ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଏଇଠୁ ଲଢିବେ ନବୀନ

ଭୁବନେଶ୍ୱର, ୧୭।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମ୍ବଲପୁରରୁ ପ୍ରାର୍ଥୀ ହେଲେ ରୋହିତ ପୂଜାରୀ। ଜାଣନ୍ତୁ ଆଉ କିଏ କେଉଁଠୁ ପାଇଲେ ଟିକେଟ୍‌।

ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁର- ବର୍ଷା ସିଂ ବରିହା
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼- ଅରୁନ୍ଧତି ଦେବୀ
ଅନୁଗୋଳ- ସଂଯୁକ୍ତା ସିଂହ, ନିମାପଡ଼ା- ଦିଲୀପ ନାୟକ
ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁର- ଇନ୍ଦିରା ନନ୍ଦ