ଏଏସ୍‌ଆଇ ନିଲମ୍ବିତ, ୨ ଅଭିଯୁକ୍ତ ଗିରଫ

ଯାଜପୁର ଅଫିସ/ବିଞ୍ଝାରପୁର, ୨୬ା୩(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଫତେପୁରସ୍ଥିତ ଖରସ୍ରୋତା ନଦୀର ମନେଇ ବାଲିଘାଟଠାରେ ଗୁରୁବାର ବୋମାମାଡ଼ରେ ସୁରେନ୍ଦ୍ର ଦାଶ(୪୭)ଙ୍କ ମୃତ୍ୟୁ ଘଟଣାରେ ଯାଜପୁରର ସ୍ବତନ୍ତ୍ର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଷ୍ଣୁ ମଲ୍ଲିକ(ବିଷୁ) ଓ ଗିରିଧାରୀ ମଲ୍ଲିକ(ଟେରା)। ଏହାବାଦ ବିଞ୍ଝାରପୁର ଏଏସ୍‌ଆଇ କଣ୍ଡୁରୀ ଦାସଙ୍କୁ ନିଲମ୍ବନ କରାଯାଇଥିବା ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ତୁରନ୍ତ ଗିରଫ, ବିଞ୍ଝାରପୁର ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଶୁକ୍ରବାର ସକାଳ ୫ଟାରୁ କଲ୍ୟାଣପୁର ଗ୍ରାମବାସୀ ବାଳମୁକୁଳି ବଜାର ଓ ସାପ୍ତାହିକ ହାଟ ବନ୍ଦ କରିବା ସହ ମାଁସଡ଼ା ଛକରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଖବର ପାଇ ଏସପି୍‌ ରାହୁଲ୍‌ ପିଆର୍‌, ଅତିରିକ୍ତ ଏସ୍‌ପି ବାଉରିବନ୍ଧୁ ବେହେରା ଓ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ତହସିଲଦାର ଦୀପକ କୁମାର ରାଉତ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକୋ ହଟିଥିଲା।
ଲୋକଙ୍କ ଅଭିଯୋଗ ଅନୁସାରେ, ଶାସକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ମନେଇ ବାଲିଘାଟ ଦୀର୍ଘଦିନ ଧରି ବେଆଇନ ଭାବେ ଚାଲୁଥିଲା। ଏହି ବାଲିଘାଟକୁ ନିଲାମ କରିବାକୁ ଦିଆଯାଉ ନ ଥିଲା। ଏହାକୁ ଟେରା ଦୀର୍ଘବର୍ଷ ଧରି ନିଜ ଅକ୍ତିଆରରେ ରଖିଥିଲେ। ସେ ଏହି ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ବିକ୍ରି କରୁଥିଲେ। ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ତହସିଲ ଅଧିକାରୀ ଓ ବିଧାୟିକାଙ୍କ ଜାଣତରେ ଏହା ଚାଲିଥିଲା। ତେବେ ବିଭିନ୍ନସ୍ତରରେ ଏନେଇ ଅଭିଯୋଗ ହେବା ପରେ ବିକଳ୍ପ ରାସ୍ତା କରି ତହସିଲଦାର ଏହି ବାଲିଘାଟକୁ ନିଲାମ କରାଇଥିଲେ। ସୁରେନ୍ଦ୍ର ଓ ଅନ୍ୟ ୩ ଜଣ ସହଯୋଗୀ ଏହାର ଲିଜ ନେଇଥିଲେ। ମାତ୍ର ତୁରନ୍ତ ବାଲିଘାଟ ଛାଡ଼ି ଚାଲି ଯିବାକୁ ଟେରା ଓ ତାଙ୍କ ସହଯୋଗୀମାନେ ସୁରେନ୍ଦ୍ରଙ୍କୁ ଧମକଚମକ ଦେଉଥିଲେ। ଏପରି କି ଗତ ୧୯ ତାରିଖରେ ସୁରେନ୍ଦ୍ରଙ୍କ ଉପରେ ପ୍ରଥମେ ବୋମାମାଡ଼ ହୋଇଥିଲା। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ ସେ ବିଞ୍ଝାରପୁର ଥାନାରେ ଏତଲା ଦେଇଥିଲେ। କିନ୍ତୁ ତାଙ୍କ ଏତଲାକୁ ଗ୍ରହଣ ନ କରି ଏଏସ୍‌ଆଇ ଦାସ ଏହା ବୋମା ନୁହେଁ, ତାଳ ଫଟକା ବୋଲି କହିଥିଲେ। ଏପରି କି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏସ୍‌ଆଇ ବେହେରା ସୁରେନ୍ଦ୍ରଙ୍କୁ ୫ ହଜାର ଟଙ୍କା ମାଗିଥିଲେ ବୋଲି ସୁରେନ୍ଦ୍ରଙ୍କ ପରିବାର ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସେହିପରି ଘଟଣା ପରେ ପୋଲିସର ଏକ ଟିମ୍‌ ଗୁରୁବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି କଲ୍ୟାଣପୁର ଗ୍ରାମରୁ ଜଣେ, ଟିଣା ଗ୍ରାମରୁ ଜଣେ ଓ ମାଁସଡ଼ା ଗ୍ରାମରୁ ୨ ଜଣଙ୍କୁ ଉଠାଇଆଣି ଅଟକ ରଖିଥିଲା। ଅପରାହ୍ନ ୨ଟାରେ ମୁଖ୍ୟ ଅଭିଯୁକ୍ତ ଟେରା ଓ ସହଯୋଗୀ ବିଷ୍ଣୁଙ୍କୁ ବରୀ ଥାନା ଅଧୀନ ଭୁରୁଙ୍ଗା ଗ୍ରାମରୁ ଗିରଫ କରାଯାଇଛି। ବିଞ୍ଝାରପୁର ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ବେହେରା ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ୮ ଘଣ୍ଟା ପରେ ଆନ୍ଦୋଳନକାରୀ ରାସ୍ତାରୁ ଉଠିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌ ମନେଇ ଘାଟକୁ ଯାଇ ତଦନ୍ତକରି ଫେରିଛି। ଉକ୍ତ ଘଟଣା ନେଇ ଥାନାରେ ନଂ.୨୨୭/୨୨ରେ ଏକ ମାମଲା ରୁଜୁ ହୋଇଛି। ପ୍ରକାଶଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ବାଲିଘାଟରେ ସୁରେନ୍ଦ୍ରଙ୍କୁ ଏକାକୀ ପାଇ ଟେରା ୨/୩ଟି ବୋମା ମାଡ଼ କରିଥିଲେ। ଏଥିରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri