ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର: ପରିଦର୍ଶନ କଲେ ବେଜବରୁଆଙ୍କ ସାଧନାପୀଠ

ସମ୍ବଲପୁର,୨୧ା୧୨(ପ୍ରମୋଦ ବହିଦାର): ସମ୍ବଲପୁରଠାରେ ଥିବା ଅହମିଆ କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ବାସଗୃହ ଓ ସାହିତ୍ୟ ସାଧନା ପୀଠକୁ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର ସଦସ୍ୟ ପରିଦର୍ଶନ କରିଛନ୍ତି। ଏଥିରେ ତାଙ୍କ ମା’ ମ୍ରିଣାଳିନୀ ଦେବୀ, ଜ୍ୟେଷ୍ଠଭ୍ରାତା ଦିଗନ୍ତ ବିଶ୍ୱଶର୍ମା ଓ ଧର୍ମପତ୍ନୀ ଦୀପାରାଣୀ ଗୋଶ୍ୱାମୀ ବିଶ୍ୱଶର୍ମା ପ୍ରମୁଖ ସାମିଲ ଥିଲେ।

ସେମାନେ ସଡ଼କପଥରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ନରେ ସମ୍ବଲପୁରରେ ପହଞ୍ଚିଥିଲେ। ଏହି ସମୟରେ ବେଜବରୁଆ ସ୍ମୃତିରକ୍ଷା କମିଟି ଆହାବକ ଦୀପକ ପଣ୍ଡାଙ୍କ ନେତୃତ୍ୱରେ କମିଟି ସଦସ୍ୟ ପ୍ରଫୁଲ୍ଲ ହୋତା, କମଳ ଲୋଚନ ପଣ୍ଡା, ଲଳିତ ମୋହନ ବେବର୍ତ୍ତା, ପିଙ୍କି ପ୍ରଧାନ, ସୂର୍ଯ୍ୟ ପାଣିଗ୍ରାହୀ, ତର୍ପଣ ପ୍ରଧାନ ପ୍ରମୁଖଙ୍କ ସହ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି ସେମାନଙ୍କୁ ସ୍ବାଗତ ଜଣାଇଥିଲେ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର ସ୍ମୃତିରକ୍ଷା କମିଟି ସଦସ୍ୟଙ୍କ ଗହଣରେ ସ୍ବର୍ଗତ ବେଜବରୁଆଙ୍କ ସ୍ମୃତି ଓ ସାଧନାପୀଠ ସହ ତାଙ୍କ ବାସଗୃହ ପରିଦର୍ଶନ କରିଥିଲେ। ବେଜବରୁଆଙ୍କ କର୍ମଭୂମି ସମ୍ବଲପୁର ବୁଲିବାର ଅଭିଳାସ ପୂରଣ ହୋଇଥିବାରୁ ବିଶେଷ ଆନନ୍ଦିତ ବୋଲି ପରିବାର ଲୋକେ କହିଛନ୍ତି। ଏହାସହ ଏଠାରେ ତାଙ୍କୁ ମିଳିଥିବା ଆତ୍ମିୟତା ଓ ଆତିଥ୍ୟକୁ ସେମାନେ ଭୂୟଶୀ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀଙ୍କ ମା’ ମ୍ରିଣାଳିନୀ ଦେବୀ ଜଣେ ଅହମିଆ ସାହିତି୍ୟକା ତଥା ଆସାମ ସାହିତ୍ୟ ସଭାର ପୂର୍ବତନ ଅଧ୍ୟକ୍ଷା ଓ ଜ୍ୟେଷ୍ଠଭ୍ରାତା ଦିଗନ୍ତ ବିଶ୍ୱଶର୍ମା ମଧ୍ୟ ଜଣେ ସୁସାହିତି୍ୟକ ଓ ଆସାମ ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଦସ୍ୟ ତଥା ଉପଦେଷ୍ଟା କମିଟିରଆବାହକ ଅଟନ୍ତି। ଉଭୟ ମା’ପୁଅ ସପରିବାର ଭୁବନେଶ୍ୱରରେ ଅନୁଷ୍ଠିତ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ପରିବାର ସଦସ୍ୟ ସମ୍ବଲପୁର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରି ମଧ୍ୟାହ୍ନ ଭୋଜନ ପରେ ଭୁବନେଶ୍ୱର ଫେରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri