ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…

ବାଗଦାଦ୍‌, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି।

ଏହି ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ଇରାକର ଏହି ପ୍ରାଚୀନ ସହର ଏକଦା ଉତ୍ତର ମେସୋପୋଟାମିଆର ଏକ ଇଣ୍ଡୋ-ଇରାନ ସାମ୍ରାଜ୍ୟ ମିତାନିଠାରେ ଟାଇଗ୍ରିସ ନଦୀ ଉପରେ ଅବସ୍ଥିତ ଥିଲା। କୁର୍ଦ୍ଦ ଏବଂ ଜର୍ମାନ ଅନୁସନ୍ଧାନକାରୀଙ୍କ ଏକ ଦଳ ଏହି ସହର ଆବିଷ୍କାର କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ଖ୍ରୀଷ୍ଟପୂର୍ବ ୧୩୫୦ ମସିହାରେ ଭୂକମ୍ପରେ ଏହି ସହର ଧ୍ୱଂସ ହୋଇଯାଇଥିଲା।

ସହର ଖନନ କରିବା ସମୟରେ ପ୍ରତ୍ନତତ୍ତ୍ୱବିତ୍‌ ମାନେ ଏକ ପ୍ରାସାଦ ଏବଂ ଅନେକ ବିଶାଳ ଅଟ୍ଟାଳିକା ଆବିଷ୍କାର କରିଛନ୍ତି। ଏଥିରେ ବହୁ ବହୁ ମହଲା କୋଠା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।ଯାହା ଷ୍ଟୋରେଜ ଏବଂ ଇଣ୍ଡଷ୍ଟ୍ରି ପାଇଁ ବ୍ୟବହୃତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଏହି ସହରର କାନ୍ଥଗୁଡିକ ଭଲ ଭାବରେ ସଂରକ୍ଷିତ ହୋଇଛି ଯାହା ଅନୁସନ୍ଧାନକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ସହରର ଅଟ୍ଟାଳିକାର କାନ୍ଥ କାଦୁଅରେ ନିର୍ମିତ, ଯାହାକି ଦୀର୍ଘ ବର୍ଷ ଧରି ପାଣିରେ ବୁଡ଼ି ରହିବା ସତ୍ତ୍ୱେ ଭଲ ଅବସ୍ଥାରେ ଅଛି।

ଏଠାରେ ଚାଇନାର ପାତ୍ର ମିଳିଛି। ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ଏବେ ମଧ୍ୟ ବହୁ ରହସ୍ୟ ଏହି ପୁରାତନ ସହରର ମାଟି ତଳେ ଦବି ରହିଛି। କୌଣସି କ୍ଷୟକ୍ଷତିରୁ ରକ୍ଷା ପାଇବା ପାଇଁ ସହରରୁ ଆବିଷ୍କୃତ ହୋଇଥିବା ଜିନିଷଗୁଡିକ ପ୍ଲାଷ୍ଟିକ ସିଟ ଦ୍ୱାରା ଆଚ୍ଛାଦିତ କରି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିମୋର୍ଟରେ ନିୟନ୍ତ୍ରିତ ହେଉଛି କୁକୁର: କମ୍ପନରୁ ବୁଝୁଛି ଇଶାରା

ଜେରୁଜେଲମ୍‌,୨୫।୭: ଇସ୍ରାଏଲ୍‌ରେ କୁକୁରକୁ ରିମୋର୍ଟ ସହାୟତାରେ ନିୟନ୍ତ୍ରିତ କରାଯିବା ଜ୍ଞାନକୌଶଳ ବାହାର କରାଯାଇଛି। ଏହାକୁ ବେନ୍‌-ଗୁରିୟନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ତିଆରି କରିଛନ୍ତି। ଏହାର ଉପଯୋଗ କରି...

ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ...

ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସ୍‌ପି ମନିଶା ରୋପେଟା

ଇସ୍‌ଲାମାବାଦ୍‌,୩୦।୭: ପାକିସ୍ତାନ ସିନ୍ଧରେ ଜଣେ ହିନ୍ଦୁ ମହିଳା ପୋଲିସ ଅଧିକାରୀ ମନିଶା ରୋପେଟାଙ୍କୁ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପାକିସ୍ତାନରେ ଏହା ପ୍ରଥମ...

ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ...

ରୁଷ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଥିବା ଡାକ୍ତର କରୋନା ପଜିଟିଭ

ମସ୍କୋ,୨।୪: ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଏବେ ଆଶଙ୍କା ମଧ୍ୟରେ। କରୋନା ସଂକ୍ରମଣ ତାଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଇ ପାରେ ବୋଲି ଏବେ ଅନୁମାନ କରାଯାଉଛି। କିଛିଦିନ...

ଇରାକ ସଂସଦକୁ ଘେରିଲେ ପ୍ରଦର୍ଶନକାରୀ

ବାଗଦାଦ,୨୮ ।୭: କିଛିଦିନ ପୂର୍ବେ ପଡୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ରାଜାନୈତିକ ଅସ୍ଥିରତା କାରଣରୁ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ସଡ଼କ...

ଶ୍ରୀଲଙ୍କାରେ ମହଙ୍ଗା ମାଡ: ପେଟ୍ରୋଲ ପାଇଁ ଲାଇନରେ ଠିଆ ହୋଇ ଲୋକଙ୍କ ମୃତ୍ୟୁ

କଲମ୍ବୋ,୨ ।୪: ବିଦେଶି ମୁଦ୍ରା କମ୍ ଯୋଗୁ ଶ୍ରୀଲଙ୍କାରେ ଖୋଦେଇଥିବା ମହଙ୍ଗା ମାଡ ଏବେ ସାଧାରଣ ଜନଜୀବନ ଉପରେ ଖୁବ୍ ପ୍ରଭାବ ପାକାଉଛି । ଲୋକେ...

ତୁର୍କିରେ ଶକ୍ତିଶାଳୀ ଭୂକମ୍ପ, ତାସ ଭଳି ଗଳିପଡିଲା ବଡ ବଡ କୋଠା

ଅଙ୍କାରା,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି...

Advertisement
Archives

Model This Week