ଯାହାକୁ ଯେତେ…

ଅକ୍ଷୟ କୁମାର ମିଶ୍ର

ଆମ ରାଜ୍ୟର ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଛାତ୍ରୀଛାତ୍ର ୩ ହଜାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଏଥିରୁ ୫ ଲକ୍ଷ ୧୭ ହଜାର ୮୪୭ ଜଣ ପାସ୍‌ କରିଛନ୍ତି ଅର୍ଥାତ୍‌ ୯୦.୫୫ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ୮୬୯୯ ଜଣ ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହୋଇଛନ୍ତି ବୋଲି ବୋର୍ଡ ତରଫରୁ ପ୍ରକାଶ କରାଯାଇଛି। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩ ହଜାର ୮ଜଣ ପିଲା ଗ୍ରେଡ୍‌ A ପାଇଛନ୍ତି। ୧୧୭୦ଟି ବିଦ୍ୟାଳୟର ପରୀକ୍ଷା ଫଳ ଶତପ୍ରତିଶତ ହୋଇଛି। ଯଦି ପୂର୍ବବର୍ଷ ପରି ହୁଏ ତେବେ ବିଭିନ୍ନ ସଂସ୍ଥା ଓ ସଙ୍ଗଠନ ତରଫରୁ A-1 ପାଇଥିବା ପିଲାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ସ୍ବତନ୍ତ୍ର ମଞ୍ଚ କରାଯାଇ ଏମାନଙ୍କୁ ପ୍ରେରଣା ଦିଆଯିବ। ଆମେ ସଭିଏ ଚାହିଁବା ଏମାନେ ଆଗକୁ ବଢ଼ନ୍ତୁ। ଭବିଷ୍ୟତରେ ଆହୁରି ଭଲ କରନ୍ତୁ। ରାଜ୍ୟର ବିକାଶରେ ଅଂଶୀଦାର ହୁଅନ୍ତୁ। ଦେଶ ପାଇଁ ଶ୍ରେଷ୍ଠ ମାନବ ସମ୍ବଳର ପରିଚୟ ସୃଷ୍ଟି କରନ୍ତୁ।
ତେବେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଛି ଗୁଞ୍ଜରଣ ଶୁଣିବାକୁ ମିଳୁଛି। ଲୋକେ କୁହାକୁହି ହେଉଛନ୍ତି, ପରୀକ୍ଷା ଫଳ ଯେମିତି ହୋଇଛି କେହି ଅସନ୍ତୋଷ ବ୍ୟକ୍ତ କରିପାରିବେ ନାହିଁ। ଯଦି କେହି ଅସନ୍ତୋଷ ପ୍ରକାଶ କରେ ତେବେ ତା’ ପାଇଁ ଉତ୍ତର ହେଲା ‘ଯାହାକୁ ଯେତେ ମିଛୁଟାରେ ଗୋଡ଼ କଚାଡୁ କେତେ।’ କାହିଁକି ନା ଏ ବର୍ଷ ୮୧୧୯ ଜଣ A-1 ଅର୍ଥାତ୍‌ 90 ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ପାସ୍‌ କରିଛନ୍ତି। ସର୍ବକାଳୀନ ରେକର୍ଡକୁ ଏହା ଅତିକ୍ରମ କରିଯାଇଛି। ଆମେ ଯଦି ବିଗତ ବର୍ଷଗୁଡ଼ିକର ପରୀକ୍ଷା ଫଳ ଉପରେ ନଜର ପକାଇବା ତେବେ କିଛି ସନ୍ଦେହ ଆସିବ ହିଁ ଆସିବ। ସଭିଏ ଜାଣିଛନ୍ତି କରୋନା କାରଣରୁ ୨୦୨୧ରେ ମାଟ୍ରିକ୍‌ ପରୀକ୍ଷା ହୋଇପାରି ନ ଥିଲା। ଶିକ୍ଷକମାନେ ପଠାଇଥିବା ନମ୍ବରକୁ ଭିତ୍ତିକରି ଫଳ ପ୍ରକାଶ ପାଇଥିଲା, ଯେଉଁଥିରେ ପାସ୍‌ହାର ଥିଲା ୯୭. ୮୯ ପ୍ରତିଶତ ଓ A-1 ପାଇଥିଲେ ୨୬୫୬ ଜଣ। ୨୦୨୦ ଓ ୨୦୧୯ର (ଯେଉଁ ଦୁଇ ବର୍ଷ ଓଏମ୍‌ଆର ନ ଥାଇ ପରୀକ୍ଷା ହୋଇଥିଲା) ପାସ୍‌ହାର ଯଥାକ୍ରମେ ୭୮.୭୬ ଓ ୭୦.୭୮ ପ୍ରତିଶତ ଥିଲା। ଏହି ଦୁଇ ବର୍ଷ A-1 ପାଇଥିବା ପିଲାଙ୍କ ସଂଖ୍ୟା ଏକ ହଜାରରୁ କମ୍‌ ଥିଲା। ପୁଣି ୨୦୧୮ ଓ ୨୦୧୭ରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ ଯଥାକ୍ରମେ ୯୨.୪୭ ଓ ୮୫.୨୮ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିଲେ ସତ କିନ୍ତୁ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ପିଲାଙ୍କ ସଂଖ୍ୟା ସୀମିତ ଥିଲା। ବିଗତ ବର୍ଷଗୁଡ଼ିକର ପରୀକ୍ଷା ଫଳକୁ ନେଇ ବିଚାର କଲେ ପରୀକ୍ଷାରେ ଓଏମ୍‌ଆର ବ୍ୟବହାର ପରୀକ୍ଷା ଫଳରେ ପରିମାଣାତ୍ମକ ବୃଦ୍ଧିରେ ଯେ ସହାୟକ ହୋଇଛି ଏଥିରେ ସନ୍ଦେହ ନାହିଁ। ଯାହାବି ହେଉ ମାଟ୍ରିକ ପାସ୍‌ କରିବାର ଦକ୍ଷତା ନ ଥିବା ପିଲାଟି ହାତରେ ପାସ୍‌ ସାର୍ଟିଫିକେଟ ଖଣ୍ଡିଏ ଧରାଇଦେବା ଯେତିକି ଦୋଷାବହ ନୁହେଁ ମେଧାଶକ୍ତି ନ ଥାଇ କାହାକୁ ମେଧାବୀ ତାଲିକାରେ ଅନ୍ତର୍ଭୁକ୍ତ କରିଦେବା ଅତ୍ୟନ୍ତ ମାରାତ୍ମକ।
ଆଲୋଚ୍ୟ ବିଷୟ ପାଲଟିଛି ହଠାତ୍‌ କ’ଣ ହେଲା ଯେ ଆମ ରାଜ୍ୟର ମାଟ୍ରିକ୍‌ ପରୀକ୍ଷାର ମେଧା ତାଲିକା ଏମିତି ପୃଥୁଳକାୟ ହୋଇଗଲା? କାହା ହାତରେ ଏ କୁହୁକ ବାଡ଼ି? ଅଭିଭାବକ, ଛାତ୍ରୀଛାତ୍ର, ଶିକ୍ଷକ ନା ବୋର୍ଡ ନା ସରକାର ହାତରେ? ଅଭିଭାବକ ବିସ୍ମିତ। ଅଧିକାଂଶ ଛାତ୍ରୀଛାତ୍ର ଗଣମାଧ୍ୟମ ସମ୍ମୁଖରେ ମତ ରଖୁଛନ୍ତି ସେମାନେ ଯେତିକି ଆଶା କରିଥିଲେ ତା’ଠାରୁ ଅଧିକ ନମ୍ବର ଆସିଛି। ଶିକ୍ଷକମାନେ କୁହାକୁହି ହେଉଛନ୍ତି ଏମିତି କେମିତି ହେଲା। ଯିଏ B-1 ପାଇବା କଥା ନୁହେଁ ସେ A-1 ପାଇଛି। କିଛି କହୁଛନ୍ତି, ”ଆରେ ଭାଇ ଖାଲି କ’ଣ ସେତିକି, ମୋ ବିଦ୍ୟାଳୟରେ ଯିଏ ଶ୍ରେଣୀ ପରୀକ୍ଷାରେ ସବୁବେଳେ ପ୍ରଥମ ହେଉଥିଲା ତା’ଠାରୁ ପଞ୍ଚମରେ ରହୁଥିବା ପିଲାଟି ଟପିଯାଇଛି। ଏବେ ସିନା ବଡ଼ ଅଫିସରଙ୍କୁ କୈଫିୟତ ଦେବାକୁ ପଡ଼ିବନି ହେଲେ ନିଜ ବିବେକକୁ ଆମେ ଉତ୍ତର ଦେଇପାରୁନୁ।“ ବୋର୍ଡର ଉତ୍ତର ହେଲା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିପାଇଁ ଏତେ ତର୍ଜମା କାହିଁକି? ସିବିଏସ୍‌ଇ ଓ ଆଇସିଏସ୍‌ଇ ପରୀକ୍ଷା ଫଳକୁ ଦେଖି ତ କେହି ପ୍ରଶ୍ନ ଉଠାଉ ନାହାନ୍ତି? ସେମାନଙ୍କ ପିଲା ଶତପ୍ରତିଶତ ନମ୍ବର ରଖିଲେ ବି କେହି କିଛି କହୁନାହାନ୍ତି। ଅଥଚ ଆମ ବୋର୍ଡ ଯଦି ଉତ୍ତମ ପ୍ରଦର୍ଶନ କଲା ତେବେ ଜିରାରୁ ଶିରା ବାଛିବା ଆରମ୍ଭ ହୋଇଗଲା। ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ହେଲା ପିଲାମାନେ ମନ ଲଗାଇ ପଢ଼ିଛନ୍ତି। ଶିକ୍ଷକମାନେ ମଧ୍ୟ କଠିନ ପରିଶ୍ରମ କରିଛନ୍ତି। ଅନ୍‌ଲାଇନ ପାଠପଢ଼ା ସହାୟତା ଦେଇଛି। ଏମିତି ଫଳ ମିଳିଛି। କିନ୍ତୁ ଯାହା ଜଣାପଡୁଛି ବୋର୍ଡ ଆଉ ଯେମିତି ଏକ ସ୍ବୟଂଶାସିତ ସଂସ୍ଥା ହୋଇ ରହିନାହିଁ।
ଏ ପ୍ରକାର ଉତ୍ତମ ପରୀକ୍ଷା ଫଳକୁ ଦେଖି ଯେକେହି ଈର୍ଷା କରୁଛି, ଏହା ବିଚାର କରିବା ଠିକ୍‌ କଥା ନୁହେଁ। ଆମ ପିଲାଙ୍କର ଇଂଲିଶ୍‌ ବା ସାହିତ୍ୟରେ ପୂର୍ଣ୍ଣ ନମ୍ବର ରଖିବାର ଦକ୍ଷତା ନାହିଁ। ଯଦି କେହି କହନ୍ତି, ତାହା ସେମାନଙ୍କ ହେୟ ମନୋଭାବ ବୋଲି ଧରିନିଆଯାଇପାରେ। କଥା ହେଉଛି, କିଛି ଅସଂଗତି ପଦାକୁ ଆସୁଛି, ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରଥମ କଥାଟି ହେଲା କିଛି ପ୍ରଶ୍ନର ଉତ୍ତର ଦୀର୍ଘମୂଳକ ହୋଇଥିବା ବେଳେ ଇଂଲିଶ୍‌ ଓ ସାହିତ୍ୟରେ ଶତପ୍ରତିଶତ ନମ୍ବର ରଖିବା ସହଜ ନୁହେଁ। ଗୋଟିଏପଟେ କୁହାଯାଉଛି ବିଦ୍ୟାଳୟରେ ଶିକ୍ଷକ ନ ଥିବା ଯୋଗୁ ସଂସ୍କୃତ ଶିକ୍ଷକ ଇଂଲିଶ ପଢ଼ାଉଛନ୍ତି। ଖେଳ ଶିକ୍ଷକ ବାଧ୍ୟହୋଇ ସାହିତ୍ୟ ପଢ଼ାଉଛନ୍ତି। ଅଥଚ ପରୀକ୍ଷାରେ ଶହେରୁ ଶହେ।
ଚଳିତ ବର୍ଷ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଚାରୋଟି ଫର୍ମେଟିଭ ଆସେସ୍‌ମେଣ୍ଟ ହେଲା ସମେଟିଭ ଆସେସ୍‌ମେଣ୍ଟ – ୧ ପିଲାମାନେ ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାଦେଲେ ।
ସମେଟିଭ ଆସେସ୍‌ମେଣ୍ଟ – ୨(ବାର୍ଷିକ ପରୀକ୍ଷା) ବେଳକୁ ନିୟମର ପରିବର୍ତ୍ତନ ଘଟିଲା ଓ ଯେଉଁଠି ପରୀକ୍ଷା କେନ୍ଦ୍ର ହେଲା ସେହି ସ୍କୁଲର ପିଲା ସେହି କେନ୍ଦ୍ରରେ ପରୀକ୍ଷା ଦେଲେ । କିନ୍ତୁ ହେଲା କ’ଣ? ଗତବର୍ଷ ଯେତିକି ପିଲା A-1 ଗ୍ରେଡ୍‌ ପାଇଥିଲେ ତା’ର ତିନିଗୁଣ ପିଲା ସେହି ସଫଳତା ପାଇଛନ୍ତି। ଏହା ନିଶ୍ଚୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପାଇଁ ଖୁସିର ଖବର। ଏହି ସଫଳତାର ଧାରାବାହିକତା ରହିଲେ ହେଲା। ଶୁଣାଯାଏ ସମେଟିଭ ଆସେସ୍‌ମେଣ୍ଟ-୧, ଯାହା ପ୍ରତି ବିଷୟରେ ୫୦ ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ପୁଣି ଓଏମ୍‌ଆର ମାଧ୍ୟମରେ କରାଯାଇଥିଲା। ସେଥିରେ ଯେଉଁ ପରୀକ୍ଷାର୍ଥୀ ଯେତେ ନମ୍ବର ରଖିଥିଲେ ତାହାକୁ ଦୁଇଗୁଣ କରିଦେଇ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଏହା ଯଦି ସତ୍ୟ ହୋଇଥାଏ ତେବେ ଦୁର୍ଭାଗ୍ୟଜନକ। ଏମିତି ତ୍ରୁଟିପୂର୍ଣ୍ଣ ପଦ୍ଧତି ଆପଣେଇବା ଆଦୌ ବିଜ୍ଞାନସମ୍ମତ ନୁହେଁ। ଫର୍ମେଟିଭ ଆସେସ୍‌ମେଣ୍ଟ ଓ ସମେଟିଭ ଆସେସ୍‌ମେଣ୍ଟ-୨କୁ ଗୁରୁତ୍ୱ ନ ଦେବା ମସ୍ତବଡ଼ ଭୁଲ।
ନମ୍ବରକୁ ଦେଖି ଭବିଷ୍ୟତ ମାର୍ଗ ନିର୍ଦ୍ଧାରଣ କରିବା ଉଚିତ୍‌ ହେବନାହିଁ। ପ୍ରକୃତ ମେଧାବୀ ସିଏ, ଯାହାର ସୃଜନଶୀଳ କ୍ଷମତା ଥାଏ ଅନନ୍ୟ। ଯିଏ ଯେତେ ନମ୍ବର ରଖିଥାଉନା କାହିଁକି ସେଥିପ୍ରତି ଗୁରୁତ୍ୱ ନ ଦେଇ ସମସ୍ତ ପିଲା କେମିତି ନିଜ ଭବିଷ୍ୟତ ଗଠନରେ ବ୍ରତୀ ହେବେ ଏବଂ ଭଲ ମଣିଷ ହେବେ ସେହି ପ୍ରେରଣା ଓ ପରାମର୍ଶ ଦେବା ଆବଶ୍ୟକ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା,
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri