ହାତୀ କବର ସ୍ଥଳ ଆଠଗଡ଼ ବନଖଣ୍ଡ

ଭୁବନେଶ୍ୱର, ୧୫।୧:(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ହାତୀଙ୍କ କବର ସ୍ଥଳ ପାଲଟିଛି। ଗତବର୍ଷ ଆଠଗଡ଼ରେ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚାରେ ରହିଥିବାବେଳେ ଚଳିତବର୍ଷ ଆରମ୍ଭରୁ ଏକ ଦନ୍ତାହାତୀର ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଲାଣି। ଓଡ଼ିଶା ବନ୍ୟପ୍ରାଣୀ ସମିତିର ତଥ୍ୟାନୁସାରେ, ୨୦୨୨ରେ କେବଳ ଆଠଗଡ଼ ବନଖଣ୍ଡରେ ୧୨ଟି ହାତୀର ମୃତ୍ୟୁ ଘଟିଥିଲା। ଏଥିମଧ୍ୟରେ ମାଟିତଳୁ ୬ଟି କଙ୍କାଳ ଉଦ୍ଧାର ହୋଇଥିବାବେଳେ ୨ଟି ଗୁଳିବିଦ୍ଧ ହାତୀର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ଆଉ ୩ ହାତୀର ପ୍ରାକୃତିକ ମୃତ୍ୟୁ ହୋଇଥିବାବେଳେ ଗୋଟିଏ ହାତୀ ମୃତ୍ୟୁ ଏବେ ବି ଅସ୍ପଷ୍ଟ ରହିଛି। ଶନିବାର ଆଠଗଡ଼ ବଡ଼ଖଣ୍ଡରେ ଚଳିତ ବର୍ଷର ପ୍ରଥମ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ହାତୀ ଶିକାର କରାଯାଇଥିବା ଜଣାପଡିଛି। ଏଥିସହ ବନ ବିଭାଗ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ପୁଣି ପ୍ରଶ୍ନ ଉଠିଛି।
ଗତବର୍ଷ ଫେବୃୟାରୀ ୮ରେ ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମ ବନାଞ୍ଚଳର ବାରାସିଂଘା ବିଟ୍‌ରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏକ ହାତୀ କଙ୍କାଳ ଉଦ୍ଧାର କରିଥିଲା। ଏହାପରେ ସେହି ବନଖଣ୍ଡର ବିଭିନ୍ନ ସ୍ଥାନରୁ ମୋଟ ୬ଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା, ଯାହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଥିଲେ। ୨ମାସରେ ତଦନ୍ତ ସାରି ରିପୋର୍ଟ ଦେବା ପାଇଁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏସ୍‌ଆଇଟିର ତଦନ୍ତ କ’ଣ ହେଲା ଏବଂ କାହା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା କିଛି ଜଣାପଡ଼ିଲା ନାହିଁ। ତେବେ ଜୁନ୍‌ରେ ଏକ ଗୁଳିବିଦ୍ଧ ହାତୀ ଜଙ୍ଗଲରେ ବୁଲିବା ଏବଂ ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣା ପାଇଁ ଓଡ଼ିଶାକୁ ଦେଶରେ ଲଜ୍ଜିତ ହେବାକୁ ପଡ଼ିଥିଲା। ବାରମ୍ବାର ଗୋଟିଏ ବନଖଣ୍ଡରୁ ହାତୀ କଙ୍କାଳ ଉଦ୍ଧାର ଏବଂ ଗୁଳିବିଦ୍ଧ ହାତୀର ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାର ଏହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବନ ବିଭାଗ କେବଳ ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍‌ ହୋଇ ବସିପଡ଼ିଲା। ଗୋଟିଏ ବନଖଣ୍ଡରୁ ୬ଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ବରଂ ପୁରସ୍କାର ସ୍ବରୂପ ତତ୍‌କାଳୀନ ଆଠଗଡ଼ ଡିଏଫ୍‌ଓଙ୍କୁ ସୁରକ୍ଷିତ ସ୍ଥାନକୁ ବଦଳି କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri