Categories: ଖେଳ

ପ୍ରଥମ ଥର ପାଇଁ ଭାରତର ଜର୍ସିରେ ଲେଖାଯିବ ପାକିସ୍ତାନର ନାମ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏବଂ ଶ୍ରୀଲଙ୍କାର ଆୟୋଜନରେ ଏସିଆ କପ ୨୦୨୩ଖେଳାଯିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସିଆ କପ ସମୟରେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ଦଳର ଜର୍ସିରେ ପାକିସ୍ତାନର ନାମ ଲେଖାଯିବ। ଅଗଷ୍ଟ ୩୦ରୁ ଏସିଆ କପର କିଛି ମ୍ୟାଚ ପାକିସ୍ତାନରେ ଏବଂ ବାକି ଶ୍ରୀଲଙ୍କାରେ ଖେଳାଯିବ। ଯଦିଓ ଏହି ଟୁର୍ନାମେଣ୍ଟର ମୁଖ୍ୟ ଆୟୋଜକ ପାକିସ୍ତାନ। ତେବେ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା।

ଭାରତୀୟ ଦଳ ଶ୍ରୀଲଙ୍କାରେ ହେବାକୁ ଥିବା ଟୁର୍ନାମେଣ୍ଟରେ ଏହାର ସମସ୍ତ ମ୍ୟାଚ ଖେଳିବ। ଯଦିଓ ପାକିସ୍ତାନ ଏସିଆ କପର ମୁଖ୍ୟ ଆୟୋଜକ, ତଥାପି ଦଳମାନଙ୍କୁ ସେମାନଙ୍କ ଜର୍ସିରେ ପାକିସ୍ତାନର ନାମ ଲେଖିବାକୁ ପଡିପାରେ। ଭାରତର ଜର୍ସିରେ ପାକିସ୍ତାନର ନାମ ଏସିଆ କପ ଲୋଗୋ ତଳେ ରହିବ। ତେବେ ଏ ପର୍ଯ୍ୟନ୍ତ ସରକାରୀ ସୂଚନା ପ୍ରକାଶ ପାଇନାହିଁ। ଏସିଆ କପରେ ଭାରତୀୟ ଦଳ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।

Share