ଠାକୁରାଣୀଙ୍କ ଦାସୀ ନାଁରେ ଆକ୍ରମଣ, ୩ ଗୁରୁତର

ବାଲିଆପାଳ, ୨୭।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରାମନଗର ରସଲପୁର ଗ୍ରାମର ଶୀତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିରୋଧ କରି ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଗୋଷ୍ଠୀ କାମ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରି ଗୃହ ତିଆରି କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ଏନେଇ ଥାନାରେ ମାମଲା ହୋଇଛି। ସୋମବାର ସକାଳେ ଗୋଟିଏ ଗୋଷ୍ଠୀର ଜଣେ ମହିଳା ତାଙ୍କ ଉପରେ ମା’ ସବାର ହୋଇଛନ୍ତି କହି ଦାସୀ ପଡ଼ିଥିଲେ। ବିଭିନ୍ନ ପ୍ରକାର ପ୍ରଳାପ କରି ଝୁଣାସରା ମୁଣ୍ଡାଇ ନାଚ କରି ଅନ୍ୟ ଗୋଷ୍ଠୀର ୩ଜଣଙ୍କ ଉପରକୁ ଝୁଣା ନିଅଁା ପକାଇଥିଲେ। ଆହତମାନେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ରସଲପୁର ଗ୍ରାମରେ ୩ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ହୋଇସାରିଥିବା ବେଳେ ବାକି ଥିବା ତୃତୀୟ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଆସିଥିଲା। ଏହି ଗୃହ ଗ୍ରାମର ଶୀତଳା ଠାକୁରାଣୀ ମନ୍ଦିର ପରିସରରେ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଗ୍ରାମର କେତେଜଣ ବ୍ୟକ୍ତିଙ୍କ ସମର୍ଥନରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକୁ ଗ୍ରାମର ଅଧିକାଂଶ ଲୋକ ବିରୋଧ କରିଆସୁଥିଲେ। ଏନେଇ ଗ୍ରାମର ଧୀରେନ୍ଦ୍ର ନାଥ ସାହୁ, ଗୋପାଳକୃଷ୍ଣ ବାରିକ, ସନ୍ନ୍ୟାସୀ ସାହୁ, ବୈକୁଣ୍ଠ ସାହୁ, ମୂରଲୀ ଚନ୍ଦ, ବାଞ୍ଛାନିଧି ସାହୁ, କମଳିନୀ ସାହୁ, ସ୍ନେହଲତା ସାହୁ, ମିନତୀ ଦେ, ସାବିତ୍ରୀ ବାରିକ, ବିଜୟ କୁମାର ପାତ୍ର, ଗୟାରାମ ଜେନାଙ୍କ ସହିତ ବହୁ ଗ୍ରାମବାସୀ ଶୀତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି ଘର ହେଲେ ମନ୍ଦିର ପବିତ୍ରତା ନଷ୍ଟ ହେବ। ତେଣୁ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ କରା ନ ଯାଇ ଅନ୍ୟତ୍ର କରାଯାଉ ବୋଲି ଦାବି କରି ଜିଲାପାଳ, ବିଡ଼ିଓ, ସିଡ଼ିପିଓଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ମନ୍ଦିର ପରିସରରେ କାର୍ଯ୍ୟ ଚାଲୁଥିବା ଜାଣି ଗତ ଶୁକ୍ରବାର ଗ୍ରାମର ଶତାଧିକ ମହିଳା ଏକାଠି ହୋଇ କାମ ବନ୍ଦ କରାଇଥିଲେ। କାମ ପାଇଁ ଆସିଥିବା ବାଲି, ଚିପ୍‌ସ, ଇଟା ଆଦି ଫୋପାଡ଼ି ଥିଲେ। ଫଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କାମ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ। ଏହି କାମ ପାଇଁ କାର୍ଯ୍ୟାଦେଶ ଥିବା ବାଲିଆପାଳ ବ୍ଲକର କନିଷ୍ଠଯନ୍ତ୍ରୀ ପ୍ରେମାନନ୍ଦ ଚଇନି କାମ ପାଇଁ ଆସିଥିବା ଜିନିଷ ନଷ୍ଟ କରିବା ଅଭିଯୋଗରେ ଗ୍ରାମର ତପନ ଦେ, ଖଗେନ୍ଦ୍ର ଦେ, ଭବେନ୍ଦ୍ର ଦେ, ସୁନୀଲ ଦେ, ସନ୍ନ୍ୟାସୀ ସାହୁ ଓ ସବିତା ସାହୁଙ୍କ ନାମରେ କମର୍ଦ୍ଦା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ସୋମବାର ସକାଳେ ସବିତା ସାହୁ ତାଙ୍କ ଉପରେ ମା’ ସବାର ହୋଇଛନ୍ତି ବୋଲି କହି ଦାସୀ ପଡ଼ିଥିଲେ। ଗ୍ରାମର ମୁଖିଆ ନିର୍ମଳ ଦାସ ଓ ଅନ୍ୟମାନଙ୍କୁ ଡକାଇଥିଲେ। ମନ୍ଦିର ପରିସରରେ ନିର୍ମଳ ଦାସ ଓ ଅନ୍ୟମାନେ ପହଞ୍ଚତ୍ବା ପରେ ଦାସୀ ପଡ଼ିଥିବା ସବିତା ମୁଣ୍ଡାଇଥିବା ଝୁଣା ସରାରେ ନିର୍ମଳ ଦାସଙ୍କ ମୁଣ୍ଡରେ ଢାଳି ଦେଇଥିଲେ। ଏଥିରେ ନିର୍ମଳଙ୍କ ମୁହଁ ପୋଡ଼ିଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ୨ଜଣ ଦେବବ୍ରତ ଦାସ ଓ ଅଶୋକ ପଣ୍ଡାଙ୍କୁ ମଧ୍ୟ ସବିତା ଆକ୍ରମଣ କରି ଆହତ କରାଇଥିବା ଥାନାରେ ଅଭିଯୋଗ ହୋଇଛି। ଆହତମାନେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଗ୍ରାମରେ ଉତ୍ତେଜନା ଲାଗି ରହିଛି। କମର୍ଦ୍ଦା ପୋଲିସ ପହଞ୍ଚତ୍ ତଦନ୍ତ କରିବା ସହିତ ପରିସ୍ଥିତି ନିୟନ୍ତ୍ରଣରେ ରଖିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri