ଆସନରୁ ଉଠିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ

ରାୟଗଡ଼ା,୨୦ା୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିରେ ଚଳିତ ଥର ବଭିନ୍ନ ଅବ୍ୟବସ୍ଥା ଏବଂ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନକୁ ନିନ୍ଦା କରାଯାଉଛି। ମହୋତ୍ସବକୁ ଚଳିତ ବର୍ଷ ଆକର୍ଷଣୀୟ କରାଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ପ୍ରସ୍ତୁତି ଠାରୁ ପ୍ରଚାର ପ୍ରସାର ପର୍ଯ୍ୟନ୍ତ ସବୁଥିରେ ଏଥର ପ୍ରଶାସନ ପଛରେ ପଡ଼ିଛି। ପ୍ରବେଶ ପଥ ଗେଟ୍‌ ଏବଂ ଷ୍ଟେଜ୍‌କୁ ଦେଖିଲେ ଉତ୍ସବକୁ ସୁନ୍ଦର କରିବାକୁ ଆଗ୍ରହ ନ ଥିବା ମନେ ହେଉଛି। ସେହିପରି ଜନପ୍ରତିନିଧି ଏବଂ ଜନସାଧାରଣଙ୍କୁ ଅଣଦେଖା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ପୋଲିସ ଅଧିକାରୀ ସୁରକ୍ଷା ନାମରେ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ବରିଷ୍ଠ ନାଗରିକ ଓ ପୂର୍ବତନ ସୈନିକ ମଧ୍ୟ ପୋଲିସ ଠାରୁ ଦୁର୍ବ୍ୟବହାରର ଶିକାର ହେଉଥିବା ଜଣାପଡ଼ିଛି। ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ନାନା ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲା। ହେଲେ ଏବେ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବାବେଳେ ସରକାରୀ ବାବୁଙ୍କ ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ସେହିପରି ମହୋତ୍ସବର ଲାଇଭ୍‌ କରାଯାଉଥିବାବେଳେ ଏହାକୁ ବହୁ କମ୍‌ ସଂଖ୍ୟାରେ ଲୋକ ଦେଖୁଛନ୍ତି। ଏମିତିକି ଅନେକ ଲୋକ କେଉଁଥିରେ ଲାଇଭ୍‌ ହେଉଛି ତାହା ଜାଣିପାରୁ ନ ଥିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ମହୋତ୍ସବରେ ଜିଲାର ବିଶିଷ୍ଟ ରାଜନେତା, ବୁଦ୍ଧିଜୀବୀ, ସାହିତି୍ୟକଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଏମିତିକି ମହୋତ୍ସବକୁ ଆମନ୍ତ୍ରିତ ମୁଖ୍ୟ ଅତିଥି ଫେରିଯିବା, ଜନସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ମତାମତ ପାଇଁ ୨୦୨୨ ଡିସେମ୍ବର ୧୭ରେ ହୋଇଥିବା ପବ୍ଲିକ ମିଟିଂରେ ଜିଲାପାଳ ବିରକ୍ତ ପ୍ରକାଶ କରି ଚାଲିଯିବା, ଚଇତି ପ୍ରଥମ ଦିନରେ ଜନ ପ୍ରତିନିଧିଙ୍କୁ ମଞ୍ଚରୁ ଚାଲିଯିବା ଭଳି ଅପମାନିତ ହେବାକୁ ପଡ଼ିବା, ପ୍ରଥମ ଦିନରେ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଅତିଥି ଉପସ୍ଥିତ ନ ରହି ସମ୍ମାନିତ ଅତିଥି ଆସି ଚାଲିଯିବା, ପୂର୍ବ ବର୍ଷ ଭଳି ଆଦିବାସୀ ଲୋକକଳା ସଂଶ୍ଲିଷ୍ଟ ମଞ୍ଚ ନିର୍ମାଣ ନ ହେବା, ଉଦ୍‌ଘାଟନି ଉତ୍ସବରେ ମଁା ମଝିଘରିଆଣୀ ମନ୍ଦିରରୁ ଆଜ୍ଞାମାଳ ନେବା ସମୟରେ ଜିଲାପାଳ ଏବଂ ଏସ୍‌ପି ଅନୁପସ୍ଥିତ ରହିବାକୁ ନେଇ ନାନା ପ୍ରଶ୍ନ ଉଠିଛି। ହେଲେ ଏହାର ଉତ୍ତର ମିଳି ପାରୁନାହିଁ। ପ୍ରଥମ ଏବଂ ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ନ ଆସିବା ଘଟଣା ପରେ ଜିଲା ସଂସ୍କୃତି ପିରିଷଦର କାର୍ଯଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଚଇତି ମଞ୍ଚରେ କେବଳ ଏଲ୍‌ଇଡି ଖଞ୍ଜାଯାଇଛି। ଏହା କେବଳ ସନ୍ଧ୍ୟା ସମୟରେ ଲୋକଙ୍କ ରଙ୍ଗବେରଙ୍ଗ ଭିଜୁଆଲ ଦେଖାଉଛି। ଉକ୍ତ ମଞ୍ଚରେ ପୂର୍ବ ବର୍ଷ ଭଳି ଆଦିବାସୀ ଓ ଡଙ୍ଗରିଆର ପରମ୍ପରାର କୌଣସି କାରୁକାର୍ଯ୍ୟ କରାଯାଇ ନାହିଁ। ସେହିଭଳି ଚଳିତ ଥର ଜିଲାର ୧୧ଟି ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରୁ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝିଙ୍କୁ କୌଣସି କାରଣରୁ ଆମନ୍ତ୍ରିତ କରାଯାଇନଥିଲା। ଏ ନେଇ କାଶୀପୁର ବ୍ଲକ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପରେ ତାଙ୍କୁ ଆମନ୍ତ୍ରିତ କରାଗଲା। କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇ ଆସିଥିବା ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକାଙ୍କୁ ମଧ୍ୟ କାର୍ଡ ନ ଥିବା କହି ଆସନ ଛାଡ଼ି ଚାଲିଯିବାକୁ ଜଣେ ଭଲ୍ୟୁଣ୍ଟିୟର୍ସ କହିଥିଲେ। ପରବର୍ତ୍ତିି ସମୟରେ ପ୍ରଶାସନିକ ଅଧିକାରୀ ପଛରେ ଯାଇ ତାଙ୍କୁ କ୍ଷମା ମାଗି ଆସନରେ ବସାଇଥିଲେ। ଟୁନି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଥମ ଦିନରେ ସମ୍ମାନିତ ଅତିଥି ଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁହଁ ଦେଖାଇ ଚାଲିଗଲେ। ରାତି ପ୍ରାୟ ୧୦.୩୦ ରେ ସେ ମଞ୍ଚକୁ ଅସି ବିଳମ୍ବ ଯୋଗୁ କ୍ଷମା ପ୍ରାର୍ଥନା କରି ଅଭିଭାଷଣ ରଖିବା ପରେ ସର୍କିଟ ହାଉସକୁ ଚାଲିଯାଇଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ନ ରହିଥିଲେ ଅସନ୍ତୋଷ ବଢ଼ିଥାନ୍ତା ବୋଲି ମତପ୍ରକାଶ ପାଉଛି। ଅପରପକ୍ଷେ ଚଇତି ଓ ପଲ୍ଲୀଶ୍ରୀ ମେଳାରେ ହୋଇଥିବା ପୁସ୍ତକ ମେଳାରେ ଷ୍ଟଲରେ ପୁସ୍ତକ ସଜାଇବାକୁ ସ୍ଥାନ ଅଭାବ ବୋଲି କଟକରୁ ଆସିଥିବା ଏକ ପବ୍ଲିକେଶନ କର୍ମଚାରୀ କହିଛନ୍ତି। ଦାୟିତ୍ୱରେ ଥିବା ଶିକ୍ଷା ବିଭାଗର ଦୂରଦୃଷ୍ଟି ଅଭାବ କାରଣରୁ ଏଥର ପୁସ୍ତକ ମେଳାରେ କବି, ଲେଖକ ଓ ଛାତ୍ରୀଛାତ୍ର ନିଜ ପସନ୍ଦର ବହି ପାଇ ପାରୁନାହାନ୍ତି। ଏଭଳି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଲୋକେ ନିରାଶ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri