ଏଏସ୍‌ଆଇ ଅଜାଣତରେ ଜିପିଆର୍‌ଏସ୍‌

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ ଓ ଖନନ କାର୍ଯ୍ୟ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) ହୋଇ ନ ଥିଲା। ଦୋଷ ଘୋଡ଼ାଇବା ପାଇଁ ପ୍ରଶାସନ ଶନିବାର ରାତିଅଧରେ ଲୁଚିଛପି ଜିପିଆରଏସ୍‌ ସର୍ଭେ କରୁଥିବା ଧରାପଡ଼ିଛି। ପ୍ରଶାସନର ଏହି ରାତିଅଧିଆ ସର୍ଭେକୁ ନେଇ ଜନଅସନ୍ତୋଷ ତେଜିବାରେ ଲାଗିଛି। ସେହିପରି ଜିପିଆର୍‌ଏସ୍‌ ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ନିକଟରେ ସୂଚନା ନ ଥିବା ରବିବାର ଏଏସ୍‌ଆଇ ପୁରୀ ସର୍କଲ ଅଫିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ସରକାରଙ୍କ କାର୍ଯ୍ୟଶୈଳୀ ଓ ଉଦ୍ଦେଶ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଏସ୍‌ଆଇର ପୁରୀ ସର୍କଲ ଅଫିସ୍‌ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଜିପିଆର୍‌ଏସ୍‌ କରାଯିବା ନେଇ କୌଣସି ସୂଚନା ନାହିଁ। ଏ ସଂକ୍ରାନ୍ତରେ ଚିଠି ମଧ୍ୟ ଲେଖାଯାଇନାହିଁ। ଜିପିଆର୍‌ଏସ୍‌ ହେଉଥିବା ସ୍ଥାନରେ କୌଣସି ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ନ ଥିଲେ। ମାତ୍ର ନିୟମ ମୁତାବକ, ଜିପିଆର୍‌ଏସ୍‌ ସମୟରେ ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ରହିବା ଆବଶ୍ୟକ। ସେହିଭଳି ସର୍ଭେକୁ ନେଇ କୁହାଯାଇଛି ଯେ, ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଯଦି ସତ୍ୟ, ତେବେ ଏହା ଜିପିଆର୍‌ଏସ୍‌ ହେଉଥିବା କୁହାଯାଇପାରିବ।
ସୂଚନାଯୋଗ୍ୟ, ଏ ସଂକ୍ରାନ୍ତ ମାମଲାରେ ଗତ ମେ ୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ଯେଉଁସବୁ କାର୍ଯ୍ୟ କରାଯିବ, ସେଥିରେ ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ରହିବେ। ସମସ୍ତ କାର୍ଯ୍ୟ ଏଏସ୍‌ଆଇ ସହଯୋଗରେ କାର୍ଯ୍ୟକାରୀ କରାଯିବ ବୋଲି ସତ୍ୟପାଠରେ ଆଡଭୋକେଟ୍‌ ଜେନେରାଲ ଜଣାଇଥିଲେ। ମାତ୍ର ଏଠାରେ ତା’ର ବ୍ୟତିକ୍ରମ ଘଟିଛି। ଆମ୍‌ସାର୍‌ ଆକ୍ଟ-୧୯୫୮ ମଧ୍ୟ ସମାନ କଥା କହିଥାଏ। ଏଏସ୍‌ଆଇ ଅଧିକାରୀଙ୍କ ବିନା ଉପସ୍ଥିତିରେ ଜିପିଆରଏସ୍‌ କରାଯାଇପାରିବ ନାହିଁ। ସରକାର ଜିପିଆରଏସ୍‌ ସମ୍ପର୍କରେ ସୂଚନା ନ ଦେଇ ସର୍ଭେ କରିବା ଯେତେ ବଡ଼ ଭୁଲ, ତାହାଠାରୁ ବଡ଼ ଭୁଲ ହେଉଛି ଏଏସ୍‌ଆଇ ଅଧିକାରୀଙ୍କ ବିନା ଉପସ୍ଥିତିରେ ଜିପିଆରଏସ୍‌ କରାଇବା। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏଏସ୍‌ଆଇର ବିନା ଉପସ୍ଥିତିରେ ରାତିଅଧିଆ ଜିପିଆରଏସ୍‌ କାର୍ଯ୍ୟକାରୀ କରାଇ ପ୍ରଶାସନ କ’ଣ ଲୁଚାଇବାକୁ ଚାହୁଁଛି। ସେହିଭଳି ଶନିବାର ରାତିରେ ହୋଇଥିବା ଜିପିଆରଏସ୍‌ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରର ଅତି ନିକଟ ଅଞ୍ଚଳରେ ହେଉଥିଲା। ଖନନସ୍ଥଳ ପାଖରେ ଜିପିଆରଏସ୍‌ କରାଯାଇନାହିଁ। ଏନେଇ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଜିପିଆର୍‌ଏସ୍‌ ନ କରି ରାଜ୍ୟ ସରକାର ବିରାଟ ଖନନ କରିସାରିଛନ୍ତି। ଏବେ ଜିପିଆରଏସ୍‌ କେବଳ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ଉଦ୍ଦେଶ୍ୟରେ କରାଯାଉଛି। ସରକାର ଐତିହ୍ୟ ଓ କୀର୍ତ୍ତିରାଜି ପ୍ରତି ଚିନ୍ତିତ ଥିଲେ ପ୍ରଥମେ ଜିପିଆର୍‌ଏସ୍‌ କରିଥାଆନ୍ତେ। ସେହିପରି ସୂଚନା ଅଧିକାର କର୍ମୀ ତଥା ହାଇକୋର୍ଟରେ ଏ ସମ୍ପର୍କିତ ଆବେଦନ କରିଥିବା ଦିଲୀପ ବରାଳ କହିଛନ୍ତି, ଏଭଳି ରାତିଅଧରେ ଜିପିଆର୍‌ଏସ୍‌ ଯୋଗୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପଦାରେ ପଡ଼ିଛି। ସମ୍ପ୍ରତି କରାଯାଉଥିବା ସର୍ଭେରେ ଶ୍ରୀମନ୍ଦିର ଚୌହଦିର ନିର୍ମାଣସ୍ଥଳୀରେ କୌଣସି ଗୁରୁତ୍ୱପୂର୍ଣ୍ଣ ଓ ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିର ସନ୍ଧାନ ମିଳିଲେ କ’ଣ କରାଯିବ। ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ସରକାର ଆଦୌ ଚିନ୍ତିତ ନୁହନ୍ତି। ହାଇକୋର୍ଟରେ ଆସନ୍ତା ଦିନରେ ସତ୍ୟପାଠ କରିବାକୁ ଥିବାରୁ ପ୍ରଶାସନ କୌଶଳକ୍ରମେ ଜିପିଆର୍‌ଏସ୍‌ କରି ଏହାକୁ ପ୍ରକଳ୍ପ କାର୍ଯ୍ୟ ପୂର୍ବର ସର୍ଭେ ବୋଲି କହିବାକୁ ପ୍ରୟାସ କରୁଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଜିଲା ପ୍ରଶାସନ, ଓବିସିସି କିମ୍ବା ଟାଟା କମ୍ପାନୀ କେହି ମୁହଁ ଖୋଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri