ଠାକୁରାଣୀଙ୍କ ଦାସୀ ନାଁରେ ଆକ୍ରମଣ, ୩ ଗୁରୁତର

ବାଲିଆପାଳ, ୨୭।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରାମନଗର ରସଲପୁର ଗ୍ରାମର ଶୀତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିରୋଧ କରି ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଗୋଷ୍ଠୀ କାମ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରି ଗୃହ ତିଆରି କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ଏନେଇ ଥାନାରେ ମାମଲା ହୋଇଛି। ସୋମବାର ସକାଳେ ଗୋଟିଏ ଗୋଷ୍ଠୀର ଜଣେ ମହିଳା ତାଙ୍କ ଉପରେ ମା’ ସବାର ହୋଇଛନ୍ତି କହି ଦାସୀ ପଡ଼ିଥିଲେ। ବିଭିନ୍ନ ପ୍ରକାର ପ୍ରଳାପ କରି ଝୁଣାସରା ମୁଣ୍ଡାଇ ନାଚ କରି ଅନ୍ୟ ଗୋଷ୍ଠୀର ୩ଜଣଙ୍କ ଉପରକୁ ଝୁଣା ନିଅଁା ପକାଇଥିଲେ। ଆହତମାନେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ରସଲପୁର ଗ୍ରାମରେ ୩ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ହୋଇସାରିଥିବା ବେଳେ ବାକି ଥିବା ତୃତୀୟ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଆସିଥିଲା। ଏହି ଗୃହ ଗ୍ରାମର ଶୀତଳା ଠାକୁରାଣୀ ମନ୍ଦିର ପରିସରରେ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଗ୍ରାମର କେତେଜଣ ବ୍ୟକ୍ତିଙ୍କ ସମର୍ଥନରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକୁ ଗ୍ରାମର ଅଧିକାଂଶ ଲୋକ ବିରୋଧ କରିଆସୁଥିଲେ। ଏନେଇ ଗ୍ରାମର ଧୀରେନ୍ଦ୍ର ନାଥ ସାହୁ, ଗୋପାଳକୃଷ୍ଣ ବାରିକ, ସନ୍ନ୍ୟାସୀ ସାହୁ, ବୈକୁଣ୍ଠ ସାହୁ, ମୂରଲୀ ଚନ୍ଦ, ବାଞ୍ଛାନିଧି ସାହୁ, କମଳିନୀ ସାହୁ, ସ୍ନେହଲତା ସାହୁ, ମିନତୀ ଦେ, ସାବିତ୍ରୀ ବାରିକ, ବିଜୟ କୁମାର ପାତ୍ର, ଗୟାରାମ ଜେନାଙ୍କ ସହିତ ବହୁ ଗ୍ରାମବାସୀ ଶୀତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି ଘର ହେଲେ ମନ୍ଦିର ପବିତ୍ରତା ନଷ୍ଟ ହେବ। ତେଣୁ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ କରା ନ ଯାଇ ଅନ୍ୟତ୍ର କରାଯାଉ ବୋଲି ଦାବି କରି ଜିଲାପାଳ, ବିଡ଼ିଓ, ସିଡ଼ିପିଓଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ମନ୍ଦିର ପରିସରରେ କାର୍ଯ୍ୟ ଚାଲୁଥିବା ଜାଣି ଗତ ଶୁକ୍ରବାର ଗ୍ରାମର ଶତାଧିକ ମହିଳା ଏକାଠି ହୋଇ କାମ ବନ୍ଦ କରାଇଥିଲେ। କାମ ପାଇଁ ଆସିଥିବା ବାଲି, ଚିପ୍‌ସ, ଇଟା ଆଦି ଫୋପାଡ଼ି ଥିଲେ। ଫଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କାମ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ। ଏହି କାମ ପାଇଁ କାର୍ଯ୍ୟାଦେଶ ଥିବା ବାଲିଆପାଳ ବ୍ଲକର କନିଷ୍ଠଯନ୍ତ୍ରୀ ପ୍ରେମାନନ୍ଦ ଚଇନି କାମ ପାଇଁ ଆସିଥିବା ଜିନିଷ ନଷ୍ଟ କରିବା ଅଭିଯୋଗରେ ଗ୍ରାମର ତପନ ଦେ, ଖଗେନ୍ଦ୍ର ଦେ, ଭବେନ୍ଦ୍ର ଦେ, ସୁନୀଲ ଦେ, ସନ୍ନ୍ୟାସୀ ସାହୁ ଓ ସବିତା ସାହୁଙ୍କ ନାମରେ କମର୍ଦ୍ଦା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ସୋମବାର ସକାଳେ ସବିତା ସାହୁ ତାଙ୍କ ଉପରେ ମା’ ସବାର ହୋଇଛନ୍ତି ବୋଲି କହି ଦାସୀ ପଡ଼ିଥିଲେ। ଗ୍ରାମର ମୁଖିଆ ନିର୍ମଳ ଦାସ ଓ ଅନ୍ୟମାନଙ୍କୁ ଡକାଇଥିଲେ। ମନ୍ଦିର ପରିସରରେ ନିର୍ମଳ ଦାସ ଓ ଅନ୍ୟମାନେ ପହଞ୍ଚତ୍ବା ପରେ ଦାସୀ ପଡ଼ିଥିବା ସବିତା ମୁଣ୍ଡାଇଥିବା ଝୁଣା ସରାରେ ନିର୍ମଳ ଦାସଙ୍କ ମୁଣ୍ଡରେ ଢାଳି ଦେଇଥିଲେ। ଏଥିରେ ନିର୍ମଳଙ୍କ ମୁହଁ ପୋଡ଼ିଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ୨ଜଣ ଦେବବ୍ରତ ଦାସ ଓ ଅଶୋକ ପଣ୍ଡାଙ୍କୁ ମଧ୍ୟ ସବିତା ଆକ୍ରମଣ କରି ଆହତ କରାଇଥିବା ଥାନାରେ ଅଭିଯୋଗ ହୋଇଛି। ଆହତମାନେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଗ୍ରାମରେ ଉତ୍ତେଜନା ଲାଗି ରହିଛି। କମର୍ଦ୍ଦା ପୋଲିସ ପହଞ୍ଚତ୍ ତଦନ୍ତ କରିବା ସହିତ ପରିସ୍ଥିତି ନିୟନ୍ତ୍ରଣରେ ରଖିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri