ସାଢେ ୪ ଫୁଟ ଉଚ୍ଚ ସିଂହ ମୂର୍ତ୍ତି ଗଢୁଛନ୍ତି ଅଶୋକ

ପୁରୀ ଅଫିସ, ୧୩।୧୦: ଶାରଦୀୟ ଦୁର୍ଗାପୂଜାରେ କାକଟପୁରର ଅଧିଷ୍ଠାତ୍ରୀ ଠାକୁରାଣୀ ମା’ ମଙ୍ଗଳାଙ୍କ ସିଂହବାହିନୀ ବେଶ ପାଇଁ ପୁରୀରେ ଚାଲିଛି ସିଂହ ମୂର୍ତ୍ତି ନିର୍ମାଣ। ପଥୁରିଆ ସାହିର ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ କୁମାର ମହାପାତ୍ର ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି। ଗମ୍ଭାରୀ କାଠରେ ସାଢେ ୪ ଫୁଟ ଉଚ୍ଚର ମୂର୍ତ୍ତି ତିଆରି ଚାଲିଛି। ଏ ନେଇ ଅଶୋକ କହିଛନ୍ତି, ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ତାଙ୍କୁ ସେପ୍ଟେମ୍ବର ୧୯ରେ ଅର୍ଡର ମିଳିଥିଲା। ବର୍ତ୍ତମାନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିରେ ପ୍ରାୟ ସାଢେ ୭ ଶିଫ୍ଟ କାଠ ଲାଗିଛି। ସପ୍ତମୀରେ ଏହି ମୂର୍ତ୍ତି ନେବା ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ କହିଛି। ସୂଚନାଥାଉ କି, ଅଶୋକ ପ୍ରାୟ ସାଢେ ୩ଫୁଟ ଉଚ୍ଚର ଏକ ବୁଦ୍ଧ ଲୀଳା ମୂର୍ତ୍ତି ପାଇଁ ୨୦୦୩ରେ ଜାତୀୟ ପୁରସ୍କାର ପାଇଥିଲେ, ଯାହା ଏବେ କାନାଡ଼ା ମ୍ୟୁଜିୟମ୍‌ରେ ଶୋଭା ପାଉଛି। କେବଳ ଏହି ଗୋଟିଏ ନୁହେଁ ସେ ଏକାଧିକ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି।