ଏଏସ୍‌ଆଇ ନିଲମ୍ବିତ, ୨ ଅଭିଯୁକ୍ତ ଗିରଫ

ଯାଜପୁର ଅଫିସ/ବିଞ୍ଝାରପୁର, ୨୬ା୩(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଫତେପୁରସ୍ଥିତ ଖରସ୍ରୋତା ନଦୀର ମନେଇ ବାଲିଘାଟଠାରେ ଗୁରୁବାର ବୋମାମାଡ଼ରେ ସୁରେନ୍ଦ୍ର ଦାଶ(୪୭)ଙ୍କ ମୃତ୍ୟୁ ଘଟଣାରେ ଯାଜପୁରର ସ୍ବତନ୍ତ୍ର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଷ୍ଣୁ ମଲ୍ଲିକ(ବିଷୁ) ଓ ଗିରିଧାରୀ ମଲ୍ଲିକ(ଟେରା)। ଏହାବାଦ ବିଞ୍ଝାରପୁର ଏଏସ୍‌ଆଇ କଣ୍ଡୁରୀ ଦାସଙ୍କୁ ନିଲମ୍ବନ କରାଯାଇଥିବା ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ତୁରନ୍ତ ଗିରଫ, ବିଞ୍ଝାରପୁର ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଶୁକ୍ରବାର ସକାଳ ୫ଟାରୁ କଲ୍ୟାଣପୁର ଗ୍ରାମବାସୀ ବାଳମୁକୁଳି ବଜାର ଓ ସାପ୍ତାହିକ ହାଟ ବନ୍ଦ କରିବା ସହ ମାଁସଡ଼ା ଛକରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଖବର ପାଇ ଏସପି୍‌ ରାହୁଲ୍‌ ପିଆର୍‌, ଅତିରିକ୍ତ ଏସ୍‌ପି ବାଉରିବନ୍ଧୁ ବେହେରା ଓ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ତହସିଲଦାର ଦୀପକ କୁମାର ରାଉତ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକୋ ହଟିଥିଲା।
ଲୋକଙ୍କ ଅଭିଯୋଗ ଅନୁସାରେ, ଶାସକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ମନେଇ ବାଲିଘାଟ ଦୀର୍ଘଦିନ ଧରି ବେଆଇନ ଭାବେ ଚାଲୁଥିଲା। ଏହି ବାଲିଘାଟକୁ ନିଲାମ କରିବାକୁ ଦିଆଯାଉ ନ ଥିଲା। ଏହାକୁ ଟେରା ଦୀର୍ଘବର୍ଷ ଧରି ନିଜ ଅକ୍ତିଆରରେ ରଖିଥିଲେ। ସେ ଏହି ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ବିକ୍ରି କରୁଥିଲେ। ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ତହସିଲ ଅଧିକାରୀ ଓ ବିଧାୟିକାଙ୍କ ଜାଣତରେ ଏହା ଚାଲିଥିଲା। ତେବେ ବିଭିନ୍ନସ୍ତରରେ ଏନେଇ ଅଭିଯୋଗ ହେବା ପରେ ବିକଳ୍ପ ରାସ୍ତା କରି ତହସିଲଦାର ଏହି ବାଲିଘାଟକୁ ନିଲାମ କରାଇଥିଲେ। ସୁରେନ୍ଦ୍ର ଓ ଅନ୍ୟ ୩ ଜଣ ସହଯୋଗୀ ଏହାର ଲିଜ ନେଇଥିଲେ। ମାତ୍ର ତୁରନ୍ତ ବାଲିଘାଟ ଛାଡ଼ି ଚାଲି ଯିବାକୁ ଟେରା ଓ ତାଙ୍କ ସହଯୋଗୀମାନେ ସୁରେନ୍ଦ୍ରଙ୍କୁ ଧମକଚମକ ଦେଉଥିଲେ। ଏପରି କି ଗତ ୧୯ ତାରିଖରେ ସୁରେନ୍ଦ୍ରଙ୍କ ଉପରେ ପ୍ରଥମେ ବୋମାମାଡ଼ ହୋଇଥିଲା। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ ସେ ବିଞ୍ଝାରପୁର ଥାନାରେ ଏତଲା ଦେଇଥିଲେ। କିନ୍ତୁ ତାଙ୍କ ଏତଲାକୁ ଗ୍ରହଣ ନ କରି ଏଏସ୍‌ଆଇ ଦାସ ଏହା ବୋମା ନୁହେଁ, ତାଳ ଫଟକା ବୋଲି କହିଥିଲେ। ଏପରି କି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏସ୍‌ଆଇ ବେହେରା ସୁରେନ୍ଦ୍ରଙ୍କୁ ୫ ହଜାର ଟଙ୍କା ମାଗିଥିଲେ ବୋଲି ସୁରେନ୍ଦ୍ରଙ୍କ ପରିବାର ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସେହିପରି ଘଟଣା ପରେ ପୋଲିସର ଏକ ଟିମ୍‌ ଗୁରୁବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି କଲ୍ୟାଣପୁର ଗ୍ରାମରୁ ଜଣେ, ଟିଣା ଗ୍ରାମରୁ ଜଣେ ଓ ମାଁସଡ଼ା ଗ୍ରାମରୁ ୨ ଜଣଙ୍କୁ ଉଠାଇଆଣି ଅଟକ ରଖିଥିଲା। ଅପରାହ୍ନ ୨ଟାରେ ମୁଖ୍ୟ ଅଭିଯୁକ୍ତ ଟେରା ଓ ସହଯୋଗୀ ବିଷ୍ଣୁଙ୍କୁ ବରୀ ଥାନା ଅଧୀନ ଭୁରୁଙ୍ଗା ଗ୍ରାମରୁ ଗିରଫ କରାଯାଇଛି। ବିଞ୍ଝାରପୁର ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ବେହେରା ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ୮ ଘଣ୍ଟା ପରେ ଆନ୍ଦୋଳନକାରୀ ରାସ୍ତାରୁ ଉଠିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌ ମନେଇ ଘାଟକୁ ଯାଇ ତଦନ୍ତକରି ଫେରିଛି। ଉକ୍ତ ଘଟଣା ନେଇ ଥାନାରେ ନଂ.୨୨୭/୨୨ରେ ଏକ ମାମଲା ରୁଜୁ ହୋଇଛି। ପ୍ରକାଶଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ବାଲିଘାଟରେ ସୁରେନ୍ଦ୍ରଙ୍କୁ ଏକାକୀ ପାଇ ଟେରା ୨/୩ଟି ବୋମା ମାଡ଼ କରିଥିଲେ। ଏଥିରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?