ଗଜାନନଙ୍କ ୧୦୦୮ ମୂର୍ତ୍ତି: ଆମ ପରମ୍ପରା-ସଂସ୍କୃତିକୁ ନେଇ ଭକ୍ତିମୟ ପରିବେଶରେ…

କେସିଙ୍ଗା,୨୭ା୮(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲ, କେନ୍ଦୁପଡ଼ା ପ୍ରକୋଷ୍ଠରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜା ମହାସମାରୋହରେ ବୁଧବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରିନ୍ସପାଲ ଅର୍ଚ୍ଚନା ଅଗ୍ରଓ୍ବାଲଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଦ୍ୱାରା ଏକ ନିଆରା ଢଙ୍ଗରେ ଗଣେଶଙ୍କର ୧୦୦୮ ମୂର୍ତ୍ତି, ଏବଂ ଚିତ୍ରକଳା ମାଧ୍ୟମରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଆସିଥିବା ଅତିଥି ଏବଂ ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ଗଣେଶଙ୍କର ବିଭିନ୍ନ ରୂପରେ ସାଜସଜ୍ଜା ଦେଖି ଉଚ୍ଚ ପ୍ରଶଂସା କରିବା ସହ ଏକ ଭକ୍ତିମୟ ପରିବେଶରେ ସାମିଲ ହୋଇ ଆନନ୍ଦ ଅନୁଭବ କରିଥିଲେ।

ସୂଚନା ଥାଉ କି, ଗତବର୍ଷ ମଧ୍ୟ ଏହି ବିଦ୍ୟାଳୟରେ ୧୦୦୮ ଗଣେଶ ମୂର୍ତ୍ତିର ଏକ ବିଶାଳ ପ୍ରଦର୍ଶନୀ କରାଯାଇଥିଲା। ଏହି ପ୍ରଦର୍ଶନୀ କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମ ପରମ୍ପରା ଏବଂ ସଂସ୍କୃତିକୁ ନେଇ ସଚେତନ କରାଇବା ଏବଂ ତାଙ୍କ ଭିତରେ ଏକତାର ଭାବ ଜାଗ୍ରତ କରାଇବା ଏହି ପ୍ରଦର୍ଶନ କରାଯାଉଛି। ଏହି ଅବସରରେ, ଅଗ୍ରଓ୍ବାଲ ମହାସଭାର ସଭାପତି, ମାରଓ୍ବାଡି ୟୁବମଞ୍ଚର ସଭାପତି, ଜେ.ସି. ଆଇ ସଭାପତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ। ଏହି ବିଦ୍ୟାଳୟର ଭାଇସ୍‌ ପ୍ରିନ୍ସପାଲ ପଦ୍ମନାଭ ପାଠୀ, ବିଦ୍ୟାଳୟର ଶିକ୍ଷକ ଧର୍ମେନ୍ଦ୍ର ନାଏକ, ରଜନୀ ରାଣୀ ପାତ୍ର, ପ୍ରେମଶିଳା ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିବାରେ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…

ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri