ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର: ପରିଦର୍ଶନ କଲେ ବେଜବରୁଆଙ୍କ ସାଧନାପୀଠ

ସମ୍ବଲପୁର,୨୧ା୧୨(ପ୍ରମୋଦ ବହିଦାର): ସମ୍ବଲପୁରଠାରେ ଥିବା ଅହମିଆ କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ବାସଗୃହ ଓ ସାହିତ୍ୟ ସାଧନା ପୀଠକୁ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର ସଦସ୍ୟ ପରିଦର୍ଶନ କରିଛନ୍ତି। ଏଥିରେ ତାଙ୍କ ମା’ ମ୍ରିଣାଳିନୀ ଦେବୀ, ଜ୍ୟେଷ୍ଠଭ୍ରାତା ଦିଗନ୍ତ ବିଶ୍ୱଶର୍ମା ଓ ଧର୍ମପତ୍ନୀ ଦୀପାରାଣୀ ଗୋଶ୍ୱାମୀ ବିଶ୍ୱଶର୍ମା ପ୍ରମୁଖ ସାମିଲ ଥିଲେ।

ସେମାନେ ସଡ଼କପଥରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ନରେ ସମ୍ବଲପୁରରେ ପହଞ୍ଚିଥିଲେ। ଏହି ସମୟରେ ବେଜବରୁଆ ସ୍ମୃତିରକ୍ଷା କମିଟି ଆହାବକ ଦୀପକ ପଣ୍ଡାଙ୍କ ନେତୃତ୍ୱରେ କମିଟି ସଦସ୍ୟ ପ୍ରଫୁଲ୍ଲ ହୋତା, କମଳ ଲୋଚନ ପଣ୍ଡା, ଲଳିତ ମୋହନ ବେବର୍ତ୍ତା, ପିଙ୍କି ପ୍ରଧାନ, ସୂର୍ଯ୍ୟ ପାଣିଗ୍ରାହୀ, ତର୍ପଣ ପ୍ରଧାନ ପ୍ରମୁଖଙ୍କ ସହ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି ସେମାନଙ୍କୁ ସ୍ବାଗତ ଜଣାଇଥିଲେ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର ସ୍ମୃତିରକ୍ଷା କମିଟି ସଦସ୍ୟଙ୍କ ଗହଣରେ ସ୍ବର୍ଗତ ବେଜବରୁଆଙ୍କ ସ୍ମୃତି ଓ ସାଧନାପୀଠ ସହ ତାଙ୍କ ବାସଗୃହ ପରିଦର୍ଶନ କରିଥିଲେ। ବେଜବରୁଆଙ୍କ କର୍ମଭୂମି ସମ୍ବଲପୁର ବୁଲିବାର ଅଭିଳାସ ପୂରଣ ହୋଇଥିବାରୁ ବିଶେଷ ଆନନ୍ଦିତ ବୋଲି ପରିବାର ଲୋକେ କହିଛନ୍ତି। ଏହାସହ ଏଠାରେ ତାଙ୍କୁ ମିଳିଥିବା ଆତ୍ମିୟତା ଓ ଆତିଥ୍ୟକୁ ସେମାନେ ଭୂୟଶୀ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀଙ୍କ ମା’ ମ୍ରିଣାଳିନୀ ଦେବୀ ଜଣେ ଅହମିଆ ସାହିତି୍ୟକା ତଥା ଆସାମ ସାହିତ୍ୟ ସଭାର ପୂର୍ବତନ ଅଧ୍ୟକ୍ଷା ଓ ଜ୍ୟେଷ୍ଠଭ୍ରାତା ଦିଗନ୍ତ ବିଶ୍ୱଶର୍ମା ମଧ୍ୟ ଜଣେ ସୁସାହିତି୍ୟକ ଓ ଆସାମ ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଦସ୍ୟ ତଥା ଉପଦେଷ୍ଟା କମିଟିରଆବାହକ ଅଟନ୍ତି। ଉଭୟ ମା’ପୁଅ ସପରିବାର ଭୁବନେଶ୍ୱରରେ ଅନୁଷ୍ଠିତ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ପରିବାର ସଦସ୍ୟ ସମ୍ବଲପୁର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରି ମଧ୍ୟାହ୍ନ ଭୋଜନ ପରେ ଭୁବନେଶ୍ୱର ଫେରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri