ଟ୍ରମ୍ପଙ୍କ ଟାରିଫ୍: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତର ଏହି ସେକ୍ଟର୍‌

ନୂଆଦିଲ୍ଲୀ,୨୭।୮: ଅମେରିକା ଭାରତୀୟ ସାମଗ୍ରୀ ରପ୍ତାନି ଉପରେ ୫୦% ଟାରିଫ୍‌ ଲଗାଇଛି, ଯାହା ଇତିହାସରେ ଅତ୍ୟନ୍ତ କଠୋର ବାଣିଜ୍ୟ ଦଣ୍ଡ। ବୁଧବାର ସକାଳ ୯:୩୧ ରୁ ଏହା କାର୍ଯ୍ୟକାରୀ ହୋଇଛି, ଯାହା ଭାରତର $୬୦ ବିଲିୟନ୍‌ରୁ ଅଧିକ ରପ୍ତାନିକୁ ପ୍ରଭାବିତ କରୁଛି। ଏହା ପୂର୍ବର ୨୫% ହାରକୁ ଦୁଇଗୁଣ କରିଛି। ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ ଏହାର କାରଣ ଭାରତର ରୁଷିଆନ୍‌ ତେଲ ଏବଂ ଯୁଦ୍ଧାସ୍ତ୍ର କିଣିବା ପାଇଁ ବୋଲି କହିଛନ୍ତି।

ଗ୍ଲୋବାଲ୍‌ ଟ୍ରେଡ୍‌ ରିସର୍ଚ୍‌ ଇନିସିଏଟିଭ୍‌ (ଜିଟିଆରଆଇ) ଅନୁଯାୟୀ, ଭାରତ ବାର୍ଷିକ $୮୬.୫ ବିଲିୟନ୍‌ ସାମଗ୍ରୀ ଅମେରିକାକୁ ରପ୍ତାନି କରେ, ଯାହାର $୬୦.୨ ବିଲିୟନ୍‌ ଏହି ଟାରିଫ୍‌ରେ ପଡ଼ିବ। ସରକାରୀ ଆକଳନ $୪୮.୨ ବିଲିୟନ୍‌ ପ୍ରଭାବିତ ହେବ ବୋଲି କହୁଛି। ଅଧିକାରୀମାନେ ସତର୍କ କରିଛନ୍ତି ଯେ, ଏହା ଅମେରିକାକୁ ରପ୍ତାନି ଅସମ୍ଭବ କରିପାରେ, ଯାହା କାର୍ଯ୍ୟହୀନତା ଓ ଅର୍ଥନୈତିକ ବୃଦ୍ଧିକୁ ଧୀମା କରିବ।

ଜିଟିଆରଆଇର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବଙ୍କ ମତରେ, ଟେକ୍ସଟାଇଲ୍‌, ରତ୍ନ ଓ ଆଭୂଷଣ, ଚର୍ମ, ଖାଦ୍ୟ ଓ ଅଟୋମୋବାଇଲ୍‌ ସେକ୍ଟର୍‌ ସବୁଠାରୁ ପ୍ରଭାବିତ ହେବ। ନିର୍ଯ୍ୟାତ $୬୦.୨ ବିଲିୟନ୍‌ରୁ $୧୮.୬ ବିଲିୟନ୍‌କୁ ହ୍ରାସ ପାଇପାରେ, ଯାହା ଲକ୍ଷାଧିକ ଚାକିରିକୁ ବିପଦରେ ପକାଇବ। ଚାଇନା (୩୦%), ଭିଏଟନାମ୍‌ (୨୦%) ପରି ଦେଶଗୁଡ଼ିକ ଲାଭବାନ ହୋଇପାରେ।

ଚିଙ୍ଗୁଡ଼ି ($୨.୪ ବିଲିୟନ୍‌), ରତ୍ନ ଓ ଆଭୂଷଣ ($୧୦ ବିଲିୟନ୍‌), ଟେକ୍ସଟାଇଲ୍‌ ($୧୦.୮ ବିଲିୟନ୍‌), କାର୍ପେଟ୍‌ ($୧.୨ ବିଲିୟନ୍‌), ହାଣ୍ଡିକ୍ରାଫ୍ଟ୍‌ ($୧.୬ ବିଲି୯ନ୍‌), ଚର୍ମ ($୧.୨ ବିଲିୟନ୍‌) ଓ କୃଷି ($୬ ବିଲିୟନ୍‌) ସେକ୍ଟର୍‌ ଉପରେ ଟାରିଫ୍‌ ୫୦-୬୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ଆନ୍ଧ୍ରପ୍ରଦେଶ, ସୁରତ୍‌, ତିରୁପ୍ପୁର୍‌, ଭଦୋହି ଓ ଜୟପୁର ଭଳି କ୍ଲଷ୍ଟର୍‌ଗୁଡ଼ିକୁ ଆଘାତ ଦେବ।

ତେବେ $୨୭.୬ ବିଲିୟନ୍‌ର ରପ୍ତାନି, ଯଥା ଫାର୍ମାସ୍ୟୁଟିକାଲ୍‌ ଓ ଇଲେକ୍ଟ୍ରୋନିକ୍‌ସ୍‌, ଡ୍ୟୁଟି-ମୁକ୍ତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri