Categories: ଖେଳ

ଏସିଆ କପ ଫାଇନାଲ୍‌: ଟସ୍‌ ଜିତିଲା ପାକିସ୍ତାନ

ଦୁବାଇ,୧୧।୯:ଏସିଆ କପ ଟି-୨୦ ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଟାଇଟଲ ମ୍ୟାଚରେ ପାଞ୍ଚ ଥର ଚାମ୍ପିୟନ ଶ୍ରୀଲଙ୍କା ଏବଂ ଦୁଇଥର ଚାମ୍ପିୟନ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏସିଆ କପ ଫାଇନାଲରେ ଉଭୟ ଦଳ ଚତୁର୍ଥ ଥର ପାଇଁ ଭେଟୁଛନ୍ତି। ପୂର୍ବ ମୁକାବିଲାରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଦଳ ଦୁଇଥର ଲେଖାଏ ଜିତିଛନ୍ତି।
ଏପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଦୁଇ ଦଳ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ପାକିସ୍ତାନ ଦଳ ଭାରି ରହିଛି। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ୨୨ ଟି-୨୦ ମ୍ୟାଚରେ ୧୩ଟି ମ୍ୟାଚ ପାକିସ୍ତାନ ଜିତିଥିବାବେଳେ ୯ଟି ମ୍ୟାଚ ଶ୍ରୀଲଙ୍କା ଜିତିଛି।

Share