ମମ୍ବାଇ: ପରଦାକୁ ଫେରୁଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍। ଅଭିନୟ ମାଧ୍ୟମରେ ନୁହେଁ ବରଂ ନିର୍ଦ୍ଦେଶନା ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆର୍ଯ୍ୟନ ଖାନ୍ ତାଙ୍କର ନୂତନ ଏବଂ ପ୍ରଥମ ପ୍ରୋଜେକ୍ଟ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଫଟୋ ଶେୟାର କରି କହିଛନ୍ତି ଲେଖା ସମ୍ପୂର୍ଣ୍ଣ ହୋଇଛି ଏବଂ ଆକ୍ସନ କହିବା ବାକି ଅଛି। ଏହାସହ ଫଟୋରେ କ୍ଲାପର୍ ବୋର୍ଡରେ ରେଡ ଚିଲିସ୍ ଏଣ୍ଟରଟେନମେଣ୍ଟ ଲେଖାଯାଇଥିବା ନଜର ଆସିଛି। ତେବେ ଶାହରୁଖଙ୍କ ପ୍ରଡକ୍ସନ୍ ହାଉସର ବ୍ୟାନରରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ଏଥିସହ ଶାହରୁଖ ମଧ୍ୟ ଆର୍ଯ୍ୟନ ଖାନଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ଖୁସି ଜାହିର କରିଛନ୍ତି।


