୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ୍‌ରେ ମରିଛନ୍ତି ୮୦୨୮

ଭୁବନେଶ୍ୱର, ୭।୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମୃତ୍ୟୁକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟ ସରକାର ଦେଉଥିବା ତଥ୍ୟ ଠିକ୍‌ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି। ତେବେ ସରକାର ଦୈନିକ ଯେଉଁ ତଥ୍ୟ ଦେଉଛନ୍ତି ତା’ଠାରୁ ଢେର ଅଧିକ ମଶାଣିରେ ଦାହ କରାଯାଉଛି ବୋଲି ଉଭୟ ଭାଜପା ଏବଂ କଂଗ୍ରେସ ସବୁବେଳେ ଦାବି କରିଆସୁଛନ୍ତି। ଏହାରି ଭିତରେ ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୨୧ ଜୁନ୍‌ ସୁଦ୍ଧା ୮୦୨୮ ଜଣ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି।
ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦାସ କହିଛନ୍ତି, ୩୦ ଜିଲା ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୧୪୬୦ ଜଣ ମୃତ୍ୟୁବରଣ କରିଛନ୍ତି। ଏହାପରେ କଟକରେ ସର୍ବାଧିକ ୮୦୫ ଜଣଙ୍କ ମୃତ୍ୟୁ ଘଟିଛି। ସେହି ଅନୁସାରେ, ଅନୁଗୋଳରେ ୩୭୬, ବରଗଡ ୩୩୬, ବାଲେଶ୍ୱର ୨୭୭, ଭଦ୍ରକ ୧୩୯, ବଲାଙ୍ଗୀର ୧୨୮, ବୌଦ୍ଧ ୧୧୦, ଦେଓଗଡ ୫୦, ଢେଙ୍କାନାଳ ୨୩୯, ଗଜପତି ୮୨, ଗଞ୍ଜାମ ୪୬୯, ଜଗତ୍‌ସିଂହପୁର ୨୯୩, ଯାଜପୁର ୧୫୯, ଝାରସୁଗୁଡା ୧୭୫, କଳାହାଣ୍ଡି ୨୦୭, କନ୍ଧମାଳ ୮୨, କେନ୍ଦ୍ରାପଡା ୨୪୧, କେନ୍ଦୁଝର ୧୬୯, କୋରାପୁଟ ୭୭, ମାଲକାନଗିରି ୪୬, ମୟୂରଭଞ୍ଜ ୨୭୦, ନବରଙ୍ଗପୁର ୭୩, ନୟାଗଡ ୨୦୫, ନୂଆପଡ଼ା ୮୪, ପୁରୀ ୪୩୬, ରାୟଗଡା ୧୬୮, ସମ୍ବଲପୁର ୨୪୨, ସୁବର୍ଣ୍ଣପୁର ୫୮ ଏବଂ ସୁନ୍ଦରଗଡରେ ୫୭୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ସେ ଆହୁରି କହିଛନ୍ତି, କୋଭିଡ୍‌ରେ ମୃତବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ପରେ ପ୍ରଦାନ କରାଯାଉଛି। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ ୧୯୬୯ର ଧାରା ୧୭(୧) ଅନୁଯାୟୀ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ସମ୍ବନ୍ଧୀୟ ସବିଶେଷ ବିବରଣୀ ରହିବାର ପ୍ରାବଧାନ ନ ଥିବା ସେ କହିଛନ୍ତି।
ଅନ୍ୟପଟେ ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୪୦ କୋଟି ୧୯ ଲକ୍ଷ ୨୭ ହଜାର ୬୦୫ ଟଙ୍କା କୋଭିଡ୍‌ ମୁକାବିଲା ନେଇ ଖର୍ଚ୍ଚ କରିଛନ୍ତି। ସେଥିରୁ କେନ୍ଦ୍ର ସରକାର ମୋଟ ୩୮ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ଦାସ ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ସେହିପରି କୋରାପୁଟ ଜିଲା ବିଧାୟକମାନଙ୍କ ପାଣ୍ଠିରୁ ୭୭ ଲକ୍ଷ ୩୮ ହଜାର ୪୨ଟ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri