ଅଶୋକ ପଣ୍ଡାଙ୍କ ବିସ୍ଫୋରକ ବୟାନ: ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କାହାର ବ୍ୟକ୍ତିଗତ…

ଭୁବନେଶ୍ୱର,୨୮ା୮: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି। ବଦ୍ରି ପାତ୍ରଙ୍କ ପରେ ଆଜି ଅର୍ଥାତ୍‌ ଗୁରୁବାର ବରିଷ୍ଠ ନେତା ଅଶୋକ ପଣ୍ଡା ତେର୍ଚ୍ଛା ବାଣ ମାରିଛନ୍ତି। ଆଇ ଆମ୍‌ ଡାଉନ ବଟ୍‌ ନଟ ଆଉଟ୍‌ ଏହି କଥାକୁ ନେଇ ଚାଲିଥିବା ଚର୍ଚ୍ଚାରେ ସେ କହିଛନ୍ତି, ମୁଁ ଛି କହିପାରିବିନି; ଯିଏ କହିଛନ୍ତି, ଯାହାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ହିଁ କହିପାରିବେ। ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ।
୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ ହେବାର ପ୍ରଶ୍ନ ଉଠୁ ନାହିଁ। ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି। ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଭାଇ ଲକ୍ଷ୍ମଣ। ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅଶୋକ ପଣ୍ଡା। ସେ କହିଛନ୍ତି ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ।

ଅନ୍ୟପକ୍ଷରେ  ନିକଟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ କେତେଜଣ ବରିଷ୍ଠ ନେତା ଅସୁସ୍ଥ ନବୀନବାବୁଙ୍କୁ ହସ୍ପିଟାଲ୍‌ରେ ସାକ୍ଷାତ୍‌ କରିବାକୁ ଯାଇଥିବାବେଳେ ସେମାନଙ୍କୁ ସୁଯୋଗ ମିଳି ନ ଥିଲା। ଏହାକୁ ଦଳର ନେତା ଓ କର୍ମୀମାନେ ହଜମ କରିପାରୁନାହାନ୍ତି। ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ସଭାପତି ଗୁରୁତ୍ୱ ଦେଉଥିବାରୁ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏପରି କି ଦଳ ବିଭାଜନ ଆଡ଼କୁ ମୁହାଁଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏହି ପ୍ରସଙ୍ଗରେ ପୂର୍ବରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପ୍ରଶ୍ନ ଉଠାଇଥିବାବେଳେ ବୁଧବାର ଗଣେଶ ଚତୁର୍ଥୀରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର ନବୀନଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି, ସାଧାରଣ ନିର୍ବାଚନରେ ନବୀନ ଲୋକ ତଥା ଭୋଟରଙ୍କୁ ଗୁରୁତ୍ୱ ଦେଲେନାହିଁ ବୋଲି ଦଳର ପରାଜୟ ହେଲା। ଗଣତନ୍ତ୍ରରେ ଲୋକମାନେ ହେଲେ ସର୍ବେସର୍ବା। ସେମାନଙ୍କୁ ନେଇ ଦଳ ଆଗକୁ ବଢ଼ିବା କଥା। ମାତ୍ର ନବୀନ ବାବୁ ଗଣଙ୍କୁ ନୁହେଁ, ଜଣଙ୍କୁ ଗୁରୁତ୍ୱ ଦେଉଛନ୍ତି, ଯେଉଁଥିପାଇଁ ଖାଲି ବରିଷ୍ଠ ନେତା ନୁହନ୍ତି, ତୃଣମୂଳସ୍ତରର ଲୋକେ ମଧ୍ୟ ଅସନ୍ତୁଷ୍ଟ ହେଉଛନ୍ତି। ସାଧାରଣ ନିର୍ବାଚନ ବେଳେ କିଛି ଲୋକଙ୍କ ମତ ଅନୁକୂଳ ହେଲାନି। ଲୋକେ ଯେମିତି ଚାହୁଁଥିଲେ ସେମିତି ହେଲାନି, ଯାହା ଫଳରେ ଲୋକେ ଓଲଟାଇଦେଲେ। ଲୋକ ହେଉଛନ୍ତି ଅଲ୍‌ଟିମେଟ୍‌ ଜଜ୍‌। ଭୋଟରମାନେ କ’ଣ କହୁଛନ୍ତି, ସେକଥା ଦଳର ସଭାପତି ଓ ନେତୃବୃନ୍ଦ ଜାଣିବା ଆବଶ୍ୟକ। ସେହି ଅନୁସାରେ ନିଜକୁ ପରିବର୍ତ୍ତନ କଲେ ଯାଇ ଦଳ ଆଗେଇପାରିବ। ଲୋକଙ୍କ ଇଚ୍ଛା ବିରୋଧରେ ଯାଇ କେଉଁ ଦଳ ଆଗେଇପାରିନାହିଁ। ଶୀର୍ଷନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନ ଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ିବା ଆରମ୍ଭ କଲେଣି। ସମସ୍ତଙ୍କୁ ସବୁବେଳେ ସାଙ୍ଗରେ ନେଇ ଚାଲିବାର ରହିଛି, ତାହା ହିଁ ବୁଦ୍ଧିମାନ୍‌ର କାମ ହେବ।
ସେ ପୁଣି କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଦଳ, ଯାହାକୁ ନେଇ ସାରାଦେଶରେ ବେଶ୍‌ ଖ୍ୟାତି ରହିଛି। ଲୋକଙ୍କ ମତାମତକୁ ସବୁବେଳେ ସମ୍ମାନ ଦେଇ ନିଷ୍ପତ୍ତି ନିଆଯିବା କଥା। ହେଲେ ବାସ୍ତବ କ୍ଷେତ୍ରରେ ତାହା ହେଉନାହିଁ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ‘ଆଇ ଆମ୍‌ ଡାଉନ୍‌ ବଟ୍‌ ନଟ୍‌ ଆଉଟ୍‌’ ଅର୍ଥ କ’ଣ ତାହା ମୁଁ ଜାଣେନାହିଁ। ତା’ର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ ଏବଂ ଯାହାକୁ କୁହାଯାଇଛି ସେ ହିଁ ବୁଝିଥିବେ’। ସେ ପ୍ରସଙ୍ଗରେ ମୁଁ ପଶିବାକୁ ଚାହୁଁନାହିଁ।
ସେହିପରି ସୁଜାତା କାର୍ତ୍ତିକେୟନ ଦଳରେ ଏଣ୍ଟ୍ରି ହୋଇପାରନ୍ତି ପ୍ରଶ୍ନର ଉତ୍ତରରେ ବଦ୍ରି କହିଛନ୍ତି, ତାଙ୍କୁ ଦଳ ସ୍ବାଗତ କରିବ। ବିଜେଡି ଏକ ସମୁଦ୍ର, ଅଧିକ ଲୋକ ଗ୍ରହଣ କରିବାକୁ କ’ଣ ଦଳରେ ଜାଗା ନାହିଁ କି? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା ତାହା ସଭାପତି ଗୁରୁତ୍ୱ ଦେବାର ରହିଛି। ଦଳ ବଢ଼ିଲେ ବିବାଦ ବଢ଼ିବ, ଏହା କିଛି ନୂଆକଥା ନୁହେଁ। କିନ୍ତୁ କଥା ହେଉଛି ସମସ୍ତେ ନିଜ ସୀମା ଜାଣିବା ଦରକାର। ମୋର ଦାୟିତ୍ୱ କ’ଣ ତାହା ବୁଝିଲେ ହିଁ ସବୁ ଠିକ୍‌ ହେବ ଏବଂ ଦଳ ଶୃଙ୍ଖଳିତ ଭାବେ ଚାଲିବ। ଆଉ ଯଦି ସୀମା ଟପିବା, ତାହାଲେ ଦ୍ୱନ୍ଦ୍ୱ ବଢ଼ିବ। ବର୍ତ୍ତମାନ ଯେଉଁ ଦ୍ୱନ୍ଦ୍ୱ ଉପୁଜିଛି, ସେଥିପାଇଁ ଦଳରେ ଯେଉଁମାନେ ବର୍ତ୍ତମାନ ଦାୟିତ୍ୱ ନେଉଛନ୍ତି ସେମାନେ ବୁଝିବା ଦରକାର। ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ତଳସ୍ତରରେ କେତେ ଗ୍ରହଣୀୟ ହେଉଛି, ତାହାର ସମୀକ୍ଷା କରିବା ଆବଶ୍ୟକ। ସବୁକଥାର ପରୀକ୍ଷା ଗ୍ରାଉଣ୍ଡ୍‌ଲେଭଲରେ ହେବା ଆବଶ୍ୟକ ବୋଲି ବଦ୍ରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri