Posted inଜାତୀୟ

ଭାଜପାର ଚିନ୍ତା ବଢ଼ାଇଲେ ମୁକୁଲ

କୋଲକାତା, ୯।୬: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିଏମ୍‌ସିର ବହୁ ପୂର୍ବତନ ନେତାଙ୍କ ଭଳି ବରିଷ୍ଠ ନେତା ମୁକୁଲ ରୟ ମଧ୍ୟ ମମତା ବାନାର୍ଜୀଙ୍କ ପାଖକୁ ଫେରିପାରନ୍ତି। କୋଲକାତା ଠାରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ ରାଜ୍ୟ ଭାଜପା ମୁଖ୍ୟ ଦୀଲିପ ଘୋଷ। ଏହି ବୈଠକରେ ଯୋଗଦେଇ ନ ଥିଲେ ମୁକୁଲ। ତାଙ୍କ ବ୍ୟତୀତ ଭାଜପାର ଉପ ସଭାପତି ଶୁଭେନ୍ଦୁ ଅଧିକାରୀ ମଧ୍ୟ ବୈଠକରେ ପହଞ୍ଚି ନ ଥିଲେ। ଅଧିକାରୀ ଦିଲ୍ଲୀ ଯାଇଥିବାବେଳେ ମୁକୁଲଙ୍କ ପତ୍ନୀ ଏବେ ହସ୍ପିଟାଲରେ ଭର୍ତ୍ତି ଥିବା ଜଣାପଡ଼ିଛି।

ବୈଠକରେ ମୁକୁଲଙ୍କ ଅନୁପସ୍ଥିତି ଯୋଗୁ ଟିଏମ୍‌ସିକୁ ତାଙ୍କର ଫେରିବା ନେଇ ଆଶଙ୍କା ଏବେ ସମ୍ଭାବନାରେ ପରିବର୍ତ୍ତିତ ହୋଇଛି। ପଶ୍ଚିମବଙ୍ଗର ଟାଣୁଆ ନେତାଙ୍କ ଠାରୁ ଏ ସମ୍ପର୍କିତ କୌଣସି ସ୍ପଷ୍ଟିକରଣ ମିଳିନାହିଁ। କିନ୍ତୁ ତାଙ୍କ ପୁଅ ଶୁଭ୍ରାଂଶୁ ଏହାକୁ ଖଣ୍ଡନ କରିଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ହସ୍ପିଟାଲରେ ପହଞ୍ଚି ମୁକୁଲଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହାର ପର ଦିନ ହିଁ ମୁକୁଲଙ୍କ ସହ ଫୋନ ଜରିଆରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୬ରେ ମୋଦିଙ୍କୁ ସାକ୍ଷାତ୍‌ କରିବେ ୟେଦୁରପ୍ପା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଏସ୍‌ ୟେଦୁରପ୍ପା ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ...

ହ୍ୱିଲ ଚେୟାରରେ ବସି ମେଗା ରୋଡ ଶୋ’ କରିବେ ଦିଦି

କୋଲକାତା,୧୪ ।୩: ପଶ୍ଚିମବଙ୍ଗ ସମେତ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏବେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟରେ...

ଭାରତ କଲା ରେକର୍ଡ: ଚାଇନା-ଆମେରିକା ପଡ଼ିଲେ ପଛରେ …

ନୂଆଦିଲ୍ଲୀ,୨୧।୪: କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଏକ ନୂଆ ରେକର୍ଡ ରଚିଛି। ଶୀଘ୍ର ସାର୍ବଜନୀକ ଟିକାଦାନ କରି ଭାରତ ପୃଥିବୀରେ ନୂଆ ରେକର୍ଡ କରିଛି। ଟିକାଦାନରେ...

ହିନ୍ଦୀ ସହ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ କୋଓ୍ବିନ୍‌ ପୋର୍ଟାଲ

ନୂଆଦିଲ୍ଲୀ, ୧୭।୫: ଆସନ୍ତା ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍‌ ଟିକା ନେବା ଏବଂ ନାମ...

ଯାଆଁଳା ଭାଇଙ୍କୁ ଏକାସାଙ୍ଗେ ନେଲା କରୋନା

ମିରଟ, ୧୮।୫ : ମାତ୍ର ୩ ମିନିଟ୍‌ର ବ୍ୟବଧାନରେ ଜନ୍ମ ହୋଇଥିଲେ ଦୁଇ ଯାଆଁଳା ଭାଇ। ଦେଖିବାକୁ ଏକାଭଳି। ଏକାସାଙ୍ଗେ ବଡ଼ ହେଲେ। ସାଙ୍ଗ ହୋଇ...

ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା: ସମସ୍ତ ରାଜ୍ୟଠାରୁ ରିପୋର୍ଟ ଲୋଡ଼ିଲା ଏନ୍‌ସିପିସିଆର୍‌..

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ତୃତୀୟ ଲହର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଚିନ୍ତା...

ନିର୍ବାଚନ ପ୍ରକ୍ରିୟା ଭଳି ପ୍ରସ୍ତୁତ ହେଉଛି କରୋନା ଟିକାକରଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩ ।୧: କରୋନା ଟିକାକୁ ଦେଶବାସୀ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ଅନ୍ୟପଟେ ଲୋକଙ୍କ ପାଖରେ ସୁବିଧାରେ ଏହି ଟିକା ପହଞ୍ଚାଇବାକୁ ସରକାର...

୨୬ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ କରିପାରିବନି ଇଡି

ନୂଆଦିଲ୍ଲୀ,୨୪।୮(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫରୁ ସୁରକ୍ଷା ଦେଇଛନ୍ତି। ୨୬ ତାରିଖରେ ମାମଲାର ଶୁଣାଣି ଥିବାରୁ...

Advertisement


Archives

Model This Week

Why Dharitri