Categories: ଖେଳ

ଭାରତଠାରୁ ପରାସ୍ତ ହେବା ପରେ ଦଳରେ ପରିବର୍ତ୍ତନ ଆଣିଲା ପାକିସ୍ତାନ

ଇସଲାମାବାଦ,୧୨।୯: ଭାରତ ୨୨୮ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ଏହା ବ୍ୟତୀତ ବାବର ଆଜାମଙ୍କ ଅଧିନାୟକତ୍ୱ ପାକିସ୍ତାନୀ ଦଳକୁ ଏକ ବଡ ଝଟକା ଲାଗିଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫ ଏବଂ ନାସିମ ଶାହା ଆହତ ହୋଇଛନ୍ତି। ପାକିସ୍ତାନ ହାରିସ ରଉଫ ଏବଂ ନାସିମ ଶାହାଙ୍କ ସ୍ଥାନରେ ଶହନୱାଜ ଦହାନି ଏବଂ ଜମନ ଖାନଙ୍କୁ ଦଳରେ ସାମିଲ କରିଛି। ଏହାପୂର୍ବରୁ ଭାରତ ବିପକ୍ଷ ମ୍ୟାଚରେ ହାରିସ ରଉଫ ଏବଂ ନାସିମ ଶାହା ଆହତ କାରଣରୁ ବ୍ୟାଟିଂ କରିବାକୁ ଆସି ନ ଥିଲେ।

ରବିବାର ହାରିସ ରଉଫ ଭାରତ ବିପକ୍ଷରେ ବୋଲିଂ କରିଥିଲେ, କିନ୍ତୁ ଏହା ପରେ  ଆହତ କାରଣରୁ ରିଜର୍ଭ ଡେ’ରେ ବୋଲିଂ କରିପାରିନଥିଲେ। ହାରିସଙ୍କ ସହ ନାସିମ ଶାହା ମଧ୍ୟ ବୋଲିଂ କରିବା ପରେ ବ୍ୟାଟିଂ କରିବାକୁ ଆସି ନ ଥିଲେ। ତେବେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ପାଇଁ ହାରିସ ଏବଂ ନାସିମଙ୍କ ଆହତ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ପାକିସ୍ତାନୀ ପ୍ରଶଂସକମାନେ ହାରିସ  ଏବଂ ନାସିମଙ୍କ ସ୍ଥାନରେ ଦଳର ଅଂଶ ହୋଇଥିବା ଶହନୱାଜ ଦହାନି ଏବଂ ଜମନ ଖାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି।

Share