ଅସାନି ଆସିଲା

ଚଳିତ ବର୍ଷ ମେ’ ପ୍ରଥମାର୍ଦ୍ଧରେ ପ୍ରଚଣ୍ଡ ତାତି ମଧ୍ୟରେ ଅସାନି ବାତ୍ୟା ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ମହାରାଷ୍ଟ୍ର ଓ ଗୁଜରାଟ ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ବିପତ୍ତିର ସମ୍ମୁଖୀନ ହେଉଛନ୍ତି। ବାତ୍ୟାର ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବୃଦ୍ଧିପାଉଛି। ବିଶେଷଜ୍ଞଙ୍କ ମତରେ, ସବୁଜ ଗୃହ ବାଷ୍ପ ଯୋଗୁ ସୃଷ୍ଟି ହେଉଥିବା ତାପମାତ୍ରାର ୯୦% ସମୁଦ୍ର ଶୋଷି ନେଉଥିବାରୁ ପାଣିିର ତାପମାତ୍ରା ବଢୁଛି ଓ ଅଧିକ ବାତ୍ୟା ହେଉଛି। ଇଣ୍ଟର୍‌ନ୍ୟାଶନାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ (ଆଇପିସିସି)ର ରିପୋର୍ଟ ଏଭଳି ସିଦ୍ଧାନ୍ତକୁ ସମର୍ଥନ କରିଛି। ବାତ୍ୟା ନିରୀକ୍ଷଣ, ପୂର୍ବାନୁମାନ ଏବଂ ଗବେଷଣା ସହ ଜଡ଼ିତ ଅନ୍ତଃରାଷ୍ଟ୍ରୀୟ ଜର୍ନାଲ ‘ଟ୍ରପିକାଲ ସାଇକ୍ଲୋନ ରିସର୍ଚ୍ଚ ଆଣ୍ଡ୍‌ ରିଭ୍ୟୁ’ ମଧ୍ୟ ଏହାସହ ଏକମତ ବୋଲି ଜଣାପଡ଼ିଛି। ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ତଥ୍ୟ ଅନୁଯାୟୀ, ୧୯୭୧ରୁ ୨୦୨୦ ମଧ୍ୟରେ ୧୨୧ଟି ଟ୍ରପିକାଲ ବାତ୍ୟା ସୃଷ୍ଟି ହୋଇଛି। ଆରବ ସାଗର ଏବଂ ବଙ୍ଗୋପ ସାଗରରେ ବିଶ୍ୱ ତୁଳନାରେ କମ୍‌ ବାତ୍ୟା ସୃଷ୍ଟି ହେଉଥିଲେ ବି ଏହାର କ୍ଷୟକ୍ଷତି ଅନ୍ୟ ଦେଶ ତୁଳନାରେ ଅଧିକ, କାରଣ ଏହା ବେଶି ଜନବହୁଳ ଅଞ୍ଚଳକୁ ପ୍ରଭାବିତ କରିଥାଏ। ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାର ଦାବି କରୁଛନ୍ତି ଯେ, ସେମାନଙ୍କର ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଦକ୍ଷତା ବୃଦ୍ଧି ପାଉଛି। ସରକାରଙ୍କ ଏହି ପ୍ରଚାର ସମ୍ପୂର୍ଣ୍ଣ ଭାବେ ଅସତ୍ୟ ବୋଲି ବାରମ୍ବାର ପ୍ରମାଣିତ ହେଉଛି। ତାହାର ପ୍ରମାଣ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ବାସିନ୍ଦା ୩ ମେ ୨୦୧୯ ଫନୀ ପରେ ଅନୁଭବ କରିଥିବେ। ବିଦ୍ୟୁତ୍‌ ସଂଯୋଗ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ। ପୁରୀ ଏବଂ ଖୋର୍ଦ୍ଧା ଜିଲା କଥା ଛାଡ଼ି ଦିଆଯାଉ। ରାଜଧାନୀରେ ଥିବା ରାଜଭବନର ଚାରିପାର୍ଶ୍ୱରେ ମଧ୍ୟ ୨୬ ଦିନରୁ ଅଧିକ ସମୟ ଲାଗିଗଲା ବିଦ୍ୟୁତ୍‌ ସଂଯୋଗ କରିବାରେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ସରକାରୀ ପ୍ରସ୍ତୁତି ଅପେକ୍ଷା ଗଣମାଧ୍ୟମରେ ସୂଚନା ଦିଆଯାଉଥିବା ଯୋଗୁ ଜନସାଧାରଣ ସଚେତନ ହେବା ଫଳରେ ଜୀବନହାନି ଘଟୁନାହିଁ । କିନ୍ତୁ ତାହାର ଅର୍ଥ ନୁହେଁ ଯେ, ସରକାରୀ ସଂସ୍ଥା ସବୁକିଛି କରିଦେଉଛନ୍ତି। ଏଠାରେ ଫନୀ ପରବର୍ତ୍ତୀ ସମୟର କଥା ଅନେକଙ୍କର ମନେଥିବ। ଫନୀ ପରେ ଓଡ଼ିଶାର ସରକାରୀ ସଂସ୍ଥାଗୁଡ଼ିକ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟରେ ଅନେକାଂଶରେ ବିଫଳ ହୋଇଥିଲେ। କିନ୍ତୁ ବାସ୍ତବରେ ୨ ସପ୍ତାହ ପରେ ଆନ୍ଧ୍ରରୁ ଆସିଥିବା ଉଦ୍ଧାରକାରୀ ଗୋଷ୍ଠୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିଥିଲେ। ସେମାନଙ୍କୁ କିଭଳି ଅସୁବିଧାରେ ରଖାଯାଇଥିଲା ଓ ଉଚିତ ଅର୍ଥ ମିଳୁ ନ ଥିବାର ଖବର ମଧ୍ୟ ପ୍ରକାଶ ପାଇଥିଲା।
ଏହିସବୁ ବିଷୟ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପାଇଁ ବୈଷୟିକ ଜ୍ଞାନ ବୃଦ୍ଧିପାଉଛି। ଆଜିର ଦିନରେ ସମୁଦ୍ର ମଧ୍ୟରେ କ୍ଷୁଦ୍ର ବାତ୍ୟାର ଜନ୍ମ ହେବା ମାତ୍ରକେ ତତ୍‌କ୍ଷଣାତ୍‌ ସୂଚନା ମିଳୁଛି। ସେହି ବାତ୍ୟା କେଉଁ ଦିଗକୁ ପ୍ରଭାବିତ କରିବ, ତାହା ମଧ୍ୟ ଅଳ୍ପବହୁତେ ଜଣାପଡ଼ିଯାଉଛି। କେବଳ ବାତ୍ୟା ନୁହେଁ, ବର୍ଷା ଏବଂ ସେଥିରୁ ସୃଷ୍ଟି ହେଉଥିବା ବଢ଼ି ସମ୍ପର୍କରେ ଆଗୁଆ ଖବର ମିଳିପାରୁଛି। ତଥାପି ଭୂମିକମ୍ପ ଏବଂ ଜଙ୍ଗଲ ନିଆଁକୁ ଆକଳନ କରିବା ଭଳି ଜ୍ଞାନକୌଶଳ ଆଜି ପର୍ଯ୍ୟନ୍ତ ବିକଶିତ ହୋଇପାରି ନାହିଁ। ହୁଏତ ନିକଟ ଭବିଷ୍ୟତରେ ଏହିଭଳି ବିପର୍ଯ୍ୟୟ ସମ୍ପର୍କରେ ପୂର୍ବସୂଚନା ମିଳିବାର ବ୍ୟବସ୍ଥା ସୃଷ୍ଟି ହୋଇପାରେ। ଏହା ସତ୍ତ୍ୱେ ପ୍ରକୃତି ସବୁବେଳେ ମଣିଷଠାରୁ ୫ ହଜାର ପାଦ ଆଗରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri