ସାଉଥ କୋରିଆରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ, କ୍ୟାନସର ରୋଗର ନିରାକରଣ ପାଇଁ ଗବେଷଣା କରି…

ଭଞ୍ଜନଗର,୨୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦର ଝିଅ ଡକ୍ଟର ଅୟେସ୍‌କାନ୍ତା ମହାନ୍ତି ଦକ୍ଷିଣ କୋରିଆରେ କ୍ୟାନସର ରୋଗ ପାଇଁ ନାନୋ ମେଡିସିନ ଉପରେ ଗବେଷଣା କରୁଥିଲେ। ଇତିମଧ୍ୟରେ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଗଞ୍ଜାମର ଗର୍ବିତ ଝିଅ ଅୟେସ୍‌କାନ୍ତା ଦୀର୍ଘବର୍ଷର ଅଧ୍ୟବସାୟ ଏବଂ ନିଷ୍ଠା ପରେ ଏହି ସଫଳତା ପାଇଛନ୍ତି। ବୁଧବାର ଡକ୍ଟର ମହାନ୍ତିଙ୍କୁ ଦକ୍ଷିଣ କୋରିଆର ଗଓ୍ବାଙ୍ଗଜୁର ଚୋନାମ ନ୍ୟାଶନାଲ ୟୁନିଭର୍ସିଟି ପକ୍ଷରୁ ବାୟୋମେଡିକାଲ ସାଇନ୍ସରେ ଡକ୍ଟର ଅଫ୍‌ ଫିଲୋସୋଫି (ପିଏଚ୍‌ଡି) ଉପାଧି
ପ୍ରଦାନ କରାଯାଇଛି। ଚୋନାମ ନ୍ୟାଶନାଲ ୟୁନିଭର୍ସିଟିର ଉପକୁଳପତି ପ୍ରୋଫେସର୍‌ ଲି କୁନ-ବେ ତାଙ୍କୁ ଏହି ଅବସରରେ ସମ୍ମାନିତ କରିଥିଲେ। ଜଗନ୍ନାଥପ୍ରସାଦ ଭଳି ଏକ ଛୋଟିଆ ସହରରୁ ଅୟେସ୍‌କାନ୍ତା ସାଉଥ କୋରିଆ ଯାଇ ସେଠାରେ ପାଠ ପଢ଼ି ଆଗକୁ ଯାଇପାରିଛନ୍ତି। ଯାହା ଅଞ୍ଚଳବାସୀଙ୍କ ପାଇଁ ଖୁସିର ଖବର। ଡକ୍ଟର ମହାନ୍ତି ହେଉଛନ୍ତି ଜଗନ୍ନାଥପ୍ରସାଦ କଲେଜର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଏବଂ ମା’ ବିଜୟ ଲକ୍ଷ୍ମୀଙ୍କ କନ୍ୟା। ସେ ଜଗନ୍ନାଥପ୍ରସାଦରେ ପ୍ରାଥମିକ ଶିକ୍ଷା ଏବଂ ଯୁକ୍ତ ୨ ଓ ଭୁବନେଶ୍ବର ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ରେ ମେଡିକାଲ କୋଚିଂ ସାରିବା ପରେ ନୟାଗଡ଼ରେ ଯୁକ୍ତ ୩ ପଢ଼ିଥିଲେ। ଏହାପରେ ସିପେଟ ଭୁବନେଶ୍ୱରରେ ପିଜି କରିବା ପରେ ଦକ୍ଷିଣ କୋରିଆ ଚାଲିଯାଇଥିଲେ ଗବେଷଣା କରିବା ପାଇଁ। ସେଠାରେ ଦୀର୍ଘ ୬ ବର୍ଷ ଗବେଷଣା କରିବା ପରେ ସେ ଏହି ସଫଳତା ପାଇଛନ୍ତି। ତାଙ୍କର ଏହି ସଫଳତାରେ ସାଉଥ କୋରିଆରେ ଅବସ୍ଥିତ ତାଙ୍କ ସ୍ବାମୀ ତଥା ବରିଷ୍ଠ ବୈଜ୍ଞାନିକ ଡକ୍ଟର ଆଦିତ୍ୟ ନାରାୟଣ ମହାପାତ୍ର ଏବଂ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସୂଚନାଯୋଗ୍ୟ, ଅୟେସ୍‌କାନ୍ତା ଜଣେ ଭଲ ସଙ୍ଗୀତଜ୍ଞ। ଏଥିସହ ସେ କଲେଜରେ ପାଠ ପଢ଼ିବା ସମୟରେ ଜାତୀୟ ସେବା ଯୋଜନାର ଜଣେ ସକ୍ରିୟ ସ୍ବେଚ୍ଛାସେବୀ ଥିଲେ। ତେଣୁ ସେ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି। ୨୦୧୫ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅୟେସ୍‌କାନ୍ତାଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ମଧ୍ୟ ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ  ଅୟେସ୍‌କାନ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ଏକାଧିକ ଥର ପୁରସ୍କୃତ ହୋଇଛନ୍ତି। ଡକ୍ଟର ମହାନ୍ତିଙ୍କ ସନ୍ଦର୍ଭର ଶୀର୍ଷକ କ୍ୟାନସର ଚିକିତ୍ସା ପାଇଁ ଲେଜର-ଟ୍ରିଗର୍ଡ ନାନୋମେଡିସିନର ବିକାଶ। ଏକ ଶ୍ରେଷ୍ଠ ସନ୍ଦର୍ଭ ଭାବେ ପୁରସ୍କୃତ ହେଇଛି। ତାଙ୍କର ଏହି ସଫଳତାକୁ ପ୍ରଫେସର ଇନ୍‌-କ୍ୟୁ ପାର୍କ ଏବଂ ବହୁତ ଦେଶ ବିଦେଶର କ୍ୟାନସର ଗବେଷଣା ବିଶେଷଜ୍ଞମାନେ ପ୍ରଶଂସା କରିଥିଲେ। ଡକ୍ଟର ମହାନ୍ତିଙ୍କ ଏହି ଅଗ୍ରଣୀ ଗବେଷଣା କ୍ୟାନସର ରୋଗର ନିରାକରଣ ନିମନ୍ତେ ବହୁତ ସହାୟକ ହେବ ଏବଂ ଆଗାମୀ ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ। ବର୍ତ୍ତମାନ ଡକ୍ଟର ମହାନ୍ତି ଚୋନାମ ନ୍ୟାଶନାଲ ୟୁନିଭର୍ସିଟିର କ୍ୟାନସର ଚିକିତ୍ସାଳୟ, ଯାହାକି ବିଶ୍ୱର ଶ୍ରେଷ୍ଠ କ୍ୟାନସର ଚିକିତ୍ସାଳୟ ଭାବେ ସ୍ବୀକୃତିପ୍ରାପ୍ତ, ସେଠାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ ଉଚ୍ଚତର ଗବେଷଣା କରୁଛନ୍ତି। ତାଙ୍କର ଉଲ୍ଲେଖନୀୟ ସଫଳତା ତାଙ୍କ ପରିବାର, ଅଞ୍ଚଳ ଏବଂ ରାଜ୍ୟ ପାଇଁ ଗର୍ବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri