କୋର୍ଟରେ ପଶି ଏସ୍‌ଡିଜେଏମ୍‌ଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୮।୧୧: ଗଞ୍ଜାମ ଜିଲା ଦୌରା ଜଜ୍‌ କୋର୍ଟ ପରିସରରେ ଥିବା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ହାତରେ ଛୁରୀ ଧରି କୋର୍ଟ ଭିତରେ ପଶି ହତ୍ୟା ଉଦ୍ୟମ କରିବାକୁ ଏସ୍‌ଡିଜେଏମ୍‌ଙ୍କୁ ଆଡକୁ ଦୌଡ଼ିଥିଲେ। ଯୁବକ ଜଣଙ୍କ କିଛି ଅଘଟଣ ଘଟାଇବା ପୂର୍ବରୁ କୋର୍ଟ ହଲରେ ଥିବା କର୍ମଚାରୀ ଓ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ପୋଲିସ ଯୁବକଙ୍କଠାରୁ ଏକ ଛୁରୀ ଜବତ କରିଛି। ତେବେ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଥିଲେ ତାହ ଜଣାପଡି ନାହିଁ। ଅନ୍ୟପକ୍ଷେ ସେ ନିଶାପାନ କରି ଏଭଳି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଖବର ପାଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌ଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।