ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ପକ୍ଷରୁ ଆୟୋଜିତ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟ ଉପରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ନଜର ରହିବ। ନଭେମ୍ବର ୧୯ ଅର୍ଥାତ୍ ଆଜିଠାରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେଉଛି। ଏଥିରେ ଇଣ୍ଡିଆ-ଏ ଦଳର ଜଲୱା ଦେଖିବାକୁ ମିଳିବ। ଅନେକ ଷ୍ଟାର୍ ଖେଳାଳି ଏହି ପ୍ରତିଯୋଗିତାର ଅଂଶ ହେବାକୁ ଯାଉଛନ୍ତି। ସବୁଠାରୁ ରୋମାଞ୍ଚକର କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ମଧ୍ୟ ଦେଖିବାକୁ ମିଳିବ।
ତିଳକ ବର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ସେହିପରି ରଜତ ପାଟିଦାର ଦଳରୁ ଓହରିଯିବା ପରେ ରିଙ୍କୁ ସିଂଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି। ଓପନିଂରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଯୋଡ଼ି ବିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ପ୍ରସ୍ତୁତ। ତେବେ ଭାରତୀୟ ଦଳର ମ୍ୟାଚଗୁଡ଼ିକ କେବେ କେବେ ଖେଳାଯିବ, ଆସନ୍ତୁ ଜାଣିବା। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟ ନଭେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୨୯ରେ ଫାଇନାଲ ମ୍ୟାଚ ସହ ଶେଷ ହେବ। ଏହି ପ୍ରତିଯୋଗିତାରେ ମୋଟ ୧୫ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୧୨ଟି ଲିଗ ମ୍ୟାଚ ରହିଛି। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।
ଗ୍ରୁପ-ଏରେ ଆଫଗାନିସ୍ତାନ, ବାଂଲାଦେଶ, ହଂକଂ ଓ ଶ୍ରୀଲଙ୍କା ରହିଛନ୍ତି। ସେହିପରି ଗ୍ରୁପ-ବିରେ ଭାରତ, ପାକିସ୍ତାନ, ନେପାଳ ଓ ୟୁଏଇ ସ୍ଥାନ ପାଇଛନ୍ତି। ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଥିବାରୁ ଉଭୟ ଦଳ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ।
୧୯ ନଭେମ୍ବର । ବାଂଲାଦେଶ ବନାମ ହଂକଂ । ସକାଳ ୧୧:୩୦
୧୯ ନଭେମ୍ବର । ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ । ଅପରାହ୍ଣ ୩:୩୦
୨୦ ନଭେମ୍ବର । ପାକିସ୍ତାନ ବନାମ ୟୁଏଇ । ସକାଳ ୧୧:୩୦
୨୦ ନଭେମ୍ବର । ଭାରତ ବନାମ ନେପାଳ । ଅପରାହ୍ଣ ୩:୩୦
୨୧ ନଭେମ୍ବର । ଶ୍ରୀଲଙ୍କା ବନାମ ହଂକଂ । ସକାଳ ୧୧:୩୦
୨୧ ନଭେମ୍ବର । ବାଂଲାଦେଶ ବନାମ ଆଫଗାନିସ୍ତାନ । ଅପରାହ୍ଣ ୩:୩୦
୨୨ ନଭେମ୍ବର । ୟୁଏଇ ବନାମ ନେପାଳ । ସକାଳ ୧୧:୩୦
୨୨ ନଭେମ୍ବର । ଭାରତ ବନାମ ପାକିସ୍ତାନ । ଅପରାହ୍ଣ ୩:୩୦
୨୩ ନଭେମ୍ବର । ଆଫଗାନିସ୍ତାନ ବନାମ ହଂକଂ । ସକାଳ ୧୧:୩୦
୨୩ ନଭେମ୍ବର । ଶ୍ରୀଲଙ୍କା ବନାମ ବାଂଲାଦେଶ । ଅପରାହ୍ଣ ୩:୩୦
୨୪ ନଭେମ୍ବର । ଭାରତ ବନାମ ୟୁଏଇ । ସକାଳ ୧୧:୩୦
୨୪ ନଭେମ୍ବର । ପାକିସ୍ତାନ ବନାମ ନେପାଳ । ଅପରାହ୍ଣ ୩:୩୦
୨୬ ନଭେମ୍ବର । ପ୍ରଥମ ସେମିଫାଇନାଲ । ଅପରାହ୍ଣ ୩:୩୦
୨୭ ନଭେମ୍ବର । ଦ୍ୱିତୀୟ ସେମିଫାଇନାଲ । ଅପରାହ୍ଣ ୩:୩୦
୨୯ ନଭେମ୍ବର । ଫାଇନାଲ । ଅପରାହ୍ଣ ୩:୩୦ ।