Categories: ଗଞ୍ଜାମ

ଭାରତ ବନ୍ଦ ପ୍ରଭାବରେ ବ୍ୟାଙ୍କ କାରବାରରେ ୭୦ କୋଟି କ୍ଷତି

ବ୍ରହ୍ମପୁର ଅଫିସ,୩୧।୩: ବ୍ରହ୍ମପୁର ସହରରେ ୨ ଦିନିଆ ଭାରତ ବନ୍ଦ ପ୍ରଭାବରେ ଜାତୀୟ ବ୍ୟାଙ୍କଗୁଡିକର କାରବାରରେ କ୍ଷତି ସହିବାକୁ ପଡିଛି। ଏହି ଦୁଇ ଦିନ ମଧ୍ୟରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଜାତୀୟ ବ୍ୟାଙ୍କଗୁଡିକ କାରବାରରେ ପ୍ରାୟ ୬୦ରୁ ୭୦ କୋଟି ଟଙ୍କା କ୍ଷତି ଘଟିଥିବା ସୂଚନା ମିଳିଛି। ଏଥିସହ ୨ଦିନ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହେବାରୁ ମାସିକ ପ୍ରାପ୍ୟରୁ ୨ ଦିନର ଦରମା ମଧ୍ୟ ବାଦ ପଡିଛି। ଅନ୍ୟପଟେ ଏହି ୨ ଦିନିଆ ବନ୍ଦରେ ବ୍ରହ୍ମପୁରର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, କାନାରା ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମିଲ ହୋଇଥିଲେ। ଏହି ସମସ୍ତ ବ୍ୟାଙ୍କଗୁଡିକରେ ୨ ଦିନର ବନ୍ଦ ପ୍ରଭାବରେ କାରବାର କ୍ଷତି ହୋଇଥିବା ବହୁ ବ୍ୟାଙ୍କ ସୂତ୍ରରୁ ଜଣାପଡିଛି।