ନବ ଦାସ ପ୍ରସଙ୍ଗ ବିରୋଧୀଙ୍କ ଅସ୍ତ୍ର

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏ ଚାଲିବ। ପ୍ରଥମ ଦିବସର ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ଫେବୃୟାରୀ ୨୪ରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ। ତେବେ ଏହି ଅଧିବେଶନ ଗତ ଅଧିବେଶନ ତୁଳନାରେ ଅଧିକ ସରଗରମ ହେବା ସମ୍ଭାବନା ରହିଛି। ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ କରିବାକୁ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ୱ ଦେଇଛନ୍ତି। ଏଥିସହିତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ’ଣ ଏବେ ବି ତାହା ଅସମାହିତ ହୋଇ ରହିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ବିରୋଧୀ ଭାଜପା ଓ କଂଗ୍ରେସ ସନ୍ତୁଷ୍ଟ ନୁହନ୍ତି। ଏହାକୁ ନେଇ ଉଭୟ ଦଳ ସରକାରଙ୍କୁ ଆକ୍ରମଣ ଜାରି ରଖିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଚଳିତ ବିଧାନସଭାରେ ବିରୋଧୀ ଆକ୍ରମଣକୁ ଆହୁରି ଜୋର୍‌ଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ରାଜ୍ୟରେ ହତ୍ୟା, ଅପହରଣ, ବଳାତ୍କାର, ନାରୀ ନିର୍ଯାତନା ବଢ଼ିଚାଲିଛି। ବିଧାନସଭାରେ ଦଳ ପକ୍ଷରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବ। ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରକୃତ ଷଡ଼ଯନ୍ତ୍ରକାରୀଙ୍କୁ ଧରିବାରେ କ୍ରାଇମ୍‌ବ୍ରାଞ୍ଚ ବିଫଳ ହୋଇଛି। ଓଡ଼ିଶାର ଲୋକମାନେ ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି। ଏ ନେଇ ସରକାରଙ୍କଠାରୁ କୈଫିୟତ ତଲବ କରାଯିବ। ଏଥିସହିତ ଚାଉଳ ହଡ଼ପ, ପ୍ରଧାନ ମନ୍ତ୍ରୀ ଆବାସ, ଧାନମଣ୍ଡି, ଏମ୍‌ଏସ୍‌ପି, ସ୍ବାସ୍ଥ୍ୟସେବା, ବେକାରି, ଦାଦନ ସମସ୍ୟା, ପ୍ରାଥମିକ ଶିକ୍ଷା ଆଦି ସମସ୍ୟାକୁ ନେଇ ସରକାରଙ୍କଠାରୁ କୈଫିୟତ ତଲବ କରାଯିବ ବୋଲି ସେ କହିଛନ୍ତି। ଏଥିସହ ଭାଜପା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ପ୍ରସଙ୍ଗ ଉଠାଇବ। ନିକଟରେ ସୋମାଲିକା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟି ଏହି ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଛନ୍ତି। ତେବେ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା ପ୍ରସଙ୍ଗକୁ ନେଇ ଭାଜପା ଅଡୁଆରେ ପଡ଼ିଛି। ଶାସକ ଦଳ ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍‌ କରିଛି। ବିଧାନସଭାରେ ଦଳକୁ ବିଜେଡିର କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ।
ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଆଇନଶୃଙ୍ଖଳାକୁ ବିଧାନସଭାରେ ମୁଖ୍ୟ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ପୂର୍ବାହ୍ନରେ କଂଗ୍ରେସ ବିଧାୟକ ଦଳରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ଘଟଣାର ତଦନ୍ତ ବାଟବଣା ହେଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ହତ୍ୟାକାଣ୍ଡ ପଛରେ ବହୁ ନେତା ଓ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବା ସହ ଦଳ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ମାର୍ଚ୍ଚ ୧୩ରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବା ନେଇ ନିଷ୍ପତ୍ତି ନେଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆସନ୍ତା ଅଧିବେଶନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବ ଦଳର ମୁଖ୍ୟ ପ୍ରସଙ୍ଗ। ରାଜ୍ୟରେ ଆଇନର ଶାସନ ନାହିଁ। ଜଙ୍ଗଲି ଶାସନ ଚାଲିଛି। କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗର ୧ ନମ୍ବରରେ ରହିଛି। ଏଥିସହିତ ଚାଷୀମାନଙ୍କ ଅଭାବୀ ଧାନ ବିକ୍ରି , ବେକାରି ସମସ୍ୟା, ଦରଦାମ୍‌ ବୃଦ୍ଧି, ମହିଳା ନିର୍ଯାତନା, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସମସ୍ୟା ଆଦି ପ୍ରସଙ୍ଗ ଉଠିବ। ରାଜ୍ୟରେ ଚାଷୀମାନେ ଅଧା ଧାନ ବିକ୍ରି କରିପାରିନାହାନ୍ତି। ବେକାରି ସମସ୍ୟା ଉତ୍କଟସ୍ତରରେ ରହିଛି। ବଲାଙ୍ଗୀର ଜିଲାରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ସ୍କୁଲ୍‌ କଲେଜରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ରାଜ୍ୟ ସରକାର ବିଭିନ୍ନ ସମୟରେ ବିଧାନସଭାରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଏ ନେଇ ସରକାରଙ୍କଠାରୁ ଜବାବ ମଗାଯିବ ବୋଲି ସେ କହିଛନ୍ତି।
ବିରୋଧୀଙ୍କୁ ମୁକାବିଲା କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ମଙ୍ଗଳବାର ପୂର୍ବାହ୍ନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଭାଜପାକୁ ଘେରିବା ପାଇଁ ଶାସକ ଦଳ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣାକୁ ପ୍ରସଙ୍ଗ କରିବା ନେଇ ସୂଚନା ମିଳିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଶାସକ ବିଜେଡି ଟାର୍ଗେଟ କରିଛି। ତାଙ୍କର ଇସ୍ତଫା ଦାବିକରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛି। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଭାଜପାକୁ ଶାଣିତ ଆକ୍ରମଣ କରିବା ଯୋଜନାରେ ବିଜେଡି ରହିଛି। ତେବେ ଆସନ୍ତା ଅଧିବେଶନ ବେଶ୍‌ ସରଗରମ ହେବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri