Categories: Home Leftଖେଳ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ବନସାରି ସୋଲୋଙ୍କିଙ୍କୁ ନିଆଯାଇଛି।

ଇଭେଣ୍ଟ ସମୟରେ କିଛି ଖେଳାଳିଙ୍କ ଭୂମିକାରେ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟ କୋଚ୍‌ ଜୋର୍‌ଡ ମାରିଜନେ ସୂଚନା ଦେଇଛନ୍ତି। ଭୋପାଳର ନାଥୁ ବାର୍ଖେଡାଠାରେ ନବନିର୍ମିତ ଇଣ୍ଟରନ୍ୟାଶନାଲ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନଭେମ୍ବର ୧୯ରୁ ୨୮ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଖେଳାଯିବ।

ପ୍ରତିଯୋଗିତାର ଉଦ୍‌ଘାଟନୀ ଦିବସରେ ମାଲେସିଆ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ।

ଭାରତୀୟ ମହିଳା ହକି ଦଳ: ଗୋଲକିପର: ବନସାରୀ ସୋଲାଙ୍କି, ବିଚୁ ଦେବୀ ଖରିବାମ୍‌। ଡିଫେଣ୍ଡର: ନିକ୍କି ପ୍ରଧାନ, ଜ୍ୟୋତି, ଜ୍ୟୋତି ସିଂ, ସୁଶୀଲା ଚାନୁ, ଲାଲ୍‌ଥାଣ୍ଟଲୁଆଙ୍ଗି, ପୂଜା ସାହୁ।

ମିଡ୍‌ଫିଲ୍ଡର: ଋତୁଜା ଦାଦାସୋ ପିସାଲ, ସୁନେଲିତା ଟପ୍ପୋ, ସାଲିମା ଟେଟେ (ଅଧିନାୟିକା), ନେହା, ସାକ୍ଷୀ ରାଣା, ବଲଜିତ କୌର ଓ ଇଶିକା। ଫରଓ୍ବାର୍ଡ: ନବନୀତ କୌର, ଦୀପିକା, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌, ଲାଲ୍‌ରେମ୍‌ସିଆମି, ମମତାଜ ଖାନ୍‌।

Share