ବିଧାନସଭା ଅଧିବେଶନ: ସରକାରଙ୍କ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ୍‌-୧୯ର ପ୍ରକୋପ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ ଆସନ୍ତା ବିଧାନସଭା ଅଧିବେଶନ ଏବଂ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହି ଦୁଇଟି ଚ୍ୟାଲେଞ୍ଜକୁ ସରକାର କିପରି ଦେଖୁଛନ୍ତି ତାହା ପ୍ରଶାସନିକସ୍ତର ଠାରୁ ଆରମ୍ଭ କରି ରାଜନୈତିକସ୍ତର ପର୍ଯ୍ୟନ୍ତ ସୁବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ମଧ୍ୟ ବିଧାନସଭା ଅଧିବେଶନକୁ କିପରି ସୁଚାରୁରୂପେ କରିବେ ସେନେଇ ବିଶେଷ ଚିନ୍ତିତ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଆସନ୍ତା ବିଧାନସଭା ଅଧିବେଶନ ବହୁ ଗୁରୁତ୍ୱ ବହନ କରୁଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ଡାକିବାକୁ ବିରୋଧୀ ଦାବି କରୁଥିବାବେଳେ କରୋନା ସ୍ଥିତି ଦେଖିଲେ ତାହା ସମ୍ଭବ ଭଳି ମନେ ହେଉନାହିଁ। ଅନ୍ୟପଟେ ଅଧିବେଶନ ବସିବାର ସମୟ ମଧ୍ୟ ହୋଇ ଗଲାଣି। ଗତ ମାର୍ଚ୍ଚ ୩୦ରେ ଶେଷଥର ପାଇଁ ବିଧାନସଭା ବସିଥିଲା। ଏହାର ୬ମାସ ଅର୍ଥାତ୍‌ ସେପ୍ଟେମ୍ବର ୩୦ସୁଦ୍ଧା ଆଉଥରେ ଅଧିବେଶନ ବସିବାର ବିଧି ରହିଛି। ଆସନ୍ତା ଅଧିବେଶନ ଲାଗି ଆଉ ଅଢ଼େଇ ମାସ ସମୟ ରହିଛି। ଏହି ଅଢେଇ ମାସ ମଧ୍ୟରେ ବିଧାନସଭା ଅଧିବେଶନ କିପରି ବସିବ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଠିଆହେଲାଣି। କିଛି ମାସର ଅନ୍ତର ପରେ ବିଧାନସଭା ଗୃହ କମିଟି ବୈଠକ ଆରମ୍ଭ ହୋଇଥିଲା। ମାତ୍ର ନିକଟରେ ଗୃହ କମିଟି ସଦସ୍ୟ ତଥା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବଂ ଅନ୍ୟଜଣେ

ବିଧାନସଭା କର୍ମଚାରୀଙ୍କ ମା’ଙ୍କ କରୋନା ପଜିଟିଭ ବାହାରିବା ପରେ ସମସ୍ତ ଗୃହ କମିଟି ବୈଠକକୁ ବନ୍ଦ କରିଦିଆଯାଇଛି। ଏହାସହ ସମସ୍ତ କର୍ମଚାରୀଙ୍କୁ କରୋନା ଟେଷ୍ଟିଂ କରି ଆସିବାକୁ କୁହାଯାଇଛି। ଏଭଳିସ୍ଥିତିରେ ବିଧାନସଭା ଅଧିବେଶନ ହେବା କଷ୍ଟସାଧ୍ୟ ବୋଲି ମଧ୍ୟ ଅନେକେ ମତ ରଖିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଆଲୋଚନା କରିବା ସହ ପାର୍ଲାମେଣ୍ଟ ଅଧିବେଶନ କେବେ ଆରମ୍ଭ ହେବ ଏବଂ ଏଥିପାଇଁ କି ପ୍ରକାର ଏସ୍‌ଓପି ଜାରି ହେବ, ତା ଉପରେ ନଜର ରଖିବାକୁ କହିଛନ୍ତି। ଏନେଇ ପାତ୍ରଙ୍କ ମତାମତ ଲୋଡ଼ାଯିବାରୁ ସେ କହିଛନ୍ତି ଯେ, ଲୋକ ସଭା ବାଚସ୍ପତି ଏବଂ ବିଭିନ୍ନ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା ଜାରି ରଖିଛି। ଅନ୍ୟ ରାଜ୍ୟଗୁ଼ଡିକ କିପରି ବିଧାନସଭା ଆରମ୍ଭ କରିବେ ତା’ଉପରେ ନଜର ରଖିଛୁ। ସେହିପରି ପାର୍ଲାମେଣ୍ଟ ଅଧିବେଶନ ମଧ୍ୟ କିପରି ଚାଲିବ ସେନେଇ ଆସନ୍ତା ୫ଦିନ ମଧ୍ୟରେ ଏସ୍‌ଓପି ଜାରି ହେବ। ଏହାପରେ ତାହାକୁ ଦେଖି ବିଧାନସଭା ଆରମ୍ଭ ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।
ସେହିପରି ନିକଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ଏହା ରାଜ୍ୟପାଳଙ୍କ ଅନୁମୋଦନ ପାଇଥିବାରୁ ବିଧାନସଭା ଅଧିବେଶନରେ ପାରିତ ହେବାର ଅଛି। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଧିବେଶନ ନ ବସେ ତେବେ ଏହା କାଟ ଖାଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। କରୋନା ଯୋଗୁ ରାଜ୍ୟରେ ରାଜସ୍ବ ଆଦାୟ ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି। ତେଣୁ ସରକାରଙ୍କ ଅର୍ଥ ବିଭାଗ ସରକାରୀ ଅଧିକାରୀଙ୍କ ଖର୍ଚ୍ଚ କାଟ କରିବା ସହ ବିଭିନ୍ନ ସ୍ବତନ୍ତ୍ର ପ୍ରକଳ୍ପ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଏପରିସ୍ଥିତିରେ ବିରୋଧୀ ରାଜ୍ୟ ରାଜକୋଷର ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଦାବି ଚଳାଇଛନ୍ତି। ତେଣୁ ରାଜ୍ୟ ସରକାର ବିଧାନସଭା ଚଲାଇବା ଲାଗି କିଛି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ। ସମସ୍ତ ବିଧାୟକଙ୍କ କୋଭିଡ୍‌ ଟେଷ୍ଟ କରାଇ ଅଧିବେଶନ ହେବ ବୋଲି ଶୁଣାଯାଉଥିବାବେଳେ ଅନ୍ୟପଟେ ନିର୍ଦ୍ଦିଷ୍ଟ କେତେ ପ୍ରତିଶତ ବିଧାୟକଙ୍କ ଟେଷ୍ଟ କରାଇ ଅଧିବେଶନ ସାରି ଦେବାକୁ ସରକାର ଚିନ୍ତା କରୁଥିବା ମଧ୍ୟ ଆଲୋଚନା ହେଉଛି।
ଏଭଳି ଏକ ସ୍ଥିତିରେ ଗତ ଏକମାସ ମଧ୍ୟରେ ରାଜ୍ୟର ଦୁଇଜଣ ବିଧାୟକଙ୍କ ମୃତ୍ୟୁ ଘଟିଛି। ଜୁନ୍‌ ୧୭ତାରିଖରେ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଘଟିଥିବାବେଳେ ଗତ ୬ତାରିଖରେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଦେହାନ୍ତ ଘଟିଛି। ଦୁଇ ବିଧାୟକଙ୍କ ମୃତ୍ୟୁ ପରେ ଉପରୋକ୍ତ ଦୁଇ ସ୍ଥାନରେ ଯଥାକ୍ରମେ ଡିସେମ୍ବର ୧୭ ଏବଂ ଜାନୁୟାରୀ ୬ ତାରିଖ ସୁଦ୍ଧା ଉପନିର୍ବାଚନ ହେବ। ଯଦି କରୋନା ସ୍ଥିତିରେ ସୁଧାର ନ ଆସେ ଧାର୍ଯ୍ୟ ସମୟ ମଧ୍ୟରେ ଉପନିର୍ବାଚନ କିପରି ହେବ ତାକୁ ନେଇ ଚିନ୍ତା ବଢ଼ିଲାଣି। ଯଦିଓ ଉପନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହେବ, ତଥାପି ସରକାରଙ୍କ ମଧ୍ୟ କିଛି ଭୂମିକା ରହୁଛି। ନିର୍ବାଚନରେ ସରକାରୀ କର୍ମଚାରୀ ଏବଂ ପୋଲିସ ପ୍ରଶାସନର ସହଯୋଗ ମଧ୍ୟ ରହିବ। ଏସବୁକୁ ନେଇ ସରକାର ବର୍ତ୍ତମାନଠାରୁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri