Posted inଜାତୀୟ

ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍‌ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି…

ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ କେଜ୍‌ରିିୱାଲ ପ୍ରବଳ ବର୍ଷିଛନ୍ତି। ଆମ୍‌ ଆଦମୀ ପାର୍ଟୀ(ଏଏପି) ଭାଜପା ଲାଗି ବଡ଼ ଚ୍ୟାଲେଞ୍ଜର, ସେଥିପାଇଁ ଏହାକୁ ସବୁ ଦିଗରୁ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି।

କେଜ୍‌ରିଓ୍ବାଲ କହିଛନ୍ତି ଯେ, ଯଦି ୨୦୨୪ ନିର୍ବାଚନ ଭାଜପାକୁ ଅନ୍ୟ କୌଣସି ଦଳ ପରାଜିତ କରିପାରିଲା ନାହିଁ ତେବେ ଏଏପି ୨୦୨୯ ନିର୍ବାଚନରେ ଦେଶକୁ ଭାଜପାଠାରୁ ମୁକ୍ତ କରିବ। ଦିଲ୍ଲୀ ଏବଂ ପଞ୍ଜାବରେ ଏଏପି ସରକାର ଗଠନ ହେବା ପରେ ବିଜୁଳି ମାଗଣା କରାଯାଇଛି। ଭାଜପା ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ କୌଣସି ଗୋଟିଏ ରାଜ୍ୟରେ ମାଗଣା ବିଜୁଳି ଦେଇ ଦେଖାଉ। ଦିଲ୍ଲୀରେ ଏଏପିର ବିଜୟକୁ ହଜମ କରିପାରୁନାହିଁ ଭାଜପା। ଏହି କାରଣରୁ ସେ କାମକୁ ରୋକିବାକୁ ଚାହୁଁଥିବା କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri