ଅସୀତ ପୁଣି ଭୁବନେଶ୍ୱର କ୍ଲବ ସଭାପତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍‌ ସଭାପତି ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ୍‌ ତ୍ରିପାଠୀ ପୁଣିଥରେ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅସୀତ ଏବଂ ପୂର୍ବତନ ଗ୍ରାମ୍ୟ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ନିର୍ବାଚନରେ ମୋଟ୍‌ ୧୯୫୦ ସଦସ୍ୟଙ୍କ ମଧ୍ୟରୁ ୧୦୫୪ ସଦସ୍ୟ ମତଦାନ କରିଥିଲେ। ଅସୀତ ୮୫୮ ଖଣ୍ଡ (୮୧.୫%) ଭୋଟ୍‌ ପାଇଥିବାବେଳେ ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟ୍‌ରେ ହରାଇଛନ୍ତି। ସତ୍ୟପ୍ରକାଶଙ୍କୁ ୧୮୯ ଖଣ୍ଡ ଭୋଟ୍‌ ମିଳିଛି। ମତଦାନ ଲାଗି କ୍ଲବ୍‌ ପରିସରରେ ୫ଟି ବୁଥ୍‌ ହୋଇଥିଲା। ଅସୀତଙ୍କ ଟିମ୍‌ରେ ଉପସଭାପତି ପଦ ଲାଗି ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଏବଂ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ଏବଂ ସତ୍ୟପ୍ରକାଶ ନନ୍ଦଙ୍କ ଟିମ୍‌ରେ ତାପସ ରାୟ ଉପସଭାପତି, ମାନସ ରଞ୍ଜନ ଦାସ ସମ୍ପାଦକ, ଜ୍ୟୋତିର୍ମୟ ମହାନ୍ତି ଯୁଗ୍ମ ସଚିବ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ମହେନ୍ଦ୍ର ଗୁପ୍ତା ୬୬୨ ଖଣ୍ଡ ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ୭୨୩ ଖଣ୍ଡ ଭୋଟ୍‌ ପାଇ ଦିଲ୍ଲୀପ ରାଉତରାୟ ସମ୍ପାଦକ ହୋଇଥିବା ବେଳେ ଅଶୋକ ମିଶ୍ର ୭୫୯ ଖଣ୍ଡ ଭୋଟ ପାଇ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ୱର କ୍ଲବ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କ୍ଲବ ପରିସରରେ ବାଜା ଓ ବାଣ ଫୁଟାଇ ଅସୀତଙ୍କ ସମର୍ଥକ ଖୁସି ପାଳନ କରିଛନ୍ତି। ଏହି ଅବସରରେ ଅସୀତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କିଛିଦିନ ମଧ୍ୟରେ କ୍ଲବରେ ଯେଉଁ କାମ ହୋଇଛି ତାହାକୁ କ୍ଲବ ସଦସ୍ୟମାନେ ସମର୍ଥନ କରିଛନ୍ତି। ଏହି କ୍ଲବକୁ ଏବେ ସାମାଜିକ, ସାଂସ୍କୃତିକ ଏବଂ ଅଭିଜ୍ଞ ପ୍ଲାଟଫର୍ମ କରିବାକୁ ଚେଷ୍ଟା କରିବୁ। ଏନେଇ ଦୂରଦୃଷ୍ଟି ଆମ ସମସ୍ତଙ୍କ ରହିଛି। ସମ୍ପାଦକ ଦିଲ୍ଲୀପ ରାଉତରାୟ କହିଛନ୍ତି, ଭୁବନେଶ୍ୱର କ୍ଲବକୁ ଏପରି ନୂତନ ସୋପାନରେ ନେଇ ପହଞ୍ଚାଇବୁ ଯେପରି ଭାରତ ବର୍ଷରେ ତା’ର ଖ୍ୟାତି ରହିବ। ଭୁବନେଶ୍ୱର କ୍ଲବରେ କ’ଣ ହୁଏ ସେନେଇ ଅନେକ ସମୟରେ ଆମେ ଲୋକଙ୍କୁ ଜଣାଇଥାଉ। ଚେଷ୍ଟା କରିବୁ କ୍ଲବର କାର୍ଯ୍ୟକ୍ରମ ଯେପରି ଆଗାମୀ ଦିନରେ ଆହୁରି ପ୍ରଚାର ପ୍ରସାରିତ ହୋଇପାରିବ। ପ୍ରକାଶ ଯେ, ୨୦୨୧ କ୍ଲବ୍‌ ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ହରାଇ ଅସୀତ ସଭାପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri