ଓଏଏସ୍‌ ପରୀକ୍ଷାରେ ଅଶ୍ୱିନୀ ଟପ୍ପର

ଭୁବନେଶ୍ୱର,୮।୧୦: ୨୦୧୯ ଓଏଏସ୍‌ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଅଶ୍ୱିନ ପଣ୍ଡା ଟପ୍ପର ହୋଇଛନ୍ତି। ଟପ୍‌ ୧୦ରେ ଥିବା କୃତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଛନ୍ତି ୩ ଝିଅ । ବିଭିନ୍ନ ବର୍ଗରୁ ପ୍ରାୟ ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ସ୍ଥାନରେ ଅଶ୍ୱିନ ପଣ୍ଡା ,ଦ୍ୱିତୀୟରେ ଅଙ୍କୁର ଅଭିଳାଷ ସେହିପରି ତୃତୀୟ ସ୍ଥାନରେ ରଶ୍ମିରେଖା ପାତ୍ର ରହିଛନ୍ତି।