ମାଟିର କଥା କେତେ ବୁଝିଛନ୍ତି ଖଣ୍ଡପଡ଼ାବାସୀଙ୍କୁ ଉତ୍ତର ମାଗନ୍ତୁ:ଅରୁଣ

ନୟାଗଡ,୮।୯(ଲୋକନାଥ ମିଶ୍ର): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଖବରକାଗଜରେ ସରକାରଙ୍କୁ ସମାଲୋଚନା କରିବା ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୟାଗଡ଼ ଡାକବଙ୍ଗଳାଠାରେ ଗୁରୁବାର ସେ ଏକ ଖବରଦାତା ସମ୍ମିଳନୀ କରି ସୌମ୍ୟଙ୍କୁ ପ୍ରଶ୍ନ କରିଛନ୍ତି । ଅରୁଣ କହିଛନ୍ତି, ସୌମ୍ୟରଞ୍ଜନ ହାରି ହାରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡ଼ାରୁ ଜିତିଥିଲେ। ତେବେ ମନ୍ତ୍ରୀପଦ ନ ମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୋଧରେ କହୁଛନ୍ତି। ସୌମ୍ୟରଞ୍ଜନ ଏବେ କିଛିଦିନ ହେଲା ବଡ଼ ବିଚଳିତ ଅଛନ୍ତି । ଉଦ୍‌ଭଟ କଥା କହୁଛନ୍ତି । ମୁଁ ତାଙ୍କୁ ଗୋଟିଏ ଛୋଟିଆ ପ୍ରଶ୍ନ ପଚାରିବାକୁ ଚାହେଁ । ଏବେ ତାଙ୍କର ଚୈତନ୍ୟ ଉଦୟ ହେଲା ଭଳି କଥା କହୁଛନ୍ତି । ପାର୍ଟି ଆଗ ନା ମାଟି ଆଗ। ସେ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସାରା ଓଡ଼ିଶା ମାଟିର ସେବା କରିପାରିଥାନ୍ତେ । ବହୁଦିନ ହେଲା ହାରି ହାରି ଖଣ୍ଡପଡ଼ାରେ ସେ ବିଧାୟକ ହେଲେ । ୪ ବର୍ଷ ୪ମାସ ଗଲା । ଖଣ୍ଡପଡ଼ା ମାଟିର ସମସ୍ତଙ୍କୁ ପ୍ରଶ୍ନ ପଚାରିବା, ମାଟିର ସେବା ଓ ସମାଜସେବା କେତେ କଲେ। ସମାଜ ସେବାର ନଁାଗନ୍ଧ ନାହିଁ। ମାଟିର ସେବା ବହୁତ ଦୂରେ ଥାଉ । ଏବେ ସେ ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ କରିବା ଏବଂ ନିଜକୁ ଏକ ବିରାଟ ଶକ୍ତିଶାଳୀ ସମାଜସେବୀ ଭାବେ ଉପସ୍ଥାପିତ କରିବାରେ ଲାଗିଛନ୍ତି। ଏସବୁ ହେଉଛି ତାଙ୍କ ଅସ୍ଥିରତାର ଲକ୍ଷଣ । ଖଣ୍ଡପଡ଼ାରେ ବିଧାୟକ ହେବା ପରେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା କେମିତି ମନ୍ତ୍ରୀଟିଏ ହେବି । ତେଣୁ ମନ୍ତ୍ରୀ ହେବା ଯେତେବେଳେ ତାଙ୍କ ସୌଭାଗ୍ୟରେ ଜୁଟିଲା ନାହିଁ ସେ ହତାଶାରେ ଅନେକ କଥା କହୁଛନ୍ତି। ଗତ ୪ ବର୍ଷ ୪ମାସ ଭିତରେ ସୌମ୍ୟରଞ୍ଜନ ମାଟିର କଥା କେତେ ବୁଝିଛନ୍ତି। ସେ ଖଣ୍ଡପଡ଼ାବାସୀଙ୍କଠାରୁ ଉତ୍ତର ମାଗନ୍ତୁ। ସେ କୁଆଡ଼େ ଢଳୁଛନ୍ତି କୁଆଡେ ଢଳୁଥିଲେ କୁଆଡେ ଢଳିବେ ସେଇଟା ତାଙ୍କ ଛଡ଼ା କାହାକୁ ଜଣାନାହିଁ । କୌଣସି ଉଦ୍ଦେଶ୍ୟ ନ ଥାଇ ସେ କିଛି କରନ୍ତି ନାହିଁ। ସବୁଠାରୁ ବଡ଼ କଥା ହେଉଛି ୪ବର୍ଷ ଭିତରେ ସେ ନା ମାଟିର କଥା ବୁଝିଲେ ନା ପାର୍ଟିର କଥା ବୁଝିଲେ। କେବଳ ନିଜ କଥା ବୁଝନ୍ତି । ନିଜ ଇଚ୍ଛା ଚରିତାର୍ଥ କରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ସେଥିରେ ସେ ସଫଳ ହୁଅନ୍ତି ନାହିଁ ସେତେବେଳେ ଏହିଭଳି ବ୍ଲାକ୍‌ମେଲ କରିବା ଭଳି ପନ୍ଥା ଆପଣେଇ ନିଅନ୍ତି । ବ୍ଲାକ୍‌ମେଲିଂ କରିବାର କଥାରେ ସଫଳ ନ ହେବାରୁ ସେ ଉଗ୍ର ହୋଇ ପଡିଛନ୍ତି ବୋଲିି ଅରୁଣ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri