ପଞ୍ଜାବରେ ଲୋହରି ସେଲିବ୍ରେଟ କଲେ କ୍ରିତି-କାର୍ତ୍ତିକ

ମୁମ୍ବାଇ: କ୍ରିତି ସାନନ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବେଳକୁ ବେଳ ବଢିବାରେ ଲାଗିଛି । ଏହାର ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ‘ଶେହଜାହା’ ତେଲଗୁ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୁଭି ‘ଅଲା ବୈକୁଣ୍ଠପ୍ରେମେଲୁ’ର ରିମେକ ହିନ୍ଦୀ ଭର୍ସନ ବୋଲି କୁହାଯାଉଛି । ମୁଭିର ଟ୍ରେଲରକୁ ନିର୍ମାତା ୩ଟି ଇଭେଣ୍ଟରେ ରିଲିଜ୍ କରିବାର ଯୋଜନା କରିଛନ୍ତି । ପ୍ରଥମଟି ମୁମ୍ବାଇରେ ଖୁବ ଧୁମଧାମରେ ଟ୍ରେଲର ରିଲିଜ୍ ହୋଇସାରିଛି । ଜାନୁୟାରୀ ୧୩ ରେ କ୍ରିତି ଓ କାର୍ତ୍ତିକ ପଞ୍ଜାବର ଜଳନ୍ଧରରେ ପହଞ୍ଚିଥିବା କୁହାଯାଉଛି । ଏହାପରେ ଉଭୟ ଷ୍ଟାର ଗୁଡି ଉଡାଇବାକୁ କଚ୍ଛ ଯାଇଥିବା ଜଣାପଡିଛି ।
ପଞ୍ଜାବରେ ‘ଶେହଜାଦା’ ସେଲିବ୍ରେଶନକୁ ଢୋଲ, ନଗାଡେ ଓ ଭାଙ୍ଗଡା ସହ ସ୍ୱାଗତ କରାଯାଇଛି । ନିକଟରେ କାର୍ତ୍ତିକ ପଞ୍ଜାବରେ ପାଳନ କରାଯାଇଥିବା ଲୋହରୀର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପଞ୍ଜାବୀ ଲୋକେ ତାଙ୍କ ଗୀତରେ ଉଭୟ ଷ୍ଟାରଙ୍କୁ ଖୁବ୍ ନଚାଇଛନ୍ତି । ଏମାନେ ବି ଖୁସିରେ ଝୁମିଥିବା ସ୍ପଷ୍ଟ ବାରି ହୋଇ ପଡିଛି । କାର୍ତ୍ତିକ ଲୋହରୀର ଭିଡିଓ ଶେୟାର କରି ଲେଖିଛନ୍ତି, ଶେହଜାଦା ପକ୍ଷରୁ ଲୋହରୀର ଲକ୍ଷ ଲକ୍ଷ ଶୁଭେଚ୍ଛା, ଏହା ମୋର ପଞ୍ଜାବରେ ପ୍ରଥମ ଲୋହରୀ ସେଲିବ୍ରେଶନ ।
ସୂଚନାଯୋଗ୍ୟ, ଟ୍ରେଲର ରିଲିଜ୍ ଅବସରରେ ଦର୍ଶକେ ଉଭୟ କଳାକାରଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ସୂଚନାଯୋଗ୍ୟ, କାର୍ତ୍ତିକ ଏହି ମୁଭିରେ ହିରୋ ସହ ପ୍ରଡ୍ୟୁସର ଭାବେ ବି କାମ କରିଛନ୍ତି । ଏହାପୂର୍ବରୁ କାର୍ତ୍ତିକ ଓ କ୍ରିତିଙ୍କ ଯୋଡି ମୁଭି ‘ଲୁକା ଛୁପି’ରେ ଦେଖିବାକୁ ମିଳିଥିଲା । ଉଭୟଙ୍କ ଭିତରେ କେମେଷ୍ଟ୍ରି ଖୁବ ଭଲ । ‘ଶେହଜାଦା’ର ଟ୍ରେଲର ରିଲିଜ୍ ହେବା ପରେ ଏବେ ଦର୍ଶକେ ବଡ ଉତ୍କଣ୍ଠାର ସହ ମୁଭିକୁ ଅପେକ୍ଷା ରଖିଛନ୍ତି । ଆସନ୍ତା ଫେବୃୟାରୀ ୧୦ରେ ଏହା ବଡ ପରଦାରେ ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri