା ଲାଗିଥିବା ଆବାସିକ କୋଠା ଓ ଢେଙ୍କାନାଳ ସପ୍ତଶଯ୍ୟାସ୍ଥିତ ନିର୍ମାଣାଧୀନ କୋଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri