ଦଳଡିଆଁଙ୍କ ଉପରେ ଭରସା କଲା ବିଜେଡି

ଭୁବନେଶ୍ୱର, ୧୭।୪: ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପଞ୍ଚାମ ପର୍ଯ୍ୟାୟ ବିଧାନସଭା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ବାକି ଥିବା ଜୟପୁର, ଚିତ୍ରକୋଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା ହୋଇଛି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢିବେ। ଏଥିସହିତ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତି ଦେବୀ, ଅନୁଗୋଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲୀପ ନାୟକ ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀରୁ ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ଦଳ ଟିକେଟ୍‌ ଦେଇଛି।

ସୂଚନାନୁସାରେ, ଅରୁନ୍ଧତି ଦେବୀ ଓ ଦିଲ୍ଲୀପ ନାୟକ ନିକଟରେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ସେହିପରି ରାଜେନ୍ଦ୍ର ଛତ୍ରିଆ ମଧ୍ୟ ଦଳ ଡେଇଁ ନିକଟରେ ବିଜେଡିରେ ସାମିଲ ହୋଇଥିଲେ। ତେବେ ଦଳଡିଆଁଙ୍କ ଉପରେ ବିଜେଡି ଭରସା କରିଛି।