ନୂଆଦିଲ୍ଲୀ,୧୫।୧୧: ଅଣ୍ଡର-୧୯ ଏସିଆ କପ 2026 ର ପ୍ଲେୟର୍ ଅଫ ଦି ଟୁର୍ନାମେଣ୍ଟ ଆର୍ଯ୍ୟବୀର ସେହୱାଗ ରହିଥିଲେ, ଯିଏ ୫ଟି ଇନିଂସରେ ୧ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଫାଇନାଲରେ ପାକିସ୍ତାନକୁ ହରାଇବା ପରେ ଆର୍ଯ୍ୟବୀର ତାଙ୍କ ପିତା ବୀରେନ୍ଦ୍ର ସେହୱାଗଙ୍କ ସହ ଭିଡିଓ କଲ୍ରେ କଥା ହୋଇଥିଲେ ଏବଂ ତାଙ୍କୁ ଫାଇନାଲର ରୋମାଞ୍ଚକର ମୁହୂର୍ତ୍ତଗୁଡ଼ିକ ବିଷୟରେ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଫାଇନାଲ ମୁକାବିଲାରେ ୩୩୮ ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରିବା ବେଳେ ଭାରତ ଏକ କଷ୍ଟକର ସ୍ଥିତିରେ ପଡ଼ିଯାଇଥିଲା ଏବଂ ପରାଜୟ ନିକଟତର ଦଶା ଦେଖାଯାଉଥିଲା। ସେତେବେଳେ ମନଲ ଚୌହାନ (୪୭) ଏବଂ ମୋହିତ ଉଲ୍ୱା (୪୯)ଙ୍କ ଚମତ୍କାର ଇନିଂସ ବଳରେ ଭାରତ ମ୍ୟାଚ ପ୍ରତ୍ୟାବର୍ତ୍ତନ କରାଇଥିଲା।
ବୀରେନ୍ଦ୍ର ସେହୱାଗ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଆର୍ଯ୍ୟବୀର ସେହୱାଗ ତାଙ୍କ ସହ ଭିଡିଓ କଲରେ କଥା ହେଉଛନ୍ତି। ଏହା ମ୍ୟାଚ ସରିବା ପରବର୍ତ୍ତୀ ସମୟର, ଯେତେବେଳେ ଭାରତୀୟ ଖେଳାଳିମାନେ ମଇଦାନରେ ଉତ୍ସବ ମନାଉଥିଲେ। କଲ୍ରେ କଥାବାର୍ତ୍ତା ସମୟରେ ଆର୍ଯ୍ୟବୀର ଜଣାଇଥିଲେ ଯେ ସେ ବହୁତ ନର୍ଭସ ଥିଲେ, କ୍ରିଜରେ ବୋଲରମାନେ ବ୍ୟାଟିଂ କରୁଥିଲେ ଏବଂ ଏହି ସମୟରେ ସେ କ୍ରମାଗତ ଭାବେ ’ସୀତା-ରାମ ସୀତା-ରାମ’ ଜପ କରୁଥିଲେ।
ଆର୍ଯ୍ୟବୀର ସେହୱାଗ ତାଙ୍କ ପିତା ବୀରେନ୍ଦ୍ର ସେହୱାଗଙ୍କୁ କହିଥିଲେ, ମୁଁ ୧ ଘଣ୍ଟା ହେବ ବସିଥିଲି, ଏହି ସମୟରେ କିଛି ଭଲ ହୋଇଯାଉ ବୋଲି ଭାବି ’ସୀତା-ରାମ ସୀତା-ରାମ’ ଜପ କରୁଥିଲି। ଶେଷ ଓଭରରେ ୮ ରନ ଏବଂ ଶେଷ ବଲ୍ରେ ୩ ରନ ଥିଲା, ବ୍ୟାଟିଂରେ ବୋଲରମାନେ ଥିଲେ। ସମସ୍ତେ ଭାବୁଥିଲେ ଯେ ଗୋଟିଏ ଚୌକା ଲାଗିଯାଉ, ଚୌକା ବାଜିବା କ୍ଷଣି ସମସ୍ତେ ପାଗଳ ହୋଇଯାଇଥିଲେ। ଚାରିଆଡ଼େ ଭିଡ଼ ଥିଲା, ସମସ୍ତେ ପାକିସ୍ତାନୀ ଥିଲେ।”
ଆର୍ଯ୍ୟବୀର ଆଗକୁ କହିଛନ୍ତି, “ମତେ ଆଘାତ ଲାଗିବା ପରେ ଫିଜିଓ ଆସିଥିଲେ। ଷ୍ଟାଣ୍ଡରେ ପ୍ରାୟ ୨ ହଜାର ପାକିସ୍ତାନୀ ଥିଲେ, ସମସ୍ତେ ’ସେହୱାଗ-ସେହୱାଗ’ ବୋଲି ଚିତ୍କାର କରୁଥିଲେ। ପାକିସ୍ତାନୀମାନେ ମଧ୍ୟ ସମର୍ଥନ କରୁଥିଲେ ଯେ ଭାଇ କିପରି ବ୍ୟାଟିଂ କରୁଛ! ବହୁତ ମଜା ଆସିଗଲା।”
ବୀରେନ୍ଦ୍ର ସେହୱାଗ ତାଙ୍କ ପୁଅ ଆର୍ଯ୍ୟବୀରଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସମସ୍ତ ଦଳକୁ ଅଭିନନ୍ଦନ ଏବଂ ଏହା ସମସ୍ତ ଖେଳାଳିଙ୍କୁ ଜଣାଇଦେବ। ଆର୍ଯ୍ୟବୀର ଜଣାଇଥିଲେ ଯେ ସେ ଆସନ୍ତାକାଲି ଫେରୁଛନ୍ତି। ଆର୍ଯ୍ୟବୀର ଅଣ୍ଡର-୧୯ ଏସିଆ କପ 2026 ରେ ଖେଳାଯାଇଥିବା ୫ଟି ଇନିଂସରେ ୩୬୧ ରନ କରିଛନ୍ତି। ସେ ଫାଇନାଲରେ ୫୮ ରନ କରିଥିଲେ। ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ଏକ ଅର୍ଦ୍ଧଶତକ (୫୧) ହାସଲ କରିଥିଲେ। ଏହାପୂର୍ୱରୁ ଗ୍ରୁପ ପର୍ଯ୍ୟାୟରେ ୟୁଏଇ ବିପକ୍ଷରେ ସେ ୧୬୦ ରନ କରିଥିଲେ।