୨ ହଜାର ଟଙ୍କା ପାଇଁ ବନ୍ଧା ହେଲେ ଏଏସ୍‌ଆଇ

ପଦ୍ମପୁର,୫।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଏଏସ୍‌ଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ ଶୁକ୍ରବାର ରାତିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆନ୍ଦୋଳା ଅଞ୍ଚଳର ଏକ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଏଏସ୍‌ଆଇ ଖୁଣ୍ଟିଆ ଅଭିଯୋଗକାରୀଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ୮ ହଜାର ଟଙ୍କା ଦେଇଥିବା ବେଳେ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ଏଏସ୍‌ଆଇ ଖୁଣ୍ଟିଆ ତାଙ୍କଠାରୁ ଅବଶିଷ୍ଟ ୨ହଜାର ଟଙ୍କା ନେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା।