ଏଫସିଆଇ ଏମ୍‌ଡି ହେଲେ ଅଶୋକ ମୀନା

ଭୁବନେଶ୍ବର, ୧୧ା୮(ବ୍ୟୁରୋ): ୨ ଜଣ ଆଇଏଏସ୍‌ ଅଫିସର ଗତ ସପ୍ତାହରେ ଡେପୁଟେସନ ସାରି ଓଡ଼ିଶା ଫେରିଛନ୍ତି। ବୁଧବାର ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି। ଅନ୍ୟପଟେ ଆଇଏଏସ୍‌ ଉଷା ପାଢୀଙ୍କୁ ଯୁଗ୍ମ ସଚିବରୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ତେବେ ଅଶୋକ ମୀନାଙ୍କୁ ଅତିରିକ୍ତ ସଚିବ ପାହ୍ୟାରେ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।