ଘରୋଇ ଜମିରେ ଆଶ୍ରମ ବିଦ୍ୟାଳୟ: ଅଡୁଆରେ ଢେଙ୍କାନାଳ ଜିଲା ଏସ୍‌ସି/ଏସ୍‌ଟି ବିଭାଗ

ଢେଙ୍କାନାଳ ଅଫିସ, ୨୯।୯: ଏକ ଘରୋଇ ଜମିରେ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସ ନିର୍ମାଣ କରିବା ଢେଙ୍କାନାଳ ଜିଲା ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ବିଭାଗର ଅଡୁଆ ବଢ଼ାଇଛି। ଉକ୍ତ ନିର୍ମାଣକୁ ଅବୈଧ ଦର୍ଶାଇ ହାଇକୋର୍ଟ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଅଧିକାରୀମାନେ ଉଚ୍ଛେଦ କାର୍ଯ୍ୟ କରିବାକୁ ଯାଇଥିବାବେଳେ ଲୋକଙ୍କ ବିରୋଧର ଶିକାର ହୋଇଛନ୍ତି। ଢେଙ୍କାନାଳ ପୌରାଞ୍ଚଳ ୧୦ନଂ. ଓ୍ବାର୍ଡ ଖମାରସାହିରେ ବୁଧବାର ଘଟିଥିବା ଏହି ଘଟଣା ଏସ୍‌ସି/ଏସ୍‌ଟି ବିଭାଗର ଦୂରଦୃଷ୍ଟି ଅଭାବକୁ ପଦାରେ ପକାଇଛି।

ସୂଚନାଯୋଗ୍ୟ, ୧୯୫୯ ମେ’ ୧ରେ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ୮୩ ଡେସିମିଲ ଜାଗାରେ ଖମାରସାହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ୨୦୨୦ ଫେବୃୟାରୀ ୫ରେ ଶିକ୍ଷାନୁଷ୍ଠାନ ପରିସରରେ ନୂତନ ଗୃହ ଓ ଛାତ୍ରାବାସ ଉଦ୍‌ଘାଟିତ ହୋଇଥିଲା। ଉକ୍ତ ଦୁଇମହଲା ବିଶିଷ୍ଟ କୋଠାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ସେଠାରେ ସ୍ଥାନୀୟ ଅଞ୍ଚଳର ୫୬ ଏବଂ ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର ସମେତ ଅନ୍ୟ ଜିଲାର ୧୦୦ ଛାତ୍ର ରହି ପଢୁଛନ୍ତି। ତେବେ ଉକ୍ତ ଅଞ୍ଚଳରେ ମହାବୀର ବଜାର ନିବାସୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ୧ ଏକର ୫୮୧ ଡେସିମିଲ ଜମି ରହିଥିଲା। ସେଥିରୁ କିଛି ସରକାରୀ ଜାଗା ବୋଲି ତତ୍କାଳୀନ ତହସିଲଦାର ଏବଂ ଆର୍‌ଆଇ ଦର୍ଶାଇଥିଲେ। ଏହା ପରେ ସେହି ଜମିର ୮୩ ଡେସିମିଲ ଜାଗାରେ ବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପ୍ରଫୁଲ୍ଲଙ୍କ ପରିବାର ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ୧୯୯୦ରେ ଉକ୍ତ ଜମି ତାଙ୍କର ବୋଲି କୋର୍ଟ ରାୟ ଶୁଣାଇଥିଲେ ଏବଂ ତାହାକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ପ୍ରଶାସନ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ କହି ଦିନ ଗଡ଼ାଇ ଚାଲିଥିଲା। ଏଥିରେ ନିରାଶ ହୋଇ ପ୍ରଫୁଲ୍ଲ ବଡ଼ପୁଅ ବିଭୂତି ଭୂଷଣ ପଟ୍ଟନାୟକ, ସାନପୁଅ ରାକେଶ ପଟ୍ଟନାୟକ, ସ୍ତ୍ରୀ ସରୋଜିନୀ ପଟ୍ଟନାୟକ ୨୦୦୧ରେ ଅଦାଲତର ଦ୍ୱାରସ୍ଥ ହୋଇ ଡିକ୍ରି ହାସଲ କରିଥିଲେ। ୨୦୦୬ରେ ଜିଲା ପ୍ରଶାସନ ପକ୍ଷରୁ ସମାନ ପରିମାଣର ସରକାରୀ ଜମି ଯାଉଁଳି ପୋଖରୀ ମଠ ଉତ୍ତରପାର୍ଶ୍ୱରେ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ୨୦୧୦ରେ ଜିଲା ପ୍ରଶାସନ ପକ୍ଷରୁ ପୂର୍ବ ଜାଗାକୁ ସରକାରୀ ବୋଲି ଦର୍ଶାଇ ଏକ ପିଟିସନ ଦାଏର କରାଯାଇଥିଲା। ୨୦୧୯ରେ ଅଭିଯୋଗକାରୀ ପୁଣିଥରେ ଡିକ୍ରି ପାଇଥିବାବେଳେ ୨୦୨୧ରେ ସମାନ ପରିମାଣରେ ସରକାରୀ ଜାଗା ଯୋଗାଇଦିଅ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନ ନେବାରୁ ପ୍ରଫୁଲ୍ଲଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ଜିଲା ପ୍ରଶାସନକୁ ଜାଗା ସମ୍ପର୍କିତ ସମ୍ପୂର୍ଣ୍ଣ ଦସ୍ତାବିଜ ମାଗିଥିବାବେଳେ ଏହାକୁ ଦାଖଲ କରାଯାଇ ନ ଥିଲା। ଏହାପରେ ୨୦୨୧ରେ ସ୍କୁଲକୁ ଉଚ୍ଛେଦ କରି ପ୍ରକୃତ ମାଲିକଙ୍କୁ ଜାଗା ପ୍ରଦାନ ପାଇଁ ହାଇକୋର୍ଟ ନୋଟିସ୍‌ ଜାରି କରିଥିଲେ। ସପ୍ତାହକ ତଳେ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ନିଷ୍କର୍ଷ ବାହାରି ପାରି ନ ଥିଲା। ଏହାର ସମାଧାନ ନ ହେବାରୁ ପ୍ରଫୁଲ୍ଲଙ୍କ ପରିବାର ସଦସ୍ୟ ହାଇକୋର୍ଟ କର୍ମଚାରୀ, ପୋଲିସ ସହ ପହଞ୍ଚତ୍ ଉଚ୍ଛେଦ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସ୍କୁଲ ଭଙ୍ଗାଯିବ ବୋଲି ସୂଚନା ପାଇ ଖମାରସାହି, କଲୋନୀ ସାହି, ବାଉଁଶପାଟଣା, ଦକ୍ଷିଣକାଳୀ, ସରଜଙ୍ଗସାହି, ଜୁଆଙ୍ଗସାହି ଅଞ୍ଚଳବାସୀ ପହଞ୍ଚତ୍ ତୀବ୍ର ବିରୋଧ କରିଥିଲେ। ଅନ୍ୟ ଉପାୟ ନ ଥିବାରୁ ଜିଲା ଏସ୍‌ସି/ଏସ୍‌ଟି ବିଭାଗ ପକ୍ଷରୁ ଏହାକୁ ନେଇ ଢେଙ୍କାନାଳ ସିଭିଲ କୋର୍ଟରେ ସମୟ ମଗାଯାଇଥିବାବେଳେ ଅଦାଲତ ମାସେ ପାଇଁ ରହିତାଦେଶ ଦେଇଛନ୍ତି।

ଏ ନେଇ ଏସ୍‌ସି/ଏସ୍‌ଟି ବିଭାଗ ତଥା ଅତିରକ୍ତ ଜିଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜା କୁହନ୍ତି, କୌଣସି ଘରୋଇ ଜମିରେ ସରକାରୀ ଅନୁଷ୍ଠାନ କେବେ ହୋଇ ନ ଥାଏ। କିନ୍ତୁ ଏହା ବହୁ ପରୁଣା ସମୟର ା ତେଣୁ ସେତେବେଳେ ରେକର୍ଡପତ୍ର କ’ଣ ଥିବ, ଆମେ କହିପାରିବା ନାହିଁ। ଆମ ପାଖରେ ମଧ୍ୟ କିଛି ପ୍ରମାଣ ନାହିଁ। ଅଦାଲତଙ୍କ ପକ୍ଷରୁ ମାସେ ସମୟ ଦିଆଯାଇଛି। ଏହି ସମୟସୀମା ମଧ୍ୟରେ ଅଭିଯୋଗକାରୀଙ୍କୁ ଅନ୍ୟତ୍ର ଜାଗା ପ୍ରଦାନ ନେଇ ପଦକ୍ଷେପ ନିଆଯିବ।

ଅନ୍ୟପଟେ ସ୍କୁଲ ଉଚ୍ଛେଦ ହେଲେ ସେଠାରେ ପଢୁଥିବା ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆଇନଜୀବୀ ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ମଲ୍ଲିକ କୁହନ୍ତି, ସ୍କୁଲକୁ ଉଚ୍ଛେଦ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। କାହାକୁ ନ ପଚାରି ରାତିଅଧିଆ ଉଚ୍ଛେଦ ପାଇଁ ଉଦ୍ୟମ ହୋଇଛି। ଏହାକୁ ଆମେ ତୀବ୍ର ବିରୋଧ କରୁଛୁ। କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ଏବଂ ଜିଲା କାର୍ଯ୍ୟାଳୟ ଘେରାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri