ଅତିଷ୍ଠ କରୁଛି ପାଉଁଶ ଡମ୍ପିଂ

ସମ୍ବଲପୁର,୧୩ା୬(ବ୍ୟୁରୋ): ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ଶିଳ୍ପ କାରଖାନା ଗଢ଼ିଉଠିବା ପରେ ପାଉଁଶ ଡମ୍ପିଂ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଝାରସୁଗୁଡ଼ା ପରେ ସମ୍ବଲପୁର ଜିଲାରେ ଏହି ଡମ୍ପିଂ ବଢିବାରେ ଲାଗିଛି। ଯୁଯୁମୁରା ତହସିଲ ଅଞ୍ଚଳରେ ଏଭଳି ଡମ୍ପିଂ ଲୋକଙ୍କୁ ଅତିଷ୍ଠ କରୁଛି। ଏବେ ସଦର ଉପଖଣ୍ଡ ଓ ରେଙ୍ଗାଲି ଅଞ୍ଚଳରେ ପୁଣି ଏଭଳି ୟାର୍ଡ ପାଇଁ ଆବେଦନ କରାଯାଇଥିବା ଜଣାପଡିଛି। ଏହି ସମସ୍ୟା ନେଇ ଯୁଯୁମୁରା ଅଞ୍ଚଳବାସୀ ଅଭିଯୋଗ କରିବା ପରେ ମଧ୍ୟ ପ୍ରଦୂଷଣ ବିଭାଗ କିମ୍ବା ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପାଉଁଶର ପାହାଡ଼ ବଢ଼ି ବଢ଼ି ଚାଲିଛି। ଏଥିରେ ନିୟୋଜିତ ଟ୍ରାନ୍ସପୋର୍ଟର ମାଲାମାଲ ହେଉଥିବାବେଳେ ସବୁଜ ବନାନୀ ଉଜୁଡିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବ୍ୟବସାୟରେ ରାଜନେତାଠାରୁ ଆରମ୍ଭକରି ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହୁଥିବା କୁହାଯାଉଛି। ପ୍ରାୟ ସ୍ଥାନରେ ବେଆଇନ ଭାବେ ଚାଲୁଥିବାବେଳେ ସରକାରୀ ନିୟମକୁ ବେଖାତିର କରି କେତେକ ସ୍ଥାନରେ ପାଉଁଶ ୟାର୍ଡ କରିବାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଉଛି। ହେଲେ ସେଥିରେ ଯେଉଁ ସର୍ତ୍ତାବଳୀ ରହିଛି ତାହାକୁ ଅନୁମତି ପାଇଥିବା କମ୍ପାନୀ ପାଳନ କରୁନାହିଁ।
ଯୁଯୁମୁରା ତହସିଲ ନୀଳଡୁଙ୍ଗରୀ (କେଶିଡେରା) ଅଞ୍ଚଳରେ ପାଉଁଶ ଡମ୍ପିଂୟାର୍ଡ କରାଯାଇଛି। ସାମାନ୍ୟ ପବନ ହେଲେ ଏହି ପାଉଁଶ ଜାତୀୟ ରାଜପଥ, ନିକଟସ୍ଥ ଗ୍ରାମକୁ ଉଡ଼ି ଆସୁଛି। ଏପରି କି ଘର ଭିତରେ ପଶିଯାଉଛି। ବର୍ଷ ବର୍ଷ ଧରି ନିକଟ ଗ୍ରାମବାସୀ ଏହାକୁ ବିରୋଧ କରିଆସୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ, ପୂର୍ବରୁ ସବୁଜ ବଳୟ ଓ ବନ୍ୟପ୍ରାଣୀଙ୍କ ଆଶ୍ରୟସ୍ଥଳ ଭାବେ ପରିଚିତ ଥିଲା ଏହି ଘଞ୍ଚ ଜଙ୍ଗଲ। ଏପରି କି ସିସାଲ ଫାର୍ମ ନାମରେ ମଧ୍ୟ ପ୍ରସିଦ୍ଧ ଥିଲା। କିନ୍ତୁ ଏବେ ପରିଚୟ ହରାଇବାକୁ ବସିଲାଣି। ଏଠାରେ ରହୁଥିବା ବନ୍ୟପ୍ରାଣୀ ଓ ନିକଟସ୍ଥ ଗ୍ରାମବାସୀ ଅସୁରକ୍ଷିତ ମନେକରୁଛନ୍ତି। କାରଣ ନିକଟରେ ପାଉଁଶ ଡମ୍ପିଂ ୟାର୍ଡ କରିବାକୁ ଅନୁମତି ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ କବରପାଲି ସରପଞ୍ଚ ଓ ପରିବେଶବିତ୍‌ ପୂର୍ବରୁ ଜିଲାପାଳ ଓ ପ୍ରଦୂଷଣ ବିଭାଗ ପାଖରେ ଅଭିଯୋଗ କରିଥିଲେ। ହେଲେ କୌଣସି ସମାଧାନ ହୋଇପାରିଲା ନାହିଁ। ବୃହତ୍‌ ମାର୍କେଟ ଟର୍ମିନାଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ହେଲେ ଜଙ୍ଗଲ ବିଭାଗ ଅନୁମତି ନ ଦେବାରୁ ଉକ୍ତ ପ୍ରକଳ୍ପ ହୋଇପାରିଲା ନାହିଁ ବୋଲି କୁହାଯାଉଛି। ଅନ୍ୟପଟେ ଦ୍ୱିତୀୟ ଚିିଡ଼ିଆଖାନାରେ ପରିଣତ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା। ତାହା ମଧ୍ୟ ଅଧାରେ ରହିଯାଇଛି। ନିକଟରେ ଗ୍ରାମ ରହିଥିବା ବେଳେ କୃଷି ବିଭାଗର ତାଲିମ କେନ୍ଦ୍ର, ଜାତୀୟ ରାଜପଥ, ଗ୍ରାମ୍ୟ ଜଙ୍ଗଲ, ଲୋକଙ୍କ ରୟତି ଜମି ରହିଛି। ହେଲେ କେମିତି ଅନୁମତି ଦିଆଯାଇଛି ତାହା ଏବେ ସନ୍ଦେହଘେରକୁ ଆସିଛି। ୨୦୨୨ ଡିସେମ୍ବର ୨୯ରେ ପଞ୍ଚାୟତ ପତ୍ର ସଂଖ୍ୟା ୫୪୭ରେ ଜିଲାପାଳଙ୍କ ପାଖରେ କବରାପାଲି ସରପଞ୍ଚ ମଧ୍ୟ ଏନ୍‌ଓସି ଦେଇ ନ ଥିବା ଅଭିଯୋଗ କରାଯାଇଥିଲା। ହେଲେ ପ୍ରଦୂଷଣ ବିଭାଗ ଘଟଣାସ୍ଥଳ ପରିଦର୍ଶନକରି ଲୋକଙ୍କ ବାସ୍ତବ ସମସ୍ୟାକୁ ଦେଖି ଯଦି ଅନୁମତି ଦେଇଛି ତା’ହେଲେ ବାତିଲ କରାଯାଉ ବୋଲି ଦାବି ହେଉଛି। ଏ ସମ୍ପର୍କରେ ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦାୟିତ୍ୱରେ ଥିବା ଅଧିକାରୀ ସତ୍ୟନାରାୟଣ ନନ୍ଦ କହିଛନ୍ତି, ନିକଟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ଆଶ୍ରୟସ୍ଥଳ ବାବଦରେ ଜାଣି ନ ଥିଲି। ହେଲେ ପ୍ରଥମେ ତହସିଲଦାର ଓ ଜିଲାପାଳ ଅନୁମତି ଦେବା ପରେ ପ୍ରଦୂଷଣ ବିଭାଗ ଅନୁମତି ଦେଇଥାଏ। ୩ବର୍ଷ ପୂର୍ବରୁ ଅନୁମତି ଦିଆଯାଇଥିଲା। ୨୦୨୩ ମାର୍ଚ୍ଚରେ ଅବଧି ଶେଷ ହେବା ପରେ ପୁଣି ଏକବର୍ଷ ପାଇଁ ସମୟ ବୃଦ୍ଧି କରାଯାଇଛି। ଲୋକଙ୍କ ସମସ୍ୟା ନେଇ ଅଭିଯୋଗ କରିବା ପରେ କମ୍ପାନୀକୁ ନିୟମ ଅନୁସାରେ କାମ କରିବାକୁ ତାଗିଦ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri